କନକ ବ୍ୟୁରୋ : ବେଆଇନ ଇଟା ଭାଟି ଭାଙ୍ଗିବାକୁ ଯାଇ ହଟହଟା ହେଲେ ତହସିଲଦାର । ଗାଁ ମହିଳାଙ୍କ ପ୍ରତିରୋଧ ଫଳରେ ଖାଲି ହାତରେ ଫେରିଛନ୍ତି ନୂଆଗାଁ ତହସିଲଦାର । ନୟାଗଡ଼ ଜିଲ୍ଲା ବନ୍ଧାଭୂଇଁ ଗାଁରେ ବେଆଇନ ଇଟାଭାଟି ଚାଲିଥିବା ନେଇ ପ୍ରଶାସନକୁ ଅଭିଯୋଗ କରିଥିଲେ ସେହି ଗାଁର ଜଣେ ଯୁବକ । ସ୍ଥିତି ପରଖିବା ପରେ ଇଟା ଭାଟି ଗୁଡିକୁ ଭାଙ୍ଗିବା ପାଇଁ ପୁଲିସ ଫୋର୍ସ ସହ ବନ୍ଧାଭୂଇଁ ଗାଁରେ ପହଞ୍ଚିଥିଲେ ନୂଆଗାଁ ତହସିଲଦାର ।

Advertisment

ଅଧିକ ପଢନ୍ତୁ : କେନ୍ଦ୍ରାପଡ଼ାରେ ଲଜ୍ଜା: ନାବାଳିକାଙ୍କୁ ଗେଷ୍ଟ ହାଉସରେ ଗଣଦୁଷ୍କର୍ମ ଅଭିଯୋଗ

ତେବେ ମନ୍ଦିର ପାଇଁ ଇଟା ପକାଯାଉଥିବା କିଛି ଲୋକ କହିଥିଲେ । ଏହି ସମୟରେ ଗାଁର ମହିଳାମାନେ  ପହଞ୍ଚି ପ୍ରତିରୋଧ କରିଥିଲେ । ମହିଳା ପୁଲିସ ସାଙ୍ଗରେ ନଥିବା କାରଣରୁ ବାଧ୍ୟ ହୋଇ ତହସିଲଦାର ଫେରିଯାଇଥିଲେ । ଘଟଣା ପରେ ପ୍ରଶାସନକୁ ଅଭିଯୋଗ କରିଥିବା ସେହି ଯୁବକଙ୍କୁ ଇଟା ଭାଟି ମାଲିକ ଭରତ ସାହୁ ଧମକାଉଥିବା ଅଭିଯୋଗ ହୋଇଛି ।