କନକ ବ୍ୟୁରୋ : ନିମାପଡ଼ା ଜେଲରେ ଜଣେ ମହିଳା ବନ୍ଦୀଙ୍କ ଆତ୍ମହତ୍ୟା । ଡେଲାଙ୍ଗ ଥାନା ଅଞ୍ଚଳର ମହିଳା ମଧୁସ୍ମିତା ବରାଳ ଆତ୍ମାହତ୍ୟା କରିଥିବା ସୂଚନା ମିଳିଛି । ନିଜ ଝିଅକୁ ହତ୍ୟା ଅଭିଯୋଗରେ ସେ ଜେଲ୍‌ରେ ଥିଲେ । ଗତକାଲି ସନ୍ଧ୍ୟାରେ ସେ ଜେଲ୍ ୱାର୍ଡରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆଜି ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ । ନିମାପଡା କାରାଗାରରେ ମହିଳା ବନ୍ଦୀଙ୍କ ସନ୍ଦେହଜନକ ମିଳିଥିବାରୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Advertisment

ଅଧିକ ପଢନ୍ତୁ : ଭାଲେଣ୍ଟାଇନରେ ଡେ’: ନୋଏଡାରେ ପ୍ରେମିକାଙ୍କୁ ଗୁଳିକରି ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା

ମୃତ ମହିଳା ଡେଲାଙ୍ଗ ଥାନା ଷଡ଼ଙ୍ଗଇ ଅଞ୍ଚଳର ବାସିନ୍ଦା । ସୂଚନା ଅନୁଯାୟୀ, ସେ ନିଜ ୱାର୍ଡ ଭିତରେ ବେକରେ ଲୁଗା ଲଗାଇ ଫାଶି ଦେଇଥିବା ସନ୍ଦେହ କରାଯାଉଛି । ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ତୁରନ୍ତ ଉଦ୍ଧାର କରିଥିଲେ, କିନ୍ତୁ ସେତେବେଳେ ସେ ମୃତଥିବା କୁହାଯାଉଛି ।
ଘଟଣା ସ୍ଥଳକୁ ପରିବାର ଲୋକ ପହଞ୍ଚି ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ପରେ ଜେଲ୍ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।