କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ନୋବେଲ ଶାନ୍ତି ପୁରସ୍କାର ମେଡାଲ ହାସଲ କରିଛନ୍ତି । ୨୦୨୫ରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭୋନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ହ୍ବାଇଟ୍ ହାଉସ୍ରେ ଟ୍ରମ୍ପଙ୍କୁ ତାଙ୍କ ମେଡାଲ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ସାମାଜିକ ଗଣମାଧ୍ୟମରେ ତର୍କବିତର୍କ ଚାଲିଥିବାବେଳେ ମାଚାଡୋଙ୍କୁ ଏଥିପାଇଁ ଖୁବ୍ ସମାଲୋଚନା କରାଯାଉଛି । ମାଚାଡୋ କହିଛନ୍ତି, ଭେନେଜୁଏଲାର ସ୍ୱାଧୀନତା ପ୍ରତି ଟ୍ରମ୍ପଙ୍କର ଅନନ୍ୟ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ ସେ ଏପରି କରିଛନ୍ତି । ମାଚାଡୋ ଗୁରୁବାର ହ୍ବାଇଟ୍ ହାଉସ୍ରେ ଟ୍ରମ୍ପଙ୍କୁ ଭେଟିବା ପରେ ନିଜ ମେଡାଲ ତାଙ୍କୁ ପ୍ରଦାନ କରିଥିଲେ। ଏପରିକି ସେ ନିଜ ମେଡାଲ ସେହିଠାରେ ହିଁ ଛାଡ଼ି ଆସିଥିଲେ ।
ଅଧିକ ପଢନ୍ତୁ; ଟ୍ରମ୍ପଙ୍କ ଚେତାବନୀ ପରେ ଇରାନରେ ଅଟକିଲା ୮୦୦ ଜଣଙ୍କ ଫାଶୀ, ଇରାନ ସ୍ଥିତି ଉପରେ ନଜର ରଖିଛୁ କହିଲା ଆମେରିକା
ଦୁଇ ନେତା ନୋବେଲ ପୁରସ୍କାର ସହିତ ଫଟୋ ଉଠାଇଥିବାବେଳେ ଟ୍ରମ୍ପଙ୍କ ଖୁସି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ମାଚାଡୋଙ୍କଠାରୁ ନୋବେଲ ପୁରସ୍କାର ଗ୍ରହଣ କରିବା ପରେ ଟ୍ରମ୍ପ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ । ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ କହିଛନ୍ତି, ଭେନେଜୁଏଲା ନେତ୍ରୀ ତାଙ୍କ ଦେଶରେ ମୋ କାମ ପାଇଁ ମୋତେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ମାଚାଡୋଙ୍କୁ ଟ୍ରମ୍ପ ଜଣେ ଚମତ୍କାର ମହିଳା କହିବା ସହିତ ସେ ବହୁ କଷ୍ଟ ସହିଛନ୍ତି ବୋଲି କହିଛନ୍ତି । ଏହା ମାଚାଡୋଙ୍କ ପକ୍ଷରୁ ଚମତ୍କାର ଅଚାରଣ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପ ମେଡାଲ ରଖିବାକୁ ଆଗ୍ରହୀ ଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ନୋବେଲ ଇନଷ୍ଟିଚ୍ୟୁଟ କହିଛି ଯେ, ମାଚାଡୋ ଟ୍ରମ୍ପଙ୍କୁ ତାଙ୍କର ପୁରସ୍କାର ଦେଇପାରିବେ ନାହିଁ, ଏହା ଏକ ସମ୍ମାନ ଯାହା ଟ୍ରମ୍ପ ଲୋଭ କରିଥିଲେ । ଯଦିଓ ଏହି ସମ୍ପୂର୍ଣ୍ଣ ପ୍ରତୀକାତ୍ମକ ରହିଛି ତଥାପି ଏହା ଅସାଧାରଣ ରହିଛି । ନୋବେଲ ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ନୋବେଲ ଶାନ୍ତି ପୁରସ୍କାର ବିଜେତା ସ୍ୱେଚ୍ଛାକୃତ ଭାବରେ ତାଙ୍କର ମେଡାଲ ଅନ୍ୟକୁ ପ୍ରଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/16/maria-machado-donald-2026-01-16-13-32-00.jpg)