କନକ ବ୍ୟୁରୋ : କମିବ ପାରଦ। ବଢିବ ଶୀତ। ଓଡିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁପ୍ରବାହ ହେଉଛି । ଫଳରେ ଶୀତର ପ୍ରକୋପ ବଢିବ। ଗତ ୨୪ଘଣ୍ଟାରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି । ୧୪ ତାରିଖ ପରେ ପାରଦ ୧୦ ଡିଗ୍ରୀ ତଳକୁ ଖସିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

Advertisment

ନଭେମ୍ବର ପ୍ରଥମ ସପ୍ତାହରେ ଅନୁଭୂତ ହେଲାଣି ଶୀତ । ଯଦିଓ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ରହୁଛି, ସେଥିପାଇଁ ତାପମାତ୍ରାରେ ବିଶେଷ ହ୍ରାସ ପରିଲକ୍ଷିତ ହୋଇନାହିଁ । କିନ୍ତୁ ପଶ୍ଚିମ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପାରଦ ଯଥେଷ୍ଟ କମ୍ ରହୁଛି । ଆଗାମୀ ୪ରୁ ୫ଦିନ ମଧ୍ୟରେ ପାରଦ ଆହୁରି ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ରାଜ୍ୟରେ ପ୍ରବଳ ଜାଡ଼ ଅନୁଭୂତ ହେବ ।  

ଏଣିକି ସରକାରୀ ଅନୁଷ୍ଠାନ ଓ ବସଷ୍ଟାଣ୍ଡ ଭଳି ସ୍ଥାନରେ ରହିପାରିବେନି ବୁଲା କୁକୁର, ତୁନ୍ତ ଟୀକାକରଣ ଓ ବନ୍ଧ୍ୟାକରଣ କରି ଆଶ୍ରୟସ୍ଥଳୀରେ ଛାଡିବାକୁ ସୁପ୍ରିମ କୋର୍ଟଙ୍କ ରାୟ

ବର୍ତ୍ତମାନ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁପ୍ରବାହ ହେଉଛି। ବାୟୁମଣ୍ଡଳରୁ ଜଳୀୟବାଷ୍ପ ବି କମିଛି। ଫଳରେ ତାପମାତ୍ରା କମିଛି। ତେବେ ୧୪ ତାରିଖ ପରଠାରୁ ଶୀତ ବଢ଼ିବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମିବ, ଶୀତର ପ୍ରକୋପ ଅଧିକ ରହିବ ବୋଲି କହିଛି ପାଣିପାଗ ବିଜ୍ଞାନୀ । 

ପୁଲିସ ଏସଆଇ କେଳେଙ୍କାରୀକୁ ନେଇ ତନାଘନା, କଟକରେ ବସିଥିବା ଏସଆଇଟି ବୈଠକରେ ଆଲୋଚନା କଲେ ଉପାଧ୍ୟକ୍ଷ ଅରିଜିତ୍ ପଶାୟତ

ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୪ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ଫୁଲବାଣୀର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି ।