ଚୋରା ମଦ ବିରୋଧରେ ତାତିଲେ ଗାଁ ମହିଳା , ଭାଙ୍ଗିଲେ ମଦ ଦୋକାନ

Advertisment

ଗତକାଲି ଅପରାହ୍ନରେ ବାଲିପଦା ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଉକ୍ତ ମଦ ଦୋକାନ ଉପରେ ଚଢ଼ାଉ କରି ଭଙ୍ଗାରୁଜା କରିଛନ୍ତି । ଚୋରା ବ୍ୟବସାୟୀ ଜଣଙ୍କ ଭଙ୍ଗାରୁଜା କରାଯିବାରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି ଅପରାହ୍ନରେ ବାଲିପଦା ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଉକ୍ତ ମଦ ଦୋକାନ ଉପରେ ଚଢ଼ାଉ କରି ଭଙ୍ଗାରୁଜା କରିଛନ୍ତି । ଚୋରା ବ୍ୟବସାୟୀ ଜଣଙ୍କ ଭଙ୍ଗାରୁଜା କରାଯିବାରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Jajpur News

Jajpur News Photograph: (Kanak News)

କନକ ବ୍ୟୁରୋ : ଶୁଣିଲାନି ପୁଲିସ କି ଅବକାରୀ ବିଭାଗ । ତାତିଲେ ଗାଁ ମହିଳା, ଭାଙ୍ଗିଲେ ଚୋରା ମଦ ଦୋକାନ । ଯାଜପୁର ଟାଉନ ଥାନା ବାଲିପଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାଜପୁର ଟାଉନ ଥାନା ଚିତାଳୋ କଲେଜ ରାସ୍ତା ପାର୍ଶ୍ଵ ବାଲିପଦା ଛକରେ ଦୀର୍ଘ ବର୍ଷ ହେବ ଚୋରା ମଦ ବ୍ୟବସାୟ ଚାଲି ଆସୁଛି । ମଦ ଦୋକାନ ବନ୍ଦ କରିବାକୁ ବାରମ୍ବାର ଯାଜପୁର ଟାଉନ ପୁଲିସ ଏବଂ ଅବକାରୀ ବିଭାଗଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣିନଥିଲେ ।

ଅଧିକ ପଢନ୍ତୁ : କଳାହାଣ୍ଡିରେ ବଢ଼ୁଛି ନକଲି ବିଦେଶୀ ମଦ କାରବାର, ଅଣଓଡ଼ିଆ ବେପାରୀ ଗିରଫ

ଗତକାଲି ଅପରାହ୍ନରେ ବାଲିପଦା ଗାଁର ଶତାଧିକ ମହିଳା ଏକତ୍ରିତ ହୋଇ ଉକ୍ତ ମଦ ଦୋକାନ ଉପରେ ଚଢ଼ାଉ କରି ଭଙ୍ଗାରୁଜା କରିଛନ୍ତି । ଚୋରା ବ୍ୟବସାୟୀ ଜଣଙ୍କ ଭଙ୍ଗାରୁଜା କରାଯିବାରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟାଉନ ଥାନା ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ମଦ ଦୋକାନରୁ ମାସିକିଆ ଚାନ୍ଦା ନେଇ ଅବାଧରେ ଚୋରା ମଦ କାରବାର ପାଇଁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe