କନକ ବ୍ୟୁରୋ : ବସ୍ ଷ୍ଟାଣ୍ଡ ହେଉ କି ରେଳ ଷ୍ଟେସନ  ଅବା କୌଣସି ସରକାରୀ ଅନୁଷ୍ଠାନ। ଏଣିକି ଆଉ ଦେଖା ଯିବେନି ବୁଲାକୁକୁର । ତୁରନ୍ତ ସେମାନଙ୍କୁ ଧରି ଟୀକାକରଣ ଓ ବନ୍ଧ୍ୟାକରଣ କରି ଆଶ୍ରୟସ୍ଥଳୀରେ ଛାଡ଼ । ବୁଲା କୁକୁରଙ୍କୁ ନେଇ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବୁଲା କୁକୁର ଯେପରି ପୁନର୍ବାର ନିଜ ସ୍ଥାନକୁ ନ ଫେରନ୍ତି, ସେ ଦିଗରେ ଧ୍ୟାନ ଦେବାକୁ ରୋକଠୋକ୍ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବଢ଼ୁଥିବା କୁକୁର କାମୁଡ଼ାକୁ ଦେଖି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ୮ସପ୍ତାହ ଭିତରେ ରାଜ୍ୟଗୁଡିକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Advertisment

ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ପରେ ଓଡ଼ିଶାରେ କଣ ହେବ । ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୁକୁରଙ୍କୁ ହଟାଇବା  ପାଇଁ ପଦକ୍ଷେପ ନେବେ ନା ସମୟ ଗଡାଇବେ । ତା ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ କୁକୁର ଗଣନା ହୋଇଥିଲେ ବି ଆଭିମୁଖ୍ୟ ସ୍ପଷ୍ଟ କରି ପାରି ନାହାନ୍ତି ବିଏମସି ମେୟର । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ସେହି ଅନୁସାରେ କାମ କରିବୁ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । କିନ୍ତୁ ବୁଲା କୁକୁରଙ୍କୁ ଖୋଲା ଜାଗାରୁ ହଟାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁ ପ୍ରେମୀ ।  

ନୂଆପଡ଼ାରେ ନବୀନଙ୍କ ରଣହୁଙ୍କାର, ଶାସକ ଦଳକୁ କଡ଼ା ସମାଲୋଚନା । କହିଲେ. ୫୦୦ ଦିନର ସରକାରରେ କେବଳ ପ୍ରତାରଣା, ୧୧ ରେ ଜବାବ ଦେବେ ନୂଆପଡ଼ାବାସୀ

ଅନେକ ସରକାରୀ ଅନୁଷ୍ଠାନ ପରିସରରେ ବୁଲା କୁକୁରଙ୍କୁ ଖାଇବାକୁ ଦିଆଯାଉଛି । ତେଣୁ ଦୁଇ ସପ୍ତାହକ ଭିତରେ ସେଭଳି ଅନୁଷ୍ଠାନକୁ ଚିହ୍ନଟ କରି ବୁଲାକୁକୁରମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ଘରୋଇ ସ୍ପୋର୍ଟସ କମ୍ପ୍ଲେକ୍ସ, ହସ୍ପିଟାଲ, ବସଷ୍ଟାଣ୍ଡ, ଡିପୋ, ରେଳଷ୍ଟେସନକୁ ବୁଲାକୁକୁର ମୁକ୍ତ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।