କନକବ୍ୟୁରୋ : କେହି ଯୁବକ ବା ଯୁବତୀ ପ୍ରଥମ ଥର ଭୋଟର ଦେଉଥିଲେ , ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସବ ପାଳନ କରାଯିବା ଉଚିତ୍ । ଆଜି ରାଷ୍ଟ୍ରୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୩୦ତମ ମନ୍ କି ବାତରେ ଏହି ଆହ୍ବାନ ଦେଇଛନ୍ତି । ଭୋଟ୍ ଅଧିକାର ନେଇ ସଚେତନତା ବୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି ମୋଦୀ ।
ଆମର ସୈନିକ ରକ୍ତ ବୁହାଇଛନ୍ତି : ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ
୨୦୨୬ରେ ଆଜି ଥିଲା ମୋଦୀଙ୍କ ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ । ମୋଦୀ କହିଥିଲେ, ମତଦାତା ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଜନ୍ମଦିନ ପାଳନ ପରି ୧୮ ବର୍ଷ ବୟସରେ ଭୋଟର ହେବାର ପ୍ରଥମ ଦିନକୁ ପାଳନ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ସମ୍ବାଧାନ ଲାଗୁ ହୋଇଥିବା ଗଣତନ୍ତ୍ର ଦିବସ ପୂର୍ବରୁ ସମ୍ବିଧାନ ପ୍ରଣେତାଙ୍କୁ ପ୍ରଣାମ ଜଣାଇଥିଲେ ମୋଦୀ ।
ମୋଦୀଙ୍କ ମନ୍ କି ବାତ୍
୨୦୨୬ରେ ପ୍ରଥମ ମନ୍ କି ବାତ୍
ମତଦାତା ଦିବସରେ ସମ୍ବୋଧନ
ଭୋଟର ହେବାର ପ୍ରଥମ ଦିନ ପାଳନ୍ତୁ ଉତ୍ସବ
ଭୋଟର ହେଉଛନ୍ତି ଗଣତନ୍ତ୍ରର ଆତ୍ମା: ମୋଦୀ
ସମ୍ବିଧାନ ପ୍ରଣେତାଙ୍କୁ ପ୍ରଣାମ କଲେ ମୋଦୀ
କିନ୍ତୁ ଆଜି ବି ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଜାନୁଆରୀ ୨୫ ତାରିଖ ‘ନ୍ୟାସନାଲ ଭୋଟର୍ସ ଡେ’। ଭୋଟରମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଯେତେବେଳେ ଜଣେ ଯୁବକ ପ୍ରଥମ ଥର ପାଇଁ ଭୋଟର ହୁଅନ୍ତି, ସେତେବେଳେ ସମଗ୍ର ପଡ଼ୋଶୀ, ଗାଁ କିମ୍ବା ସହର ଏକାଠି ହୋଇ ତାଙ୍କୁ ଅଭିନନ୍ଦନ ଜଣାଇବା ଏବଂ ମିଠା ବଣ୍ଟନ କରିବା ଉଚିତ । ଏହା ଭୋଟ ଦେବା ବିଷୟରେ ସଚେତନତା ବୃଦ୍ଧି କରିବ । ତେଣୁ ୧୮ ବର୍ଷ ବୟସ ହେବା ପରେ ନିଜକୁ ଭୋଟର ଭାବରେ ପଞ୍ଜୀକୃତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି । ଷ୍ଟାର୍ଟଅପ୍ ଇଣ୍ଡିଆର ଏହି ଆଶ୍ଚର୍ଯ୍ୟଜନକ ଯାତ୍ରାର ନାୟକ ହେଉଛନ୍ତି ଆମର ଯୁବ ବନ୍ଧୁ । ନିଜର କଫର୍ଟ ଯୋନରୁ ବାହାରି ସେମାନେ ଯେଉଁ ଇନୋଭେସନ୍ କରିଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇଛି । ଏଆଇ, ମହାକାଶ, ପରମାଣୁ ଶକ୍ତି, ସେମିକଣ୍ଡକ୍ଟର, ମୋବିଲିଟି, ଗ୍ରୀନ ହାଇଡ୍ରୋଜେନ୍, ବାୟୋଟେକ୍ନୋଲୋଜି, ଭଳି ଷ୍ଟାର୍ଟଅପ୍ ଗୁଡିକରେ ଆମ ଯୁବପିଢ଼ିମାନେ ସଫଳତାର ସହ ଆଗକୁ ବଢ଼ୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/25/narendra-modi-1-2026-01-25-15-01-27.jpg)