ଜୁନ୍‌ରେ ହେବ କି ସମ୍ବଲପୁର ମହାନଗର ନିଗମ ନିର୍ବାଚନ,  ପ୍ରାୟ ୧୩ ବର୍ଷ ହେଲା ପୌର ନିର୍ବାଚନ ଦେଖିନି ସମ୍ବଲପୁର

Advertisment

ପ୍ରାୟ ୧୩ ବର୍ଷ ହେଲା ପୌର ନିର୍ବାଚନ ଦେଖିନି ସମ୍ବଲପୁର । ସବୁଠୁ ଗୁରୁତ୍ବପୂର୍ଣ୍ଣ ଆସନ ଦଖଲ ପାଇଁ କଳ ବଳ କୌଶଳ ଖଟାଇବେ ୩ ଦଳ ।

ପ୍ରାୟ ୧୩ ବର୍ଷ ହେଲା ପୌର ନିର୍ବାଚନ ଦେଖିନି ସମ୍ବଲପୁର । ସବୁଠୁ ଗୁରୁତ୍ବପୂର୍ଣ୍ଣ ଆସନ ଦଖଲ ପାଇଁ କଳ ବଳ କୌଶଳ ଖଟାଇବେ ୩ ଦଳ ।

Election

Election Photograph: (KanakNews)

କନକ ବ୍ୟୁରୋ;  ସମସ୍ୟା ବହୁଳ ସମ୍ବଲପୁର ପ୍ରାୟ ୧୩ ବର୍ଷ ହେଲା ଦେଖିନି ପୌର ନିର୍ବାଚନ, ଦେଇନି ଭୋଟ୍ । ଏବେ କିନ୍ତୁ ବର୍ଷେ ଭିତରେ ସମ୍ବଲପୁରରେ ହେବ ନିର୍ବାଚନ। ସହରର ସବୁଠୁ ଗୁରୁତ୍ବପୂର୍ଣ୍ଣ ଆସନ ଦଖଲ ପାଇଁ ୩ ଦଳ କଳ ବଳ କୌଶଳ ପ୍ରୟୋଗ କରିବେ । 

 ଜୁନ୍‌ରେ ହେବ କି ସମ୍ବଲପୁର ମହାନଗର ନିଗମ ନିର୍ବାଚନ?
ପ୍ରଥମ ମେୟର ପାଇବ ସମ୍ବଲପୁର 

ଅଧିକ ପଢନ୍ତୁ: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କସରତ; ସମ୍ବଲପୁରରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ

୧୩ ବର୍ଷ ପରେ ପ୍ରଥମ ଥର ପାଇଁ ସମ୍ବଲପୁରରେ ହେବ ପୌର ନିର୍ବାଚନ। ଆସନ୍ତା ଜୁନ୍‌ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ହେଲେ ସମ୍ବଲପୁରବାସୀ କେମିତି ମେୟର ଚାହାନ୍ତି ? 
 
୨୦୧୩ ସେପ୍ଟେମ୍ବରରୁ ଗଠିତ ହୋଇଥିବା ସମ୍ବଲପୁର ମହାନଗର ନିଗମ ପ୍ରଥମ ନିର୍ବାଚନ ଦେଖିବ। ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆସନ ସଂରକ୍ଷଣ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଫେବ୍ରୁଆରି ୨୧ରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ଆପତ୍ତି ଅଭିଯୋଗ କରିପାରିବେ । ଆସନ୍ତା ଜୁନ୍‌ କିମ୍ବା ୨୦୨୭ ଆରମ୍ଭରୁ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହାରି ଭିତରେ ସମ୍ବଲପୁରକୁ କେମିତି ମେୟର ଦରକାର ସେ ନେଇ ସବୁଠି ଚର୍ଚ୍ଚା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe