ଯେବେ ଶୀତକୁ ଶୃଙ୍ଗାର କରେ ସହର ; ଲଗାଏ କୁହୁଡ଼ିର ଧଳା କଜଳ ଧାର

Advertisment

କିଏ କହିଲା କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ ଖାଲି କୁହୁଡ଼ିର କଜଳ ଲଗାନ୍ତି ବୋଲି... ଭୁବନେଶ୍ବର ବି ଭାରି ଭଲ କରି ମାଖି ହୁଏ ଏହି ଧଳା କଜଳକୁ । ସେଥିପାଇଁ ତ ଏ ଚକମକ ଆଲୁଅ, ଅବିସ୍ରାନ୍ତ ପଥ, ଘରବାଡ଼ି ସବୁକିଛି ଯେମିତି ଗୋଟିଏ ସ୍ୱପ୍ନର ଧୂସର ପାଣିରେ ଭାସିବାକୁ ଲାଗନ୍ତି ।

କିଏ କହିଲା କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ ଖାଲି କୁହୁଡ଼ିର କଜଳ ଲଗାନ୍ତି ବୋଲି... ଭୁବନେଶ୍ବର ବି ଭାରି ଭଲ କରି ମାଖି ହୁଏ ଏହି ଧଳା କଜଳକୁ । ସେଥିପାଇଁ ତ ଏ ଚକମକ ଆଲୁଅ, ଅବିସ୍ରାନ୍ତ ପଥ, ଘରବାଡ଼ି ସବୁକିଛି ଯେମିତି ଗୋଟିଏ ସ୍ୱପ୍ନର ଧୂସର ପାଣିରେ ଭାସିବାକୁ ଲାଗନ୍ତି ।

KUHUDI KAHANI

KUHUDI KAHANI Photograph: (kanak news)

କନକ ବ୍ୟୁରୋ: ନିର୍ଜନ-ନିସ୍ତବ୍ଧ ରାତିର ରାଜଧାନୀ ଆଉ ଝିଣ୍ଟିକାର ଝିଁ ଝିଁକାର ଶଦ୍ଦ ଭିତରେ ଏ ସହର ଯେତେବେଳେ ଶୀତକୁ ଶୃଙ୍ଗାର କରେ ସେତେବେଳେ ମନ୍ଦିରମାଳିନୀ ଆଖିରେ ଲଗାଏ କୁହୁଡ଼ିର ଧଳା କଜଳ ଧାର । ଆଉ ପାଖକୁ ଯେତେବେଳେ ପାଦ ଚିପି ଚିପି ସହରକୁ ଆଲିଙ୍ଗନ କରେ ଶୀତ ସେତେବେଳେ ସମୟ ବି ନିରବି ଯାଏ, ଭିଡ଼ ଭିତରେ ଦୀର୍ଘ ନିଶ୍ବାସ ମାରେ । କିଏ କହିଲା କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ ଖାଲି କୁହୁଡ଼ିର କଜଳ ଲଗାନ୍ତି ବୋଲି... ଭୁବନେଶ୍ବର ବି ଭାରି ଭଲ କରି ମାଖି ହୁଏ ଏହି ଧଳା କଜଳକୁ । ସେଥିପାଇଁ ତ ଏ ଚକମକ ଆଲୁଅ, ଅବିସ୍ରାନ୍ତ ପଥ, ଘରବାଡ଼ି ସବୁକିଛି ଯେମିତି ଗୋଟିଏ ସ୍ୱପ୍ନର ଧୂସର ପାଣିରେ ଭାସିବାକୁ ଲାଗନ୍ତି । ଶୂନଶାନ ରାତିକୁ ଲୁଚାଇ ଲାମ୍ପପୋଷ୍ଟର ଆଲୋକରେ ଆଖି ମିଶାଏ କୁହୁଡ଼ି, ଶୀତୁଆ ସକାଳ ସହ ସମ୍ପର୍କ ଗଢ଼ିବାକୁ ଲଭ୍ ଲେଟର ଲେଖେ କୁହୁଡ଼ିର କଲମ । ଆଉ ଲୁଚି ଯାଉଥିବା ଏ ଲାଇଟ୍ ସବୁ ସତେ ଯେମିତି ଆକାଶରୁ ଖସିପଡ଼ିଥିବା ତାରା ହୋଇ କୁହୁଡ଼ିର ଛାତିରେ ନିଜ ଉଷ୍ଣତା ଖୋଜି ଜଳୁଛନ୍ତି । 

କୁହୁଡ଼ିରେ ରାସ୍ତା କେବଳ ବାଟୋଇ ପାଇଁ ଯାତ୍ରାର ମାଧ୍ୟମ ନୁହେଁ, ସେ ହୋଇଯାଏ ଭାବନାର ଡାଏରୀ । ପ୍ରତ୍ୟେକ ଗାଡ଼ି ଚକର ଚିହ୍ନ, ପ୍ରତ୍ୟେକ ହାଲୁକା ହର୍ନର ଶବ୍ଦ... ରାତିର ରାଜଧାନୀ ମନରେ ଗୋଟିଏ କଥା ଛାଡ଼ିଯାଏ ସତେ ଯେମିତି କିଏ କାହାକୁ ମନେ ପକାଉଛି, କିଏ କାହା ପାଇଁ ଅପେକ୍ଷା କରିଛି । ଯେତେବେଳେ ଗାଡ଼ିର ପଛ ଲାଇଟ୍ କାକର କୋଳରେ ହଜିଯାଏ ସେତେବେଳେ ଲାଗେ ଯେମିତି ଗୋଟିଏ ପ୍ରେମ କାହାଣୀ ଅଧୁରା ରହିଗଲା । 

ଅଧିକ ପଢ଼ନ୍ତୁ---ସହରିଆ ଶୀତ ସ୍ବେଟର ପିନ୍ଧାଏ,ଗାଁରେ ଶୀତ କମ୍ବଳ ତଳେ ଲୁଚେ ; ସବୁଠି କପେ ଚା’ରେ ଫୁର୍ତ୍ତି ହୋଇଯାଏ ମନ

ସକାଳୁଆ କାକର ବୁନ୍ଦା ଦେଖି ଲୋକମାନେ ଅଳ୍ପ କଥା କୁହନ୍ତି, କିନ୍ତୁ ହୃଦୟର ସ୍ପନ୍ଦନ ଅଧିକ ସ୍ପିଡରେ ଧକ ଧକ କରେ , ଅଧିକ କଥା ଭାବେ । ଚା’ ଦୋକାନରୁ ଉଠୁଥିବା ଧୂଆଁ, ଶ୍ୱାସ ସହ ସମ୍ପର୍କ ଯୋଡ଼ିଥିବା ସେ ଶୀତଳତା, ସବୁକିଛି ମିଶି ଜୀବନକୁ ଅଳ୍ପ ସମୟ ପାଇଁ ସରଳ କରିଦିଏ । ରାଜଧାନୀର କୁହୁଡ଼ି ଆମକୁ ଶିଖାଏ... ଏହା କେବଳ ପାଣିପାଗ ନୁହେଁ, ଏହା ରାଜଧାନୀର ମନୋଭାବ । ସକାଳ ବେଳେ ଲୋକମାନେ ଯେତେବେଳେ କାମକୁ ବାହାରନ୍ତି, ସେମାନଙ୍କର ଶ୍ୱାସରୁ ବାହାରୁଥିବା ହାଲୁକା ବାଷ୍ପ କୁହୁଡ଼ି ସହ ମିଶିଯାଏ । ରିକ୍ସାବାଲା, କ୍ଷୀରବାଲା, ସକାଳୁ ସକାଳୁ ଦୌଡ଼ୁଥିବା ଯୁବକ, ସଭିଏଁ ଏହି ଧୂସର ପରିବେଶର ଅଂଶ ହୋଇଯାନ୍ତି । ସେଥିପାଇଁ ସହରଟି ଆମକୁ ଟିକିଏ ଅଟକିବାକୁ କହୁଛି ଆଉ ଏ ଭିଡ଼ର ଶୀତୁଆ ସକାଳର ମାୟାଜାଲକୁ ବୁଝିବାକୁ ହେଲେ ଧୀରେ ଧୀରେ ଚାଲି ନିଜକୁ ଅନୁଭବ କରିବାକୁ ଇସାରା ଦେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe