କନକ ବ୍ୟୁରୋ: ଏବେବି ବଞ୍ଚି ରହିଛି ମଧ୍ୟଯୁଗୀୟ ମାନସିକତା । ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲେ ସ୍ବାମୀ । ଢେଙ୍କାନାଳ ଜିଲ୍ଲା ଭୁବନରେ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅଙ୍କୁ ସୁଧାର କେନ୍ଦ୍ର ପଠାଯାଇଛି। ପଞ୍ଚମ ଝିଅ ଜନ୍ମ ପରେ ସ୍ଵାମୀ ଆକ୍ରୋଶର ଶିକାର ହୋଇଛି ମାଆ ।
ଅଧିକ ପଢନ୍ତୁ : ପୁଣି କୂଅରେ ପଡ଼ିଲା ହାତୀ; ଉଦ୍ଧାର କାର୍ଯ୍ୟ ଜାରି
ମାଡ଼ ମାରି ଘରୁ ବାହାର କରିଦେଇଛି । ମାତ୍ର ୧୫ ଦିନର କନ୍ୟା ଶିଶୁ ଏବଂ ଜନ୍ମିତ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଆଶ୍ରୟ ପାଇଁ ପହଞ୍ଚିଛନ୍ତି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ । ଭୁବନ ବ୍ଲକ ଅନ୍ତର୍ଗତ ମୂରୁଗା ଗାଁର ଏହି ଘଟଣା । ଶୀତ ରାତିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସ ଗୃହ ପରିସର ମଧ୍ୟରେ ଶୋଇଥିଲେ । ଏହି ଖବର ପାଇ ପହଞ୍ଚିଥିଲେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା । ସମସ୍ତ ଘଟଣା ଶୁଣିବା ପରେ ଢେଙ୍କାନାଳ ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ୬ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଥଇଥାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/16/son-birth-2025-11-16-12-15-59.jpg)