କନକ ବ୍ୟୁରୋ: କୋଲକାତାର ଇର୍ଡେନ୍ ଗାର୍ଡେନରେ ଭାରତର ଲଜ୍ଜାଜନକ ଟେଷ୍ଟ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ଟେଷ୍ଟ ହାରିଲା ଭାରତ । ନିଜ ଦ୍ୱିତୀୟ ଇଂନିସରେ ଭାରତୀୟ ଦଳ ଅତି ଖରାପ ବ୍ୟାଟିଂ କରିବା ସହିତ ମାତ୍ର ୯୩ ରନରେ ଅଲଆଉଟ୍ ହୋଇଛି । ଆଉ ଏହି ମ୍ୟାଚକୁ ୩୦ ରନରେ ଜିତିନେଇଛି ଦକ୍ଷିଣ ଆଫ୍ରିକା ଦଳ ।
South Africa win the 1st Test by 30 runs.#TeamIndia will look to bounce back in the 2nd Test.
— BCCI (@BCCI) November 16, 2025
Scorecard ▶️https://t.co/okTBo3qxVH#INDvSA | @IDFCFIRSTBankpic.twitter.com/21LHhUG5Rz
ତେବେ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା ଦଳ । ଆଉ ନିଜର ପ୍ରଥମ ଇଂନିସରେ ମାତ୍ର ୧୫୯ ରନ୍ କରିବାକୁ ସକ୍ଷମ ହେଇଥିଲା । ଜବାବରେ ଭାରତୀୟ ଦଳ ବ୍ୟାଟିଂ କରି ପ୍ରଥମ ଇଂନିସରେ ୧୮୯ ରନ୍ କରି ୩୦ ରନ୍ ଲିଡ୍ ନେଇଥିଲା । ହେଲେ ଦ୍ୱିତୀୟ ଇଂନିସରେ ଦକ୍ଷିଣ ଆଫ୍ରିକା ଦଳ ୧୫୩ ରନ୍ କରିଥିବାବେଳେ, ଭାରତୀୟ ଦଳ ମାତ୍ର ୯୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ଦଳ ତରଫରୁ ଦୁଇ ବେଲାର ମାର୍କୋ ୟାନସନ୍ ଆଉ ହାର୍ମର ଜବରଦସ୍ତ ବୋଲିଂ କରିବା ସହିତ ଉଭୟ ମିଶି ୭ ଓ୍ୱିକେଟ୍ ନେଇଥିଲେ ।
📸 Picture Perfect
— BCCI (@BCCI) November 16, 2025
Bird's eye view of the iconic Eden Gardens 🏟️😍
Scorecard ▶️https://t.co/okTBo3qxVH#TeamIndia | #INDvSA | @IDFCFIRSTBankpic.twitter.com/JShOGLp04y
ଇର୍ଡେନ୍ ଗାର୍ଡେନରେ ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ଟିମ୍ ସିରିଜରେ ଏବେ ୧-୦ରେ ଆଗୁଆ ହୋଇଛି । ଦ୍ୱିତୀୟ ଟେଷ୍ଟ ଗୌହାଟୀରେ ଖେଳାଯିବାକୁ ଥିବାବେଳେ, ଭାରତ ସିରିଜ୍ ଡ୍ର କରିବାକୁ ଏହି ମ୍ୟାଚ୍ ଖେଳିବ ।
news
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/16/team-india-2025-11-16-14-33-52.jpg)