ଭୁବନରେ ମଧ୍ୟଯୁଗୀୟ ମାନସିକତା, ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ବାମୀ

ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ମହିଳା

son Birth

son Birth Photograph: (KanakNews)

କନକ ବ୍ୟୁରୋ: ଏବେବି ବଞ୍ଚି ରହିଛି ମଧ୍ୟଯୁଗୀୟ ମାନସିକତା । ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ବାମୀ । ଢେଙ୍କାନାଳ ଜିଲ୍ଲା ଭୁବନରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅଙ୍କୁ ସୁଧାର କେନ୍ଦ୍ର ପଠାଯାଇଛି। ପଞ୍ଚମ ଝିଅ ଜନ୍ମ ପରେ ସ୍ଵାମୀ ଆକ୍ରୋଶର ଶିକାର ହୋଇଛି ମାଆ ।

 ଅଧିକ ପଢନ୍ତୁ : ପୁଣି କୂଅରେ ପଡ଼ିଲା ହାତୀ; ଉଦ୍ଧାର କାର୍ଯ୍ୟ ଜାରି

ମାଡ଼ ମାରି ଘରୁ ବାହାର କରିଦେଇଛି । ମାତ୍ର ୧୫ ଦିନର କନ୍ୟା ଶିଶୁ ଏବଂ ଜନ୍ମିତ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଆଶ୍ରୟ ପାଇଁ ପହଞ୍ଚିଛନ୍ତି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ । ଭୁବନ ବ୍ଲକ ଅନ୍ତର୍ଗତ ମୂରୁଗା ଗାଁର ଏହି ଘଟଣା । ଶୀତ ରାତିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସ ଗୃହ ପରିସର ମଧ୍ୟରେ ଶୋଇଥିଲେ । ଏହି ଖବର ପାଇ ପହଞ୍ଚିଥିଲେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ୬ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଥଇଥାନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe