ଚତୁର୍ଥ ଆସନରେ ଜିତିବେ ତ ଦତ୍ତେଶ୍ୱର ? ଘୋଡ଼ା ବେପାରର ସମ୍ଭାବନା ବଢ଼ିଛି

Advertisment

ଚତୁର୍ଥ ଆସନ ପାଇଁ ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା ସହ ରୋଚକ ହୋଇଛି ରାଜ୍ୟସଭା ରାଜନୀତି। କମନ କ୍ୟାଣ୍ଡିଡେଟ ଦତ୍ତେଶ୍ବର ହେବା ପରେ କଂଗ୍ରେସ ବଢାଇଛି ସମର୍ଥନର ହାତ। କଂଗ୍ରେସ-ବିଜେଡିର ଭୋଟ ଏକାଠି ହେଲେ ଦତ୍ତେଶ୍ବରଙ୍କ ବିଜୟ ସୁନିଶ୍ଚିତ। 

ଚତୁର୍ଥ ଆସନ ପାଇଁ ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା ସହ ରୋଚକ ହୋଇଛି ରାଜ୍ୟସଭା ରାଜନୀତି। କମନ କ୍ୟାଣ୍ଡିଡେଟ ଦତ୍ତେଶ୍ବର ହେବା ପରେ କଂଗ୍ରେସ ବଢାଇଛି ସମର୍ଥନର ହାତ। କଂଗ୍ରେସ-ବିଜେଡିର ଭୋଟ ଏକାଠି ହେଲେ ଦତ୍ତେଶ୍ବରଙ୍କ ବିଜୟ ସୁନିଶ୍ଚିତ। 

09-Datteswar

କନକ ବ୍ୟୁରୋ: ରାଜ୍ୟସଭା ପାଇଁ କମନ କ୍ୟାଣ୍ଡିଡେଟ ଦତ୍ତେଶ୍ବରଙ୍କ ବିଜୟ ପାଇଁ ଅଙ୍କକଷା ଆରମ୍ଭ ହେଲାଣି । କଂଗ୍ରେସ ଓ ବିଜେଡି ହାତ ମିଳାଇଥିବାରୁ ବିଜୟ ସହଜ ବୋଲି ବିରୋଧୀ ଆଶାବାଦୀ । ହେଲେ ବିଜେପିର ୪ର୍ଥ ଆସନ ଦଖଲ ଅଭିଯାନ ବିରୋଧୀ ଶିବିରରେ ଛନକା ଭରିଛି । ବିରୋଧୀ ଦଳରେ ଚାଲିଥିବା ରାଜନୈତିକ ଛକାପଞ୍ଝା ଭିତରେ ପ୍ରଶ୍ନ ଉଠୁଛି, ଦଳୀୟ ବିଧାୟକଙ୍କୁ ଏକାଠି ରଖିପାରିବେ ତ ଦୁଇ ମୁଖିଆ? ଏକମନବାକ୍ୟ ହୋଇ ଦତ୍ତେଶ୍ବରଙ୍କୁ ଭୋଟ ଦେବ ତ ବିରୋଧୀ କ୍ୟାମ୍ପ ? 

ଏହା ବି ପଢ଼ନ୍ତୁ: ତେଲ ଦରରେ ଲାଗିବ ନିଆଁ, ବ୍ୟାରେଲ୍ ପିଛା ୧୦୦ ଡଲାର ଟପିବା ଆଶଙ୍କା

ଚତୁର୍ଥ ଆସନ ପାଇଁ ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା ସହ ରୋଚକ ହୋଇଛି ରାଜ୍ୟସଭା ରାଜନୀତି । କମନ କ୍ୟାଣ୍ଡିଡେଟ ଦତ୍ତେଶ୍ବର ହେବା ପରେ କଂଗ୍ରେସ ବଢାଇଛି ସମର୍ଥନର ହାତ । କଂଗ୍ରେସ-ବିଜେଡିର ଭୋଟ ଏକାଠି ହେଲେ ଦତ୍ତେଶ୍ବରଙ୍କ ବିଜୟ ସୁନିଶ୍ଚିତ । ହେଲେ ବିଜେପି ବାରମ୍ବାର ଦମ୍ଭୋକ୍ତି ଦେଖାଉଛି, ୪ଟିରୁ ୩ଟି ଆସନ ହାତେଇବ ଦଳ । ସଂଖ୍ୟା ନଥାଇ ମଧ୍ୟ ଶାସକ ଦଳର ଏଭଳି ଦମ୍ଭୋକ୍ତି ରାଜ୍ୟସଭା ଗଣିତକୁ ଓଲଟପାଲଟ କରିବାର ଆଶଙ୍କା ବଢାଇଛି । ଖାସ୍‌ କରି କ୍ରସ୍ ଭୋଟିଂ ଓ ଘୋଡ଼ା ବେପାରର ସମ୍ଭାବନା ବଢ଼ିଛି । ଅନ୍ୟପଟେ ଶାସକ ଦଳ ପାଇଁ ଏଭଳି ଅଙ୍କକଷା ବୁମେରାଂ ହେବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ବିରୋଧୀ ଦଳରେ ଥିବା ମତାନ୍ତର, ମନାନ୍ତର, ଅସନ୍ତୋଷ ବିଜେପିର ୩ ଆସନ ଦଖଲ ରଣନୀତିକୁ ବଳ ଦେଉଥିବା ଚର୍ଚ୍ଚା ହେଉଛି । ବିରୋଧୀ ଦଳର ଏମିତି କିଛି ବିଧାୟକ ରହିଛନ୍ତି, ଯେଉଁମାନଙ୍କ ବାପା ଅପ୍ରୀତିକର ପରିସ୍ଥିତିରେ ସଜସଜ ଦଳରୁ ବିଦା ହୋଇଛନ୍ତି । ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ମହମ୍ମଦ ମୋକିମଙ୍କ ଘରେ ଗୋଟିଏ ଗୋଟିଏ ବିଧାୟକ ଭୋଟ ରହିଛି । ତେଣୁ ଏ ଭୋଟ କୁଆଡେ ଯିବ ତାହାର ଆକଳନ କରିବା ସହଜ ନୁହେଁ । ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କିଛିଦିନ ତଳେ ଶୀର୍ଷ ନେତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ । ତେଣୁ କ୍ରସ୍ ଭୋଟିଂର ସୁଯୋଗ ସୃଷ୍ଟି ହେଲେ ବଦ୍ରି ବଦଲା ନେବେନି ତ? ଏସବୁ ଭିତରେ ଚର୍ଚ୍ଚା ହେଉଛି, ବିରୋଧୀ ଦଳରେ ଅନେକ ଅସନ୍ତୁଷ୍ଟ ବିଧାୟକ ଦତ୍ତେଶ୍ବରଙ୍କ ବିଜୟରେ ବଡ ବାଧକ ସାଜିପାରନ୍ତି ।   

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe