କନକ ବ୍ୟୁରୋ:  ଝାରସୁଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା । ପୁଲିସ ଭ୍ୟାନକୁ ପିଟିଲା ଟ୍ରଲର । ୫ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୁଲିସ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

Advertisment

 ଅଧିକ ପଢନ୍ତୁ: କାଳ ସାଜୁଛି କୁହୁଡ଼ି ! ଦୁର୍ଘଟଣାରେ ଲିଭିଯାଉଛି ମୂଲ୍ୟବାନ ଜୀବନ

 ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଟ୍ରେଲରଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ପୁଲିସର ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି । ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।