କନକ ବ୍ୟୁରୋ : ବିଧାନସଭା ଆସନ ବଢ଼ିବା ଚର୍ଚ୍ଚା ଭିତରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ କସରତ । ସମ୍ବଲପୁରରେ ବସିଛି ପ୍ରାଥମିକ ବୈଠକ । ଅନୁଷ୍ଠିତ ହୋଇଛି ଉତ୍ତରାଞ୍ଚଳ ଡିଭିଜନର ନିର୍ବାଚନ ସମ୍ବନ୍ଧୀୟ ଜରୁରୀ ବୈଠକ । ଅନ୍ୟପଟେ ଓଡ଼ିଶାରେ ଏସଆଇଆର ପାଇଁ ଶେଷ ହୋଇଛି ପ୍ରସ୍ତୁତି ।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି । ଆଜି ସମ୍ବଲପୁର ଆରଡିସି କନଫରେନ୍ସ ହଲରେ ହୋଇଛି ପ୍ରଶାସନିକ ବୈଠକ । ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଆରଡିସି ସ୍ତରୀୟ ବୈଠକରେ ଯୋଗ ଦେଇ ୧୨ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ଧାର୍ଯ୍ୟ ସମୟ ପୂର୍ବରୁ ସବୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ବିଧାନସଭାରେ ବଢ଼ିପାରେ ଏକ ତୃତୀୟାଂଶ ଆସନ ! ବହୁ ନେତାଙ୍କ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ !
ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ୍-SIR ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୋଟିଏ ବୁଥ୍ରେ ୧୨୦୦ ରୁ ଉର୍ଦ୍ଧ୍ୱ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ । ଏନେଇ ସମସ୍ତ ପ୍ରକ୍ରିୟା ସରିଛି । ନୂଆ ୭ହଜାର ବୁଥ୍ ଯୋଡି ହେବା ସହ ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ୍ ସୃଷ୍ଟି ହୋଇଛି । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି । ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR ହୋଇଥିଲା । ୨୦୨୫ ଏବଂ ୨୦୦୨ଡାଟା ଇଣ୍ଟିଗ୍ରେଟ ହୋଇସାରିଛି । ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଅନ୍ୟ କୌଣସି ଡକୁମେଣ୍ଟ ଦେବାକୁ ପଡିବ ।
୨୦୦୨ ନିର୍ବାଚନ ତଥ୍ୟ ବିଶ୍ଳେଷଣ କରି ସଠିକ୍ ତାଲିକା କରିବା ନିର୍ବାଚନ ଅଧିକାରୀଙ୍କୁ ପାଇଁ ବଡ ଚ୍ୟାଲେଞ୍ଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/13/panchayat-and-municipal-elections-2026-01-13-20-41-07.jpg)