ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌: ପାକିସ୍ତାନକୁ ହରାଇଲା ଭାରତ

Advertisment

ଏଠାରେ ଚାଲିଥିବା ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ୟୁଏଇଠାରୁ ହାରିଥିବା ଭାରତ ରବିବାର ଶୋଚନୀୟ ଭାବେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି ।

ଏଠାରେ ଚାଲିଥିବା ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ୟୁଏଇଠାରୁ ହାରିଥିବା ଭାରତ ରବିବାର ଶୋଚନୀୟ ଭାବେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି ।

rising

rising Photograph: (Kanak news)

କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ-ପାକିସ୍ତାନ ହାଇଭୋଲ୍‌ଟେଜ୍‌ ପୂର୍ବରୁ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନ ମହିଳା ‘ଏ’ ଦଳକୁ ପରାସ୍ତ କରିଦେଇଛି। ଏଠାରେ ଚାଲିଥିବା ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ୟୁଏଇଠାରୁ ହାରିଥିବା ଭାରତ ରବିବାର ଶୋଚନୀୟ ଭାବେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି । ୯୪ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ କେବଳ ହୁମାଇରା କାଜି (୦) ଓ ଅନୁଷ୍କା ଶର୍ମା (୨୪)ଙ୍କୁ ହରାଇ ୫୯ ବଲ୍‌ରୁ ପୂର୍ବରୁ ହାସଲ କରି ନେଇଥିଲା। 

ଆହୁରି ପଢ଼ନ୍ତୁ... ମ୍ୟାଟ୍ରିକ୍‌ ପରୀକ୍ଷା ଦେବେନି ବୈଭବ

ଦୀନେଶ ବୃନ୍ଦା (୫୫* ରନ୍‌, ୨୯ ବଲ୍‌, ୧୨ ଚୌକା) ଓ ତେଜାଲ ହାସବିନ୍ସ (୫ ବଲ୍‌ରୁ ୧୨*) ଅପରାଜିତ ରହି ଦଳକୁ ୧୦.୧ ଓଭରରେ ବିଜୟ ଭେଟି ଦେଇଥିଲେ। ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ପ୍ରମୁଖ ଅବଦାନ ରଖିଥିବା ବୃନ୍ଦାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୯୩ ରନ୍‌ କରିଥିଲା। ପାକିସ୍ତାନର ସୱାଲ ଜୁଲିଫିକର (୨୩), ଗୁଲ୍‌ ରୁଖ୍‌ (୨୧) ଓ ଅନୋଶା ନାସିର (୧୭) କେବଳ ଦୁଇଅଙ୍କ ଛୁଇଁଥିଲେ। ଭାରତ ପକ୍ଷରୁ ରାଧା ଯାଦବ, ପ୍ରେମା ରାୱତ ଓ ସାଇମା ଠାକର ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe