କନକ ବ୍ୟୁରୋ : ମୟୂରଭଞ୍ଜ ଓଡ଼ିଶାର ପୁରାତତ୍ତ୍ୱ ଇତିହାସରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ବେଶ୍ ପରିଚିତ । ଏଠାରେ ମିଳିଥିବା ପାଷାଣ ଯୁଗୀୟ ଅବଶେଷଗୁଡ଼ିକ ମାନବ ସଭ୍ୟତାର ଆଦି ପର୍ଯ୍ୟାୟ ସହିତ ସଂପୃକ୍ତ । ଯାହା ଓଡ଼ିଶାରେ ଅତ୍ୟନ୍ତ ପୁରାତନ କାଳରୁ ମଣିଷ ବସବାସ କରି ଆସୁଥିବାର ପ୍ରମାଣ ଦିଏ ଏବଂ ଭାରତର ଅନ୍ୟାନ୍ୟ ପ୍ରସିଦ୍ଧ ପାଷାଣ ଯୁଗୀୟ ସ୍ଥଳ ଗୁଡ଼ିକ ମଦ୍ୟରେ ଓଡ଼ିଶାକୁ ପରିଚୟ ଦେଇଛି ।
ମୟୂରଭଞ୍ଜ ଓଡ଼ିଶାର ପୁରାତତ୍ତ୍ୱ ଇତିହାସର ଗନ୍ତାଘର । ଯାହାର ପ୍ରମାଣ ଏଠାରେ ମିଳୁଥିବା ପ୍ରସ୍ତର ଯୁଗର ଅବଶେଷ । ବିଶେଷ କରି ଶିମିଳିପାଳ, କୁଳିଅଣା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଅବବାହିକା ଓ ଆଖପାଖ ଗାଁରେ ପଥର ତିଆରି ହତିଆରର ଅବଶେଷ ମିଳିଛି । ଯାହାକୁ ରାଜ୍ୟ ସଂଗ୍ରହାଳୟ ଆଉ କିଛି ବିଶ୍ୱବିଦ୍ୟାଳୟର ପୁରାତତ୍ତ୍ୱ ଲ୍ୟାବ ଓ ଶିକ୍ଷାମୂଳକ ସଂଗ୍ରହ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖାଯାଇଛି । ଏହାର ଆନୁମାନିକ ବୟସ ପ୍ରାୟ ଅଢ଼େଇ ଲକ୍ଷ ବର୍ଷ । ଆବଶ୍ୟକ ପାଣି, ଘନ ଜଙ୍ଗଲ ସାଙ୍ଗକୁ ପଶୁ ପକ୍ଷୀଙ୍କ ଶିକାର ପାଇଁ ବ୍ୟବହୃତ ହତିଆରର କଞ୍ଚାମାଲ ଏହି ଅଞ୍ଚଳରେ ସହଜରେ ମିଳିପାରୁଥିଲା । ଯେଉଁଥିପାଇଁ ପ୍ରାଗ ଐତିହାସିକ ମଣିଷ ଏଠାରେ ଦୀର୍ଘ ସମୟ ଧରି ବସବାସ କରୁଥିବା ଅନୁମାନ କରାଯାଏ ।
ଅଧିକ ପଢ଼ନ୍ତୁ : ଭରତପୁରକୁ ଫେରିଗଲେ ଦନ୍ତା, ଶିଖରଚଣ୍ଡୀ ଅଞ୍ଚଳରୁ ହାତୀ ଘଉଡ଼ାଇବାରେ ସଫଳ ବନବିଭାଗ
୧୮୭୫ରେ ଭ୍ୟାଲେଣ୍ଟାଇନ୍ ବଲ୍ ପ୍ରଥମେ ଓଡ଼ିଶାର ପ୍ରାଗ୍ ଐତିହାସିକ ଅବଶେଷ ଉପରେ ଧ୍ୟାନ ଆକର୍ଷଣ କରିଥିଲେ । ପରେ ୧୯୨୩ରେ ପରମାନନ୍ଦ ଆଚାର୍ଯ୍ୟଙ୍କ ଦ୍ୱାରା ନିଓଲିଥିକ୍ ଉପକରଣ ଚିହ୍ନଟ ଏବଂ ୧୯୨୪ରେ ଆର.ଡି. ବାନାର୍ଜୀଙ୍କ ଦ୍ୱାରା ବୁଢ଼ାବଳଙ୍ଗ ନଦୀକୂଳରୁ ପଥର ହତିଆର ଚିହ୍ନଟ । ଏହି ସବୁ ଆବିଷ୍କାର କରି ମୟୂରଭଞ୍ଜକୁ ଭାରତୀୟ ପୁରାତତ୍ତ୍ୱ ମାନଚିତ୍ରରେ ସ୍ଥାନ ଦେଇଥିଲା ।
ମୟୂରଭଞ୍ଜରୁ ମିଳିଥିବା ଅବଶେଷ ନିମ୍ନ ପ୍ରସ୍ତର ଯୁଗ, ମଧ୍ୟ ପ୍ରସ୍ତର ଯୁଗ ଓ କେତେକ ସ୍ଥଳରେ ଉଚ୍ଚ ପ୍ରସ୍ତର ଓ ମେସୋଲିଥିକ୍ ଯୁଗ ସହ ନୂତନ ପ୍ରସ୍ତର ଯୁଗ ସମ୍ପର୍କିତ ବୋଲି ପୁରାତତ୍ତ୍ୱବିଦଙ୍କ ମତ । ତେବେ ଅନିୟନ୍ତ୍ରିତ ଖନନ, ପ୍ରାକୃତିକ କ୍ଷୟ ରୋକିବାକୁ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/29/archaeological-significance-2025-12-29-18-38-22.jpg)