ଭାରି ପଡ଼ିବନି ତ ଏହି ଭୁଲ୍ ? ବର୍ଷା, ରନ୍ ରେଟ୍ ହାତରେ ଭାରତର ଭାଗ୍ୟ

Advertisment

ଭାରତ ଆଜି ଯେଉଁ ସଙ୍କଟଜନକ ସ୍ଥିତିରେ ଅଛି, ସେଥିପାଇଁ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଦଳର ରଣନୀତିକୁ ଦାୟୀ କରାଯାଉଛି । ସେହି ମ୍ୟାଚରେ ଭାରତ ପାଖରେ ନିଜର ରନ୍ ରେଟ୍ ସୁଧାରିବାର ସୁବର୍ଣ୍ଣ ସୁଯୋଗ ଥିଲା ।

ଭାରତ ଆଜି ଯେଉଁ ସଙ୍କଟଜନକ ସ୍ଥିତିରେ ଅଛି, ସେଥିପାଇଁ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଦଳର ରଣନୀତିକୁ ଦାୟୀ କରାଯାଉଛି । ସେହି ମ୍ୟାଚରେ ଭାରତ ପାଖରେ ନିଜର ରନ୍ ରେଟ୍ ସୁଧାରିବାର ସୁବର୍ଣ୍ଣ ସୁଯୋଗ ଥିଲା ।

ind vs wi

ind vs wi Photograph: (Kanak news)

କନକ ବ୍ୟୁରୋ: କ୍ରିକେଟ୍ ଅନିଶ୍ଚିତତାର ଖେଳ, ଆଉ ଏହି ଅନିଶ୍ଚିତତା ଏବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଶ୍ୱାସରୁଦ୍ଧ କରିଦେଇଛି । ବିଶ୍ୱକପ୍‌ର ସେମିଫାଇନାଲ୍ ଦୌଡ଼ ଏବେ ଏମିତି ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି, ଯେଉଁଠି ପ୍ରତିଟି ରନ୍ ଏବଂ ଆକାଶର ପ୍ରତିଟି ବାଦଲ ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ। ଭାରତ ପାଇଁ ସମୀକରଣ ଏକଦମ୍ ସ୍ପଷ୍ଟ- 'କର ବା ମର'। ଯିଏ ଜିତିବ, ସିଏ ସେମିଫାଇନାଲ ଟିକେଟ୍ ପାଇବ। କିନ୍ତୁ ଏହି ସରଳ ସମୀକରଣ ମଝିରେ ବଡ଼ ବାଧକ ସାଜି ଛିଡ଼ା ହୋଇଛି 'ବର୍ଷା' ଏବଂ 'ନେଟ୍ ରନ୍ ରେଟ୍' ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ ପଡ଼ିଆରେ ନଖେଳି ମଧ୍ୟ ଭାରତ ବିଶ୍ୱକପରୁ ବାହାରିଯାଇପାରେ । ନିୟମ ଅନୁଯାୟୀ, ମ୍ୟାଚ୍ ଧୋଇଗଲେ ଉଭୟ ଦଳକୁ ୧-୧ ପଏଣ୍ଟ ମିଳିବ । ଏଭଳି ସ୍ଥିତିରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜର ପଏଣ୍ଟ ସମାନ ୩ ପଏଣ୍ଟ ହୋଇଯିବ । ଏଠାରେ ହିଁ ଆରମ୍ଭ ହେବ ନେଟ୍ ରନ୍ ରେଟ୍‌ର ଖେଳ । ୱେଷ୍ଟଇଣ୍ଡିଜର ରନ ରେଟ୍ ବର୍ତ୍ତମାନ +୧.୭୯୧ ରହିଥିବା ବେଳେ ଭାରତର ରନ ରେଟ୍ ୦.୧୦୦ ରହିଛି । ଅର୍ଥାତ୍ ବର୍ଷା ହେଲେ ଉନ୍ନତ ରନ୍ ରେଟ୍ ଆଧାରରେ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲରେ ପହଞ୍ଚିବ ଏବଂ ଭାରତକୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିବ।

ଭାରତ ଆଜି ଯେଉଁ ସଙ୍କଟଜନକ ସ୍ଥିତିରେ ଅଛି, ସେଥିପାଇଁ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଦଳର ରଣନୀତିକୁ ଦାୟୀ କରାଯାଉଛି । ସେହି ମ୍ୟାଚରେ ଭାରତ ପାଖରେ ନିଜର ରନ୍ ରେଟ୍ ସୁଧାରିବାର ସୁବର୍ଣ୍ଣ ସୁଯୋଗ ଥିଲା । ଯଦି ଭାରତ ଜିମ୍ବାୱେକୁ ୧୦୮ ରନରୁ ଅଧିକ ବ୍ୟବଧାନରେ ପରାସ୍ତ କରିଥାନ୍ତା, ତେବେ ଆଜି ଭାରତର ନେଟ୍ ରନ୍ ରେଟରେ ୱେଷ୍ଟଇଣ୍ଡିଜଠାରୁ ଭଲ ଥାନ୍ତା ।

ଆହୁରି ପଢ଼ନ୍ତୁ... ଜିମ୍ୱାୱେକୁ ହରାଇ ବି ଖୁସି ନାହାନ୍ତି ସୂର୍ଯ୍ୟ, ପୁଣି ପଦାରେ ପଡ଼ିଲା ଟିମ୍ ଇଣ୍ଡିଆର ଦୁର୍ବଳତା

କିନ୍ତୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ କିଛି ନିଷ୍ପତ୍ତି ଏବେ ସମାଲୋଚନା ପାଲଟିଛି । ଦଳର ଦୁଇ ପ୍ରମୁଖ ଘାତକ ବୋଲର ଯଶପ୍ରିତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭର ବାକି ଥିବା ସତ୍ତ୍ୱେ ସୂର୍ଯ୍ୟକୁମାର ଅଲରାଉଣ୍ଡର ଶିବମ ଦୁବେଙ୍କୁ ବୋଲିଂ ଦେଇଥିଲେ। ଦୁବେ ମାତ୍ର ୨ ଓଭରରେ ୪୬ ରନ୍ ବ୍ୟୟ କରିଦେଲେ, ଯାହା ଫଳରେ ଜିମ୍ବାୱେ ବଡ଼ ସ୍କୋର କରିବାରେ ସଫଳ ହେଲା ଏବଂ ଭାରତର ବିଜୟ ବ୍ୟବଧାନ କମିଗଲା । ଏହି ଗୋଟିଏ ରଣନୈତିକ ଭୁଲ୍ ଯୋଗୁଁ ଭାରତର ରନ୍ ରେଟ୍ ମାଇନସ୍‌ରେ ରହିଗଲା।

ଭାରତୀୟ ଦଳ ଏବେ ସମ୍ପୂର୍ଣ୍ଣ ଭାବେ କୋଣଠେସା ହୋଇଛି । ଆକାଶରେ ବାଦଲ ଘେରି ରହିଥିବା ବେଳେ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି ଯେପରି ବର୍ଷା ନହେଉ । କାରଣ କେବଳ ଏକ ସମ୍ପୂର୍ଣ୍ଣ ମ୍ୟାଚ୍ ଏବଂ ସେଥିରେ ବିଜୟ ହିଁ ଭାରତକୁ ସେମିଫାଇନାଲ୍ ଟିକେଟ୍ ଦେଇପାରିବ । ଯଦି ବର୍ଷା କାଳ ସାଜେ, ତେବେ ଜିମ୍ବାୱେ ବିପକ୍ଷରେ କରାଯାଇଥିବା ସେହି ଭୁଲ୍ ଭାରତୀୟ କ୍ରିକେଟ୍ ଇତିହାସରେ ଏକ ବଡ଼ ଅବସୋସ ହୋଇ ରହିଯିବ ।

ଏବେ ସମଗ୍ର ଦେଶର ନଜର ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ସେନା ଉପରେ । କଣ ସେମାନେ ୱେଷ୍ଟଇଣ୍ଡିଜକୁ ହରାଇ ସମସ୍ତ ସମୀକରଣକୁ ଭୁଲ୍ ପ୍ରମାଣିତ କରିବେ, ନା ବର୍ଷାରେ ଧୋଇଯିବ କୋଟି କୋଟି ଭାରତୀୟଙ୍କ ବିଶ୍ୱ ବିଜୟର ସ୍ୱପ୍ନ? ତାହା ସମୟ ହିଁ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe