କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଉପସ୍ଥିତ । ରାଜ୍ୟର ବିକାଶ ପ୍ରକ୍ରିୟା ଓ ସଂସ୍କାର ଆଭିମୁଖ୍ୟକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ପ୍ରଶଂସା କରିଛନ୍ତି । ଘରୋଇ କ୍ଷେତ୍ରରେ ଯୁବପିଢିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରଶଂସା । ଦକ୍ଷତା ବିକାଶ, ଭିତ୍ତିଭୂମି ବୃଦ୍ଧି, ସାମାଜିକ କ୍ଷେତ୍ରରେ ଉନ୍ନତି ଉପରେ ଗୁରୁତ୍ୱାରୋପ । ବୈଠକରେ ରାଜ୍ୟର ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀ ବିକାଶକୁ ତ୍ବରାନ୍ବିତ କରିବା, ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ଭିତ୍ତିଭୂମିରେ ଉନ୍ନତି, ସାମାଜିକ କ୍ଷେତ୍ରର ଫଳାଫଳକୁ ଉନ୍ନତ କରିବା ଏବଂ ପ୍ରଯୁକ୍ତି ଆଧାରିତ ଅଭିବୃଦ୍ଧି ଭଳି ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ଅଧିକ ପଢନ୍ତୁ : ରାଜ୍ୟସଭା ଚତୁର୍ଥ ଆସନ ଉପରେ ସବୁ ଦଳର ଆଖି, ଜିତିବା ଆଗ, ନୀତି ଆଦର୍ଶ ପଛ
ଏହାସହିତ ଯୁବପିଢି ଓ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯାଇଛି। ରାଜ୍ୟର ଦୀର୍ଘକାଳୀନ ବିକାଶ ଓ ସଂସ୍କାର ଏଜେଣ୍ଡାକୁ ସୁଦୃଢ଼ କରିବା ସହ ବିଶ୍ବସ୍ତରୀୟ ଓ ଆଞ୍ଚଳିକ ଅର୍ଥନୈତିକ ଆହ୍ବାନଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ଏବଂ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଆଧାରରେ ସହଯୋଗିତାର ନୂଆ ନୂଆ କ୍ଷେତ୍ର ସନ୍ଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭିତ୍ତିଭୂମି, ଏମ୍ଏସ୍ଏମ୍ଇ, କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପାଉଥିବା ନିବେଶ ଉପରେ ସେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡିକେ ସିଂହ, ବିଶ୍ବବ୍ୟାଙ୍କର ପ୍ରତିନିଧି ଓ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/30/cmmohan-2026-01-30-08-56-30.jpg)