kendrapada Photograph: (kanak news)
କନକ ବ୍ୟୁରୋ: ପ୍ରହସନ ପାଲଟିଲା ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା । ଜାଣି ପାରିଲେନି ଚାଷୀ, ଚେୟାର ପଡିଲା ଫାଙ୍କା । ରେଜିଷ୍ଟ୍ରେସନ ହୋଇ ନଥିବାରୁ ନିରାଶ ହେଲେ ମହିଳା ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ରୁ ଆସିଛି ଏପରି ଅଭାବନୀୟ ଖବର । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୫ ରାଜକନିକା ମା’ କନିକେଶ୍ଵରୀ ଦୁର୍ଗା ମଣ୍ଡପ ସମ୍ମୁଖ ପଡ଼ିଆରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ରାଜକନିକା ବିଡ଼ିଓ କୈଳାସ ଚନ୍ଦ୍ର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜକନିକା ପଞ୍ଚାୟତ ସମିତି ଅଧକ୍ଷା ମିନତୀ ରାଉତ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ୨୯ ପଞ୍ଚାୟତର ଚାଷୀ ଏଥିରେ ଯୋଗାଦେବାର ଥିଲା । ହେଲେ ଅଳ୍ପ କେତେଜଣ ଚାଷୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଅଧାରୁ ଅଧିକ ଚେୟାର ଫାଙ୍କା ପଡ଼ିଥିଲା ।
ଆହୁରି ପଢ଼ନ୍ତୁ...Team India: ଭାରତର ଲଜ୍ଜାଜନକ ପରାଜୟ; ଦକ୍ଷିଣ ଆଫ୍ରିକା ଜିତିଲା ଇଡେନ୍ ଟେଷ୍ଟ
ବଡ଼ କଥା ହେଲା ଅନେକ ଚାଷୀ ଏହି ମେଳା ସମ୍ପର୍କରେ ଜାଣି ପାରିନଥିବା ଅଭିଯୋଗ କରିଛନ୍ତି । କେତେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଚାଷୀଙ୍କୁ ବ୍ଲକ ମତ୍ସ୍ୟଅଧିକାରୀ ଫୋନ କରି ଡାକିଥିଲେ । କିନ୍ତୁ ମହିଳା ମାନେ ଲାଇନ ରେ ଠିଆ ହୋଇ ରେଜିଷ୍ଟେନ କରିବାକୁ ଯାଇଥିଲେ, କିନ୍ତୁ ତାଙ୍କ ନାଁ ନଥିବା କହି ଅଧିକାରୀ ଫେରାଇ ଦେଇଥିଲେ । ରାଜକନିକା ଅତିରିକ୍ତ ମଣ୍ଡଳ ପ୍ରାଣି ଚିକିତ୍ସା ଅଧୁକାରୀ ଡାଃ. ଐଶ୍ଵର୍ଯ୍ୟା ଦାସ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ଚେୟାର ଅଧିକ ପଡ଼ିଥିବାରୁ ଫାଙ୍କା ପଡ଼ିଛି । ପ୍ରକୃତ ଚାଷୀମାନେ ଜାଣି ନଥିବା ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ ।
Follow Us