କନକ ବ୍ୟୁରୋ: ଆମେରିକା-ଇସ୍ରାଏଲ ଓ ଇରାନ୍ ଯୁଦ୍ଧ ପରେ ତେଲକୁ ନେଇ ସାରାବିଶ୍ବର ଚିନ୍ତା ବଢ଼ାଇ ଦେଇଛି । ହର୍ମୁଜ ଷ୍ଟ୍ରେଟରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି । ଯୁଦ୍ଧ ବନ୍ଦ ନହେଲେ ଅଶୌଧିତ ତେଲ ଦର ବ୍ୟାରେଲ୍ ପିଛା ୧୦୦ ଡଲାର ଟପିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ ।
ଏହା ବି ପଢ଼ନ୍ତୁ: ବିଭିନ୍ନ ଜାଗାରେ ଫସିଛନ୍ତି ଓଡ଼ିଆ, କେନ୍ଦ୍ର ଯୋଗାଯୋଗରେ ରାଜ୍ୟ ସରକାର
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆରମ୍ଭ ହେବା ପରେ ସବୁଠୁ ଅଧିକ ପ୍ରଭାବିତ ହେବ ତେଲ ଦର । ଅଶୋଧିତ ତେଲ ଦର ବଡ଼ ଧରଣର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି । ଆମେରିକା-ଇସ୍ରାଏଲର ଆକ୍ରମଣ ପରେ ହର୍ମୁଜ ଷ୍ଟ୍ରେଟ ଦେଇ ଜାହାଜ ଚଳାଚଳକୁ ଇରାନ୍ ବନ୍ଦ କରି ଦେଇଥିବାରୁ ବଢ଼ିଛି ଏଭଳି ଆଶଙ୍କା । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତେଲ ଦର ଉପରମୁହାଁ ହୋଇଥିଲା । ଶୁକ୍ରବାରକୁ ଅଶୋଧିତ ତେଲ ଦର ବ୍ୟାରେଲ ପିଛା୩% ବଢ଼ି ପାଖାପାଖି ୭୩ ଡଲାରରେ ପହଁଚି ଯାଇଥିଲା । ଆଉ ଏବେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଏହା ଆସନ୍ତା ସପ୍ତାହରେ ଅଶୋଧିତ ତୈଳ ଦର ଦ୍ରତ ଗତିରେ ବଢ଼ିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ ।
ସେଣ୍ଟର ଫର ଷ୍ଟ୍ରାଟେଜିକ ଏଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜର ଆକଳନ
- ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୯୦ ଡଲାର ଉପରକୁ ଟପିପାରେ
ଜେପି ମର୍ଗାନର ଆଳକନ
- ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୧୦୦ ଡଲାର ଟପିପାରେ
ଆମେରିକା-ଇସ୍ରାଏଲର ଆକ୍ରମଣ ଓ ଇରାନର ପାଲଟା କାର୍ଯ୍ୟାନୁଷ୍ଠାନ ପୂରା ମଧ୍ୟପ୍ରାଚ୍ୟକୁ ସଂକଟ ଭିତରକୁ ଠେଲି ଦେଇଛି । ସମସ୍ତଙ୍କ ନଜର ମିଲିଟାରୀ ଅପରେସନ ଉପରେ ଥିଲେ ବି ଏହାର ପ୍ରଭାବ ସାରାବିଶ୍ବ ସମେତ ଭାରତ ଉପରେ ବି ପଡ଼ିପାରେ ।
ଚିନ୍ତା ବଢ଼ିବା ପଛର ମୁଖ୍ୟ କାରଣ, ଇରାନ ବିଶ୍ବର ତୃତୀୟ ସବୁଠୁ ବଡ଼ ତେଲ ଭଣ୍ଡାର ଥିବା ଦେଶ ।
୨୦୨୪-୨୫ର ଆକଳନ ଅନୁସାରେ ଇରାନରେ ୨୦୮-୨୦୯ ଅରବ ବ୍ୟାରେଲ୍ ଅଶୋଧିତ ତୈଳ ରହିଛି । ଯାହାକି ସାରା ବିଶ୍ବରେ ଥିବା ମୋଟ୍ ତେଲର ପ୍ରାୟ ୧୨% । ଅନ୍ତଜାର୍ତୀୟ କଟକଣା ସତ୍ବେ ବି ଇରାନ ବିଶ୍ବର ଏକ ପ୍ରମୁଖ ତୈଳ ଯୋଗାଣକାରୀ ରାଷ୍ଟ୍ରର ଭୂମିକା ତୁଲାଇ ଆସୁଛି । ପ୍ରତିଦିନ ୩.୩ରୁ ୩.୫ ମିଲିଅନ ବ୍ୟାରେଲ ଅଶୋଧିତ ତୈଳ ଉତ୍ପାଦନ କରିଥାଏ ଇରାନ । ଯାହାକି ପ୍ରତିଦିନ ବିଶ୍ବରେ ଆବଶ୍ୟକ ହେଉଥିବା ତେଲର ୩% ପୂରଣ କରିଥାଏ ।
ଏଥିସହ ହର୍ମୁଜ ଷ୍ଟ୍ରେଟ ଦେଇ ସାଉଦି ଆରବ, ଇରାକ୍, ୟୁଏଇ, କୁଏତ୍ ଓ କତରରୁ ଚୀନ, ଭାରତ, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶକୁ ଅଶୌଧିତ ତୈଳ ଯାଇଥାଏ । ଯାହାକି ଏବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/01/10-petrol-price-hike-2026-03-01-20-47-31.jpg)