କନକ ବ୍ୟୁରୋ: ରାଉରକେଲା ଅବକାରୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ । ବେଆଇନ ମଦ କାରବାର ଘଟଣାରେ ଗିରଫ ଅଭିଯୁକ୍ତକୁ ପିଟିପିଟି ମାରି ଦେଇ ଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । ସୁନ୍ଦରଗଡ଼ ବୀରମିତ୍ରପୁର ରାଏବଗା ଥାନା ଦଳକି ଗାଁର ରାଜେଶ କୁଜୁରକୁ ଗତକାଲି ଗିରଫ କରିଥିଲା ଅବକାରୀ ପୋଲିସ । ହେଲେ ପରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା ।
ରାଜେଶଙ୍କ ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନା ଶବ ଗୃହରେ ରଖା ଯାଇଛି । ତେବେ ତାଙ୍କ ଦେହରେ ଅନେକ କ୍ଷତ ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜେଶଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅବକାରୀ ପୋଲିସ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ରାଜେଶଙ୍କ ପତ୍ନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/16/ayZjyoZ5TgZja4f1HtZj.jpg)