କନକ ବ୍ୟୁରୋ : ପ୍ରଥମେ ବିଶ୍ବାସ ଜନ୍ମାଇଲେ ପରେ ଲୁଟିନେଲେ ମହିଳା । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମହିଳାଙ୍କଠାରୁ କରଜ ଆକାରରେ ଟଙ୍କା ଓ ବିଭିନ୍ନ ଆଳ ଦେଖାଇ ସୁନା ଅଳଙ୍କାର ଧରି ରାତାରାତି ଛୁ ମାରିଛନ୍ତି ଅନ୍ୟ ଜଣେ ମହିଳା । ଗଣ୍ଡାଘାର ଗାଁ ନିକଟ ହରିଶରଣପୁର ଗାଁରେ ବୁଲି ସାହୁ ନାମକ ମହିଳା କିଛି ବର୍ଷ ହେବ ଭଡ଼ାରେ ରହୁଥିଲେ । ଗାଁରେ ମହିଳାଙ୍କ ସହ ଭଲ ସମ୍ପର୍କ ସହ ବିଶ୍ବାସଭାଜନ ହୋଇଥିଲେ । ମହିଳାଙ୍କ ଦ୍ୱାରା ବିଭିନ୍ନ ଗ୍ରୁପରୁ ଲୋନ ଅଣାଇ ସେ ସୁଝିବେ ଚୁକ୍ତି କରି କିଛି ଥର ସୁଝିଥିଲେ ପରେ ପ୍ରାୟ ଆଠ ଜଣ ମହିଳାଙ୍କ ଠାରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଓ ଅନେକ ସୁନା ଅଳଙ୍କାର ନେଇ ରାତାରାତି ଫେରାର ହୋଇଥିବା ଅଭିଯୋଗ ଆଣିଛନ୍ତି ଗାଁର କିଛି ମହିଳା ।
ଅନେକ ମହିଳାଙ୍କୁ ଏଭଳି ଢଙ୍ଗରେ ଠକିଥିବା ଜାଣିବା ପରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୁଲିସ ଉକ୍ତ ମହିଳାଙ୍କୁ ଡକାଇ ପଚରାଉଚରା କରିଥିଲେ ,ମହିଳା ଜଣକ, ଫେରସ୍ତ କରିବାକୁ ପ୍ରତିଶୃତି ଦେବା ସହିତ ସମୟ ବି ମାଗିଥିଲେ । ହେଲେ ଟଙ୍କା ନ ଫେରାଇବାରୁ ପୁଣି ଅଭିଯୋଗ କରିଥିଲେ ଗାଁର ମହିଳା । ଅନ୍ୟପଟେ ଭଡ଼ାରେ ରହୁଥିବା ଘର ତାଲା ଭାଙ୍ଗିବା ପରେ ମହିଳା ଜଣକ ଫେରାର ଥିବା ସୂଚନା । ଏନେଇ ପ୍ରଶାସନ ନଜର ଦେବାକୁ ମହିଳା ମାନେ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ--ସେବାୟତଙ୍କ ମନମାନି; ନିରବଦ୍ରଷ୍ଟା ସାଜିଛନ୍ତି ସରକାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/14/women-lootera-2026-01-14-11-59-59.jpg)