tejaswi jadav Photograph: (Kanak News)
କନକ ବ୍ୟୁରୋ: ବିହାର ନିର୍ବାଚନର ସବୁଠୁ ଚର୍ଚ୍ଚିତ ଆସନ ମଧ୍ୟରୁ ରାଘୋପୁର ଅନ୍ୟତମ । ଏଠାରେ ଆରଜେଡିର ମୁଖ୍ୟ ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହାଙ୍କୁ ବିଜେପି ପ୍ରାର୍ଥୀ ସତୀଶ କୁମାର ଯାଦବ ଚ୍ୟାଲେଞ୍ଜ ଦେଉଛନ୍ତି । ଅନେକ ରାଉଣ୍ଡ ଗଣନା ପରେ ତେଜସ୍ୱୀ ପଛରେ ପଡ଼ିଛନ୍ତି । ଆହୁରି 19 ରାଉଣ୍ଡ ବାକି ରହିଛି, କିନ୍ତୁ ଗଣିତ ଦେଖିଲେ ଲାଗୁଛି ତେଜସ୍ୱୀ ଆଉ ଉପରକୁ ଉଠିପାରିବେନି ।
ଆହୁରି ପଢ଼ନ୍ତୁ... Bihar Election Result: ମହାମେଣ୍ଟର ପରାଜୟ ପଛରେ ‘ତେଜସ୍ୱୀଙ୍କ ସଞ୍ଜୟ’?
ତେଜସ୍ୱୀ ୨୦୨୦ ନିର୍ବାଚନରେ ମଧ୍ୟ ସତୀଶ କୁମାର ଯାଦବଙ୍କୁ ହରାଇଥିଲେ, କିନ୍ତୁ ସତୀଶ ଏହି ଆସନରେ ୨୦୧୦ରେ ରାବ୍ରୀ ଦେବୀଙ୍କୁ ୧୩,୦୦୬ ଭୋଟରେ ପରାସ୍ତ କରିଥିଲେ । ସେହି ବିଜୟ ପରେ ସେ ଏହି ଅଞ୍ଚଳରେ ଜଣେ ଶକ୍ତିଶାଳୀ ନେତା ଭାବରେ ଉଭା ହୋଇଥିଲେ । ଯଦିଓ ସେତେବେଳେ ସେ ଜେଡିୟୁ ଟିକେଟରେ ଲଢ଼ିଥିଲେ, କିନ୍ତୁ ଏଥର ତାଙ୍କୁ ଏନଡିଏ ପକ୍ଷରୁ ବିଜେପି ପ୍ରାର୍ଥୀ କରିଛି । ୨୦୨ ର ଏହି ନିର୍ବାଚନରେ ରାଘୋପୁରର ମୁକାବିଲା ଅତ୍ୟନ୍ତ ପ୍ରତିଷ୍ଠାଜନକ ହୋଇଛି । ଗୋଟିଏ ପଟେ ଲାଲୁ ଯାଦବ ପରିବାରର ପାରମ୍ପରିକ ଆସନ, ଅନ୍ୟ ପଟେ ବିଜେପିର ସମ୍ମାନ ବାଜିରେ ଲାଗିଛି ।
ଏହି ଆସନରେ ଲାଲୁ ଯାଦବ, ରାବ୍ରୀ ଦେବୀଙ୍କ ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ବିଧାୟକ ରହିଥିଲେ । 2010ରୁ 5 ବର୍ଷ କେବଳ ସତୀଶ କୁମାର ବିଧାୟକ ରହିଥିଲେ । କହିବାକୁ ଗଲେ ଏହା ଲାଲୁ ଯାଦବଙ୍କ ଗଡ଼ । ଆଉ ଏବେ ଏହା ପୁଣି ଏନଡିଏ ହାତକୁ ଯିବାକୁ ବସିଛି ।
Follow Us