କନକ ବ୍ୟୁରୋ: ପୁଲିସ ବାବୁଙ୍କ ବିରୁଦ୍ଧରେ ଥାନାରେ ଫେରାଦ ହେଲେ ମହିଳା । ଘରେ ପଶି ମହିଳାଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ଏହି ମହିଳାମାନେ । ଆଉ ନ୍ୟାୟ ନମିଳିବା ଯାଏଁ ଥାନାରେ ଧାରଣା ଦେବା ସହ ବିଷ ପିଇବାକୁ ଚେତାବନୀ ବି ଦେଇଛନ୍ତି । କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ଗାଁରେ ଘରବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ଥାନାରେ ଏତଲା ଦେଇଥିବା ସତ୍ତ୍ୱେ ପୁଲିସ ନ୍ୟାୟ ଦେବା ପରିବର୍ତ୍ତେ ପକ୍ଷପାତ କରିଥିବା ଅଭିଯୋଗ ହୋଇଛି । ମଧ୍ୟସ୍ଥିତା କରୁଥିବା ସର୍ବେଶ୍ୱର ଭୂୟାଁଙ୍କୁ ଆଳି ଥାନାର ଏଏସଆଇ ଆଲୋକ ରଥ ଘରେ ପଶି ଟାଣି ନେଇଥିଲେ । ଆଉ ଏହି ସମୟରେ ଘରର ମହିଳାମାନଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରାଯାଇଥିବା ଗୁରୁତର ଅଭିଯୋଗ ହୋଇଛି ।
ପୁଲିସ ଜୁଲମରେ ଅସନ୍ତୁଷ୍ଟ ହୋଇ ଗାଁର ମହିଳାମାନେ ଆଳି ଥାନାକୁ ଯାଇ ଏଏସଆଇ ଆଲୋକ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳାମାନଙ୍କ କହିବା ଅନୁସାରେ, ଯଦି ଗୁଣ୍ଡା ପୁଲିସ ଅଧିକାରୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଥାନା ଘେରାଉ କରିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି । ସେପଟେ ଘଟଣାକୁ ନେଇ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏହି ଘଟଣା ଏବେ ଜିଲ୍ଲାରେ ପୁଲିସର ଭୂମିକା ଓ ନ୍ୟାୟ ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି । ଦେଖିବା ସମ୍ପୃକ୍ତ ପୁଲିସ ବିରୁଦ୍ଧରେ ଆକ୍ସନ ହେବ ନା ସବୁଥର ଭଳି ନ୍ୟାୟର ନିକିତିରେ ଏମାନେ ଖସିଯିବେ ।
ଅଧିକ ପଢ଼ନ୍ତୁ---ଜିଦରେ ଅଟଳ ଡାକ୍ତରୀ ସଂଘ: ଆଜି ବି ୨ ଘଣ୍ଟିଆ ଓପିଡି ବନ୍ଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/08/kendrapada-2026-01-08-11-34-36.jpg)