ମହିଳାଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ ; ଏଏସଆଇଙ୍କ ନାଁରେ ଥାନାରେ ଏତଲା

Advertisment

ଥାନାରେ ଏତଲା ଦେଇଥିବା ସତ୍ତ୍ୱେ ପୁଲିସ ନ୍ୟାୟ ଦେବା ପରିବର୍ତ୍ତେ ପକ୍ଷପାତ କରିଥିବା ଅଭିଯୋଗ ହୋଇଛି । ମଧ୍ୟସ୍ଥିତା କରୁଥିବା ସର୍ବେଶ୍ୱର ଭୂୟାଁଙ୍କୁ ଆଳି ଥାନାର ଏଏସଆଇ ଆଲୋକ ରଥ ଘରେ ପଶି ଟାଣି ନେଇଥିଲେ ।

ଥାନାରେ ଏତଲା ଦେଇଥିବା ସତ୍ତ୍ୱେ ପୁଲିସ ନ୍ୟାୟ ଦେବା ପରିବର୍ତ୍ତେ ପକ୍ଷପାତ କରିଥିବା ଅଭିଯୋଗ ହୋଇଛି । ମଧ୍ୟସ୍ଥିତା କରୁଥିବା ସର୍ବେଶ୍ୱର ଭୂୟାଁଙ୍କୁ ଆଳି ଥାନାର ଏଏସଆଇ ଆଲୋକ ରଥ ଘରେ ପଶି ଟାଣି ନେଇଥିଲେ ।

Kendrapada

Kendrapada Photograph: (kanak news)

କନକ ବ୍ୟୁରୋ: ପୁଲିସ ବାବୁଙ୍କ ବିରୁଦ୍ଧରେ ଥାନାରେ ଫେରାଦ ହେଲେ ମହିଳା । ଘରେ ପଶି ମହିଳାଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ଏହି ମହିଳାମାନେ । ଆଉ ନ୍ୟାୟ ନମିଳିବା ଯାଏଁ ଥାନାରେ ଧାରଣା ଦେବା ସହ ବିଷ ପିଇବାକୁ ଚେତାବନୀ ବି ଦେଇଛନ୍ତି । କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁରେ ଘରବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ଥାନାରେ ଏତଲା ଦେଇଥିବା ସତ୍ତ୍ୱେ ପୁଲିସ ନ୍ୟାୟ ଦେବା ପରିବର୍ତ୍ତେ ପକ୍ଷପାତ କରିଥିବା ଅଭିଯୋଗ ହୋଇଛି । ମଧ୍ୟସ୍ଥିତା କରୁଥିବା ସର୍ବେଶ୍ୱର ଭୂୟାଁଙ୍କୁ ଆଳି ଥାନାର ଏଏସଆଇ ଆଲୋକ ରଥ ଘରେ ପଶି ଟାଣି ନେଇଥିଲେ । ଆଉ ଏହି ସମୟରେ ଘରର ମହିଳାମାନଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରାଯାଇଥିବା ଗୁରୁତର ଅଭିଯୋଗ ହୋଇଛି ।

ପୁଲିସ ଜୁଲମରେ ଅସନ୍ତୁଷ୍ଟ ହୋଇ ଗାଁର ମହିଳାମାନେ ଆଳି ଥାନାକୁ ଯାଇ ଏଏସଆଇ ଆଲୋକ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳାମାନଙ୍କ କହିବା ଅନୁସାରେ, ଯଦି ଗୁଣ୍ଡା ପୁଲିସ ଅଧିକାରୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଥାନା ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି । ସେପଟେ ଘଟଣାକୁ ନେଇ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏହି ଘଟଣା ଏବେ ଜିଲ୍ଲାରେ ପୁଲିସର ଭୂମିକା ଓ ନ୍ୟାୟ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି । ଦେଖିବା ସମ୍ପୃକ୍ତ ପୁଲିସ ବିରୁଦ୍ଧରେ ଆକ୍ସନ ହେବ ନା ସବୁଥର ଭଳି ନ୍ୟାୟର ନିକିତିରେ ଏମାନେ ଖସିଯିବେ ।

ଅଧିକ ପଢ଼ନ୍ତୁ---ଜିଦରେ ଅଟଳ ଡାକ୍ତରୀ ସଂଘ: ଆଜି ବି ୨ ଘଣ୍ଟିଆ ଓପିଡି ବନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe