ନୀତୀଶ ସରକାର; ଏଥର ଟିମ୍ ବଦଳିବ? ନା ପୁରୁଣା ହେବେ ରିପିଟ୍?

ବିହାରରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ୟାବିନେଟ ବୈଠକ ପରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ନିଜର ଇସ୍ତଫା ଦେଇଛନ୍ତି । ଏଥିସହ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୦ ତାରିଖରେ ବିହାରର ଗାନ୍ଧୀ ମଇଦାନରେ ହେବା ନେଇ ସମୟ ଧାର୍ଯ୍ୟ ହୋଇଛି ।

nitish and modi

nitish and modi Photograph: (KANAK NEWS)

କନକ ବ୍ୟୁରୋ: ବିହାରରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ୟାବିନେଟ ବୈଠକ ପରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ନିଜର ଇସ୍ତଫା ଦେଇଛନ୍ତି । ଏଥିସହ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ନଭେମ୍ବର ୨୦ ତାରିଖରେ ବିହାରର ଗାନ୍ଧୀ ମଇଦାନରେ ହେବା ନେଇ ସମୟ ଧାର୍ଯ୍ୟ ହୋଇଛି । ହେଲେ ଏହାରି ଭିତରେ ନୀତୀଶ ସରକାରରେ ମନ୍ତ୍ରିମଣ୍ଡଳର ରୂପରେଖ କେମିତି ରହିବ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ ସୋମବାର ପୂର୍ବରୁ କହିଥିଲେ ଯେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ। ଯାହାଦ୍ୱାରା ସ୍ପଷ୍ଟ ହୋଇଥିଲା ଯେ, ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କ ନାଁରେ ହିଁ ମୋହର ବାଜିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୀତୀଶ କୁମାରଙ୍କ କ୍ୟାବିନେଟର ୨୯ ଜଣ ମନ୍ତ୍ରୀ ଯେଉଁମାନେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେମାନଙ୍କ ମଧ୍ୟରୁ ୨୮ ଜଣ ନିର୍ବାଚନରେ ବାଜି ମାରିଛନ୍ତି । ତେଣୁ ସେମାନଙ୍କ ଭିତରୁ ନୂଆ କ୍ୟାବିନେଟରେ କାହାକୁ ଜାଗା ମିଳୁଛି ତାହା ଉପରେ ସମସ୍ତଙ୍କର ନଜର ।

କ୍ୟାବିନେଟ୍ ଗଠନର ଫର୍ମୁଲା 

ବିହାରର ନୂଆ କ୍ୟାବିନେଟରେ, ପ୍ରତି ଛଅ ଜଣ ବିଧାୟକରେ ଜଣେ ମନ୍ତ୍ରୀ ନିଯୁକ୍ତ କରିବାର ଫର୍ମୁଲା ବାହାର କରାଯାଇଛି । ଯାହାଫଳରେ କି ନୂଆ କ୍ୟାବିଟନେରେ ଔଊଟରୁ ୧୫ ରୁ ୧୬ ଜଣ ମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି, ସେହିପରି ଈଔଚ ପାଖରେ ୧୬ ଜଣ ମନ୍ତ୍ରୀ ରହିପାରନ୍ତି । ଏହାବ୍ୟତୀତ ଚିରାଗ ପାସୱାନଙ୍କ ଦଳକୁ ଦୁଇରୁ ତିନୋଟି ମନ୍ତ୍ରୀ ପଦ ମିଳିପାରେ, ଏହାସହ ଜିତନ୍ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ : ଅଫେରା ରାଇଜରେ ହ୍ୟୁମାନ୍ : ଝୁରୁଛନ୍ତି ଶ୍ରୋତା

ନୀତୀଶ ପୁରୁଣା ଦଳ ସହିତ କାମ ଚଳାଇବେ!

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୀତୀଶ କୁମାର ସରକାରରେ ଥିବା ଜେଡିୟୁ କୋଟାର ୧୨ ଜଣ ମନ୍ତ୍ରୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରୁ ୧୧ ଜଣ ଜିତିଛନ୍ତି । ତେଣୁ ଏହି ସବୁ ପୁରୁଣା ମନ୍ତ୍ରୀଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ଜାଗା ମିଳିପାରେ ବୋଲି ଚର୍ଚ୍ଚା ହେଉଛି । 

ଆହୁରି ପଢ଼ନ୍ତୁ : ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ୧୩ କି.ମି ରାସ୍ତା ପାଇଁ ଭଙ୍ଗାଯିବ ୫୧୭ ଘର

ବିଜେପି କୋଟାରୁ କିଏ ମନ୍ତ୍ରୀ ହେବେ?

ବିହାରରେ ବିଜେପି କୋଟାରୁ କିଏ ମନ୍ତ୍ରୀ ହେବେ ସେନେଇ ଦିଲ୍ଲୀରେ ଏବେ ମିଟିଂ ଚାଲିଛି । ତେବେ ପୂର୍ବ ସରକାରେ ମନ୍ତ୍ରୀ ଥିବା କିଛି ନେତା ଏଥର ମଧ୍ୟ ନିର୍ବାଚନରେ ବାଜି ମାରିଛନ୍ତି ।  ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା, ଡକ୍ଟର ପ୍ରେମ କୁମାର, ରେଣୁ ଦେବୀ, ମଙ୍ଗଲ ପାଣ୍ଡେ, ନୀରଜ କୁମାର ସିଂହ, ନୀତୀଶ ମିଶ୍ର, ନୀତିନ ନବୀନ, ଜୀବେଶ କୁମାର, ସଞ୍ଜୟ ସରାୱାଗି, କୃଷ୍ଣନନ୍ଦନ ପାଶୱାନ, କେଦାର ପ୍ରସାଦ ଗୁପ୍ତା, ସୁରେନ୍ଦ୍ର ମେହେଟ୍ଟା, ଡକ୍ଟର ସୁନୀଲ କୁମାର, ରାଜୁ କୁମାର ସିଂହ, ବିଜୟ ମଣ୍ଡଳ ଏବଂ କୃଷ୍ଣ କୁମାର ମଣ୍ଟୁଙ୍କ ଭଳି ନେତା ପୁଣିଥରେ ନିର୍ବାଚନ ଜିତି ବିଧାନସଭାକୁ ଆସିଛନ୍ତି । ତେଣୁ ତାଙ୍କୁ ପୁଣିଥରେ ମନ୍ତ୍ରିପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe