ଚର୍ଚ୍ଚାରେ ଦେଓଗାଁ ଆନ୍ଦୋଳନ; ଇଥାନଲ୍ ପ୍ଲାଣ୍ଟ ବିରୋଧରେ ମହିଳାଙ୍କ ରଣହୁଙ୍କାର, ନେତୃତ୍ୱ ନେଉଛନ୍ତି ୬୫ ବର୍ଷୀୟା ବୃଦ୍ଧା

Advertisment

ଆସିଲି ସେଠ୍ । ନା କେବେ ସ୍କୁଲ ଦୁଆର ମାଡ଼ିଛନ୍ତି ନା ପାଠ ପଢ଼ିଛନ୍ତି । କିନ୍ତୁ ଏବେ ନିଜ ଗାଁ, ନିଜ ମାଟି, ଜଙ୍ଗଲ, ଜମି ଓ ଜଳ ପାଇଁ ଆନ୍ଦୋଳନ କରୁଛନ୍ତି ସମ୍ବଲପୁର ଜିଲ୍ଲା ଦେଓଗାଁର ୬୫ ବର୍ଷୀୟା ଆସିଲି । ସବୁ ନିୟମକୁ ଫୁ କରି ଦେଓଗାଁରେ ଗଢ଼ିଉଠୁଥିବା ଇଥାନଲ ପ୍ଲାଣ୍ଟ ବିରୋଧରେ ପ୍ରାୟ ୪ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି ଦେଓଗାଁବାସୀ ।

ଆସିଲି ସେଠ୍ । ନା କେବେ ସ୍କୁଲ ଦୁଆର ମାଡ଼ିଛନ୍ତି ନା ପାଠ ପଢ଼ିଛନ୍ତି । କିନ୍ତୁ ଏବେ ନିଜ ଗାଁ, ନିଜ ମାଟି, ଜଙ୍ଗଲ, ଜମି ଓ ଜଳ ପାଇଁ ଆନ୍ଦୋଳନ କରୁଛନ୍ତି ସମ୍ବଲପୁର ଜିଲ୍ଲା ଦେଓଗାଁର ୬୫ ବର୍ଷୀୟା ଆସିଲି । ସବୁ ନିୟମକୁ ଫୁ କରି ଦେଓଗାଁରେ ଗଢ଼ିଉଠୁଥିବା ଇଥାନଲ ପ୍ଲାଣ୍ଟ ବିରୋଧରେ ପ୍ରାୟ ୪ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି ଦେଓଗାଁବାସୀ ।

Ethanol Plant

Ethanol Plant Photograph: (Kanak News)

କନକ ବ୍ୟୁରୋ : ସମ୍ବଲପୁର ମାନେଶ୍ୱର ବ୍ଲକରେ ଇଥାନଲ ପ୍ଲାଣ୍ଟ ନିର୍ମାଣ ପାଇଁ ସବୁ ନିୟମକୁ ଫୁ କରି ଉଡ଼ାଇ ଦେଇଛି ପ୍ରଶାସନ । ନା ଜଙ୍ଗଲ ଓ ପରିବେଶ ନିୟମକୁ ମାନୁଛି, ନା ବିସ୍ଥାପନ ନିୟମ । ଅନ୍ୟପଟେ କମ୍ପାନି ବିରୋଧରେ ବଢ଼ି ଚାଲିଛି ଅସନ୍ତୋଷ ।

ଆସିଲି ସେଠ୍ । ନା କେବେ ସ୍କୁଲ ଦୁଆର ମାଡ଼ିଛନ୍ତି ନା ପାଠ ପଢ଼ିଛନ୍ତି । କିନ୍ତୁ ଏବେ ନିଜ ଗାଁ, ନିଜ ମାଟି, ଜଙ୍ଗଲ, ଜମି ଓ ଜଳ ପାଇଁ ଆନ୍ଦୋଳନ କରୁଛନ୍ତି ସମ୍ବଲପୁର ଜିଲ୍ଲା ଦେଓଗାଁର ୬୫ ବର୍ଷୀୟା ଆସିଲି । ସବୁ ନିୟମକୁ ଫୁ କରି ଦେଓଗାଁରେ ଗଢ଼ିଉଠୁଥିବା ଇଥାନଲ ପ୍ଲାଣ୍ଟ ବିରୋଧରେ ପ୍ରାୟ ୪ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି ଦେଓଗାଁବାସୀ । ଆଉ ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ଆସିଲି । ପାଠ ନ ପଢ଼ିଥିଲେ ମଧ୍ୟ ପର ପିଢ଼ି ପାଇଁ, ପରିବେଶ ପାଇଁ ପ୍ରଶାସନ ଓ କମ୍ପାନି ବିରୋଧରେ କରୁଛନ୍ତି ଲଢ଼େଇ ।

ଅଧିକ ପଢ଼ନ୍ତୁ : ପୁରାତତ୍ତ୍ୱ ଇତିହାସର ଗନ୍ତାଘର ମୟୂରଭଞ୍ଜ; ମାଟି ତଳୁ ମିଳିଲା ପଥର ହତିଆରର ଅବଶେଷ

ପଲ୍ଲବୀ ଦନ୍ତା, ବୟସ ପ୍ରାୟ ୩୦ବର୍ଷ । ଆସିଲିଙ୍କ ସହ ଇଥାନଲ ପ୍ଲାଣ୍ଟ ବିରୋଧରେ ଜାରି ଆନ୍ଦୋଳନର ଅନ୍ୟତମ ଅଗ୍ରଦୂତ । ମହାନଦୀରୁ ପାଣି ଶୋଷିବାକୁ ବେଆଇନ୍ ବ୍ଲାଷ୍ଟିଂ କରୁଛି କମ୍ପାନି । ଏହା ବିରୋଧରେ ଦୃଢ ପ୍ରତିବାଦ କରୁଛନ୍ତି ପଲ୍ଲବୀ ଓ ତାଙ୍କ ସାଥୀ । ମହାନଦୀ ଦେଓଗାଁବାସୀଙ୍କର ପେଟ ପୋଷୁଥିବା ବେଳେ ତାକୁ ବଞ୍ଚାଇବା ପାଇଁ ଦିନ ରାତି ଲଢ଼ୁଛନ୍ତି ଶହ ଶହ ଗୃହିଣୀ । ପୁରୁଷଙ୍କ ନେତୃତ୍ୱରେ ଦେଶରେ ଶହ ଶହ ଆନ୍ଦୋଳନ ଦେଖିଥିବେ । କିନ୍ତୁ ଦେଓଗାଁ ଆନ୍ଦୋଳନ ଏବେ ନୂଆ ଇତିହାସ ଲେଖୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe