କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ମହିଳା । ବଜାର ଚାଲିଥିବା ଚୋରା ମଦ ଦୋକାନକୁ ଭାଙ୍ଗିଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନହୁଲିଆ ବଜାରରେ ଦୀର୍ଘ ଦିନ ହେବ ଏକ ଦୋକାନରେ ଚୋରା ଦେଶୀ ମଦ ବିକ୍ରି ଚାଲିଥିଲା । ଏହାକୁ ବିରୋଧ କରି ଆସୁଥିଲେ ଅଞ୍ଚଳର ମହିଳାମାନେ । ବଜାରରେ ଚୋରାମଦ ବିକ୍ରି ଯୋଗୁଁ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢିଥିଲା ।
ଅଧିକ ପଢନ୍ତୁ : ଅବକାରୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ; ଚୋରା ମଦ ମାମଲାରେ ଗିରଫ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ
ମଦ୍ୟପଙ୍କ ଉତ୍ପାତ ଯୋଗୁଁ ସେହି ବାଟ ଦେଇ ମହିଳାମାନେ ଓ ଛାତ୍ରୀମାନେ ଯିବାକୁ ଭୟ କରୁଥିଲେ । ବାରମ୍ୱାଲ ଅଭିଯୋଗ ସତ୍ୱେ କେହି ନ ଶୁଣିବାରୁ ଅଞ୍ଚଳର ମହିଳା ମାନେ ଏକତ୍ରିତ ହୋଇ ନହୁଲିଆ ବଜାରରେ ଥିବା ଚୋରାମଦ ଦୋକାନକୁ ଭାଙ୍ଗି ଦେଇଛନ୍ତି।
Follow Us