Bangladesh Photograph: (Google)
କନକ ବ୍ୟୁରୋ: ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶ ଦଳକୁ ବାହାର କରିବା ପରେ ଏବେ ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଅନୁମତି ଦେବାକୁ ମନାକରିଦେଇଛି ।
ଅଧିକ ପଢନ୍ତୁ: ବାଂଲାଦେଶ କ୍ରୀଡ଼ା ସାମ୍ବାଦିକଙ୍କୁ ଅନୁମତି ଦେବାକୁ ମନାକଲା ଆଇସିସି
ସୂଚନା ଅନୁସାରେ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମ ପାଇଁ କାମ କରୁଥିବା ପ୍ରାୟ ୧୫୦ ଜଣ କ୍ରୀଡ଼ା ସାମ୍ବାଦିକ ବିଶ୍ବକପ୍ ରିପୋର୍ଟ ନିମନ୍ତେ ଅଧିସ୍ବୀକୃତି ପାଇଁ ଆଇସିସି ନିକଟରେ ଆବେଦନ କରିଥିଲେ । କିନ୍ତୁ ଆଇସିସି ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରିଦେଇଛି । ଇ-ମେଲ୍ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ଜଣାଇଦିଆଯାଇଛି । ଏପରିକି କେତେକ ସାମ୍ବାଦିକଙ୍କୁ ପୂର୍ବରୁ ଆଇସିସି ପକ୍ଷରୁ ଅନୁମତି ଦିଆଯାଇଥିଲା । କିନ୍ତୁ ବାଂଲାଦେଶ କ୍ରିକେଟ୍ ଦଳକୁ ବିଶ୍ବକପରୁ ବାହାର କରାଯିବା ପରେ ସେମାନଙ୍କୁ ଆବେନନଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା ।
Follow Us