କନକ ବ୍ୟରୋ: ମହିଳାଙ୍କ କ୍ଷେତ୍ରରେ ବଢ଼ୁଛି ଅପରାଧ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଉପରେ ନଜର ପକାଇଲେ ପୁରୀ ଜିଲ୍ଲାରେ ସ୍ଥିତି ସଙ୍ଗିନ ରହିଛି । ଦିନକୁ ଦିନ ଏପରି ପରିସ୍ଥିତି ଆସିଲାଣି, ଝିଅ ବୋହୂମାନେ ବାହାରକୁ ବାହାରିବାକୁ ଡରିଲେଣି । ମହିଳାମାନଙ୍କୁ ସୁରକ୍ଷା ଦେବାକୁ ସ୍ବତନ୍ତ୍ର ମହିଳା ଥାନା ରହିଛି । ନ୍ୟାୟ ଦେବାକୁ ରହିଛି ମହିଳା କମିସନ । ତଥାପି ମହିଳାଙ୍କ କ୍ଷେତ୍ରରେ ଅପରାଧ ମାମଲା ତଳକୁ ଖସିବା ପରିବର୍ତ୍ତେ ବଢ଼ି ଚାଲିଛି। ଆଉ ପୁରୀର ଏ ତଥ୍ୟ ଆଜିର ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଚିନ୍ତା ବଢ଼ାଇଲା ପୁରୀ ଜିଲ୍ଲାର ତଥ୍ୟ
ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ...
ପୁରୀରେ ୨୦୨୨ରେ ୧୪ ଜଣ ମହିଳା ଯୌତୁକଜନିତ ହତ୍ୟାର ଶିକାର
୨୦୨୩ରେ ଏ ସଂଖ୍ୟା ଥିଲା ୧୦
୨୦୨୨ରେ ୧୨୩ ଜଣ ମହିଳା ସ୍ବାମୀ ଓ ସମ୍ପର୍କୀୟଙ୍କ ଅତ୍ୟାଚାରର ଶିକାର
୨୦୨୩ରେ ଏ ସଂଖ୍ୟା ୧୩୫ରେ ପହଞ୍ଚିଛି
୨୦୨୨ରେ ୨୪୨ ଜଣ ଅପହରଣର ଶିକାର
୨୦୨୩ରେ ୨୮୭ ମହିଳାଙ୍କୁ କରାଯାଇଛି ଅପହରଣ
୨୦୨୨ରେ ୪୧ ଜଣ ମହିଳା ଦୁଷ୍କର୍ମର ଶିକାର
୨୦୨୩ରେ ଏ ସଂଖ୍ୟା ପହଞ୍ଚିଥିଲା ୫୪ରେ
ମହିଳାଙ୍କ ପ୍ରତି ବଢ଼ୁଛି ଅପରାଧ
୨୦୨୨ରେ ୨୯ ମହିଳା ସାଇବର ଅପରାଧର ଶିକାର
୨୦୨୩ରେ ୪୧ ମହିଳା ସାଇବର ଅପରାଧର ଶିକାର
୨୦୨୨ରେ ବ୍ଲାକମେଲିଂର ଶିକାର ୧୮ ମହିଳା
୨୦୨୩ରେ ୧୬ ମହିଳା ବ୍ଲାକମେଲିଂର ଶିକାର
୨୦୨୨ରେ ଯୌନ ହିଂସାର ଶିକାର ୭୪ ଶିଶୁ
୨୦୨୩ରେ ୭୨ ଶିଶୁ ଯୌନ ହିଂସାର ଶିକାର
୨୦୨୨ରେ ୬୦ ଜଣ ବାଳିକା ଦୁଷ୍କର୍ମର ଶିକାର
୨୦୨୩ରେ ଏ ମାମଲା ଥିଲା ୩୭
୨୦୨୨ରେ ୧୪ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର
୨୦୨୩ରେ ଏହା ୩୪କୁ ବୃଦ୍ଧି ପାଇଛି