କନକ ବ୍ୟୁରୋ : ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବାବେଳେ ପରମାଣୁ ନେଇ ଦୁଇ ଦେଶ ମଧ୍ୟରେ ଆସନ୍ତା ଶୁକ୍ରବାର ଓମାନଠାରେ ବୈଠକ ଅନୁଷ୍ଠିତ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ବୃଦ୍ଧି କରୁଥିବାବେଳେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସମ୍ଭାବନା ରହିଛି। ଯଦି କୌଣସି ବୁଝାମଣା ନହୁଏ ତେବେ କିଛି ଖରାପ ଘଟିପାରେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯାହା ଇରାନ ଉପରେ ଚାପ ବୃଦ୍ଧି କରିଛି। ଉଭୟ ଆମେରିକା ଓ ଇରାନ ପରସ୍ପର ଉପରେ ବିମାନ ଆକ୍ରମଣର ଧମକ ଦେଇଥିବାବେଳେ ଏନେଇ ବ୍ୟାପକ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇରାନ ତା’ର ଶକ୍ତିଶାଳୀ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ୟ୍ୟକ୍ରମରେ କୌଣସି ବୁଝାମଣା କରିବ ନାହିଁ ବୋଲି କହିଛି। ଇରାନ ତୁର୍କୀ ବଦଳରେ ଓମାନରେ ବୈଠକ କରିବାକୁ କରିଥିବା ଅନୁରୋଧକୁ ଟ୍ରମ୍ପ ପ୍ରଶାସନ ଗ୍ରହଣ କରିଛି। ତେବେ ଓମାନରେ ହେବାକୁ ଥିବା ବୈଠକରେ ମଧ୍ୟପ୍ରାଚ୍ୟର ମୁସଲମାନ ଦେଶ ଅଂଶଗ୍ରହଣ କରିବେ କି ନାହିଁ ସେ ବିଷୟରେ ମଧ୍ୟ ଆଲୋଚନା ଚାଲିଛି। ଅନ୍ୟପକ୍ଷରେ ମଙ୍ଗଳବାର ଆମେରିକା ଦାବି କରିଛି ଯେ, ଆରବ ସାଗରରେ ମୁତୟନ ତା’ର ଯୁଦ୍ଧ ଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିବା ଇରାନର ଏକ ଡ୍ରୋନ୍କୁ ଏହାର ଫାଇଟର ଜେଟ୍ ଗୁଳି କରି ଖସାଇ ଦେଇଛି।
ଇସ୍ରାଏଲର ହାତ ଛାଡ଼ିବ କି ଆମେରିକା, ଇରାନ ସହ ଓମାନରେ ଆମେରିକା କରିବ ବୈଠକ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ବୃଦ୍ଧି କରୁଥିବାବେଳେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସମ୍ଭାବନା ରହିଛି। ଯଦି କୌଣସି ବୁଝାମଣା ନହୁଏ ତେବେ କିଛି ଖରାପ ଘଟିପାରେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯାହା ଇରାନ ଉପରେ ଚାପ ବୃଦ୍ଧି କରିଛି
/kanak/media/media_files/2026/02/04/111a-2026-02-04-18-42-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)