ବଲାଙ୍ଗିର ଦେଓଗାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଏପର୍ଯ୍ୟନ୍ତ ମିଳିନି ମୃତକଙ୍କ ପରିଚୟ

Advertisment

ନାରକୀୟ କାଣ୍ଡ ପଛରେ କାହାର ହାତ । ଟେର ପାଉନି ପୁଲିସ

ନାରକୀୟ କାଣ୍ଡ ପଛରେ କାହାର ହାତ । ଟେର ପାଉନି ପୁଲିସ

crime news

crime news Photograph: (KanakNews)

କନକ ବ୍ୟୁରୋ; ବଲାଙ୍ଗିର ଦେଓଗାଁରେ ଦୁଷ୍କର୍ମ ପରେ ହତ୍ୟା ଘଟଣା । ମିଳୁନି ମୃତ ମହିଳାଙ୍କ ପରିଚୟ, ଏବେ ବି ପୋଲିସର ହାତ ରହିଛି ଖାଲି । କିଏ ଓ କାହିଁକି ମହିଳାଙ୍କ ଦୁଷ୍କର୍ମ ଓ ହତ୍ୟା କରି ଫିଙ୍ଗିଦେଇଥିଲା ତାର କାରଣ ଅସ୍ପଷ୍ଟ ରହିଛି । ମହିଳାଙ୍କ ମୃତଦେହକୁ ବଲାଙ୍ଗିର ମେଡ଼ିକାଲରେ ରଖାଯାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

ପ୍ରମାଣ ନଷ୍ଟ କରିବାକୁ ଯାଇ ମହିଳାଙ୍କ ମୁହଁକୁ ଜାଳିଦିଆଯାଇଥିବା ବେଳେ ତାଙ୍କ ପରିଚୟ ମିଳୁନାହିଁ । ବୁଧବାର କୁମୁନସି ଜଙ୍ଗଲରେ ଜଣେ ମହିଳାଙ୍କ ଶବ ପଡିଥିବାର ଦୁଇ ଜଣ ଛେଳି ଚରାଲି ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହ ପୁଲିସ୍ ପକ୍ଷରୁ ତଦନ୍ତ ଚାଲିଛି ।

ଦାରିଙ୍ଗବାଡ଼ିରେ ଲଜ୍ୟା, ଚପଲ୍ କିଣିବା ବାହାନାରେ ଡାକି ନେଇ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ

ମୃତଦେହର ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା ବୋଲି ସନ୍ଦେହ କରାଯାଉଛି । ଜଙ୍ଗଲ ନିକଟ ଜମିରେ କପା ଚାଷ କରାଯାଏ । ଚାଷୀଙ୍କୁ ଛାଡ଼ିଦେଲେ, ଛେଳି ଚରାଳି ବି ଜଙ୍ଗଲକୁ ଯାଇଥାନ୍ତି । ହେଲେ ବର୍ଷା ଯୋଗୁ କିଛି ଦିନ ହେବ ସେଠାକୁ କେହି ଯାଇନଥିଲେ । ପ୍ରଶ୍ନ ଉଠୁଛି, ମହିଳା ଜଙ୍ଗଲକୁ ଆସିଲେ କେମିତି ? ଗଣଦୁଷ୍କର୍ମରେ କିଏ କିଏ ସଂପୃକ୍ତ ? 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe