କନକବ୍ୟୁରୋ : ବଲିଉଡର ଏଭର ଗ୍ରୀନ୍ ଅଭିନେତା ଅନିଲ କପୁର ତାଙ୍କ କ୍ୟାରିଅରରେ ଅନେକ ଉତ୍କୃଷ୍ଟ ଫିଲ୍ମ ଭେଟି ଦେଇଛନ୍ତି  ।  ସବୁ ଫିଲ୍ମ ଭିତରେ ତାଙ୍କର ଗୋଟେ ଫିଲ୍ମ କିନ୍ତୁ ଦର୍ଶକଙ୍କୁ ଖୁବ୍ ପସନ୍ଦର ଆସିଥିଲା, ନାୟକ ଫିଲ୍ଲୀ  । ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ସିନେମା ସେ ସମୟରେ ହିଟ୍ ହୋଇଥିଲା । ଏହାର କାହାଣୀ ସାଧାରଣ ବର୍ଗ ଦର୍ଶକଙ୍କୁ ହୃଦୟ ଜିତିଥିଲା। 

Advertisment

ଦର୍ଶକ ଜାଣି ଖୁସି ହେବେ ଏବେ ନାୟକ ମୁଭିର ସିକ୍ବେଲ ଆସୁଛି । ସିକ୍ବେଲକୁ ତାମିଲ ଡାଇରେକ୍ଟର ଶଙ୍କର ବାନଇଛନ୍ତି । ଏହି ମୁଭି ତାଙ୍କ ଦ୍ବାରା ନିର୍ଦ୍ଦେଶିତ ୧୯୯୯ର ତାମିଲ ଫିଲ୍ମ ’ ମୁଧଲବନ’ର ରିମେକ୍ । ଏଥିରେ ରାଣୀ ମୁଖାର୍ଜୀ, ପରେଶ ରାୱଲ, ଅମରେଶ ପୁରୀ, ଜନି ଲିଭର, ସୌରଭ ଶୁକ୍ଳାଙ୍କ ଭେଟେରାନ୍ ଆକ୍ଟର ଅଭିନୟ କରିଥିଲେ   ।  ସେତେବେଳେ, ନାୟକ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା  ।  ତା’ର ଲୋକପ୍ରିୟତାକୁ ଦେଖି ଏବେ ଏହାର ସିକ୍ବେଲ ବନାଇବାକୁ ସ୍ଥିର କରିଛନ୍ତି ଶଙ୍କର  । 

ଭୋଟର ତାଲିକା ଜାଲିଆତି ମାମଲା: ଜବାବ ଦାଖଲ ପାଇଁ ସୋନିଆଙ୍କୁ ସମୟ ଦେଲେ ଦିଲ୍ଲୀ କୋର୍ଟ

’ସନମ୍ ତେରି କସମ୍’ଭଳି ହିଟ୍ ଫିଲ୍ମ ଦେଇଥିବା  ପ୍ରଡ୍ୟୁସର ଦୀପକ ମୁକୁଟ୍  ନାୟକ ମୁଭିର ସିକ୍ବେଲ ବାବଦରେ ଘୋଷଣା କରିଛନ୍ତି  ।  ତାଙ୍କ ପାଖରେ ଏହି ମୁଭିର କପି ରାଇଟ୍ ଅଛି ।  ସେ ଏହି ମୁଭିକୁ ଅନିଲ କପୁରଙ୍କ  ସହ ମିଶି ନିର୍ମାଣ କରିବେ , ଯିଏ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ ବି କରିବେ  ।  ନିର୍ମାତା ଦୀପକ ମୁକୁଟ କହିଛନ୍ତି, ଅନିଲ କପର ଓ ମୁଁ ମିଶି ନାୟକ ମୁଭିର ସିକ୍ବେଲ କରିବେ । ଏବେ ଏ ବାବାଦରେ ବିଶେଷ କିଛି କହିବା ଠିକ ହେବନି ।  କାରଣ ଏବେବି ଏହାକୁ ନେଇ  ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏବେ ଫିଲ୍ମର ସ୍କ୍ରିପ୍ଟିଂ ଚାଲିଛି ।  ସ୍କ୍ରିପ୍ଟିଂ ସରିଲେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ । ଏବଂ ନାୟକ -୨ ସିକ୍ବେଲ ବାବଦରେ ଔପଚାରିକ ଘୋଷଣା କରାଯିବ  ।

ଏହା ଏକ ପୁରୁଣା ପ୍ରୋଜେକ୍ଟ । ପାଖାପାଖି ୨୫ ବର୍ଷ ହେଲାଣି । ପ୍ରତ୍ୟେକ ଫିଲ୍ମର ନିଜର ନିଜର ଭାଗ୍ୟ ଥାଏ ।  ଯେତେବେଳେ ଉଚିତ ସମୟ ଆସେ ଫିଲ୍ମ ଜମେ  ।  ଅନିଲ ଓ ମୁଁ ଅନୁଭବ କଲେ ଯେ , ଏବେ ଫିଲ୍ମର ପାର୍ଟ- ୨ ପାଇଁ ଠିକ୍ ସମୟ ଆସିଛି ।  ତେଣୁ ଏକାଠି କାମ ଆରମ୍ଭ କରଛୁ ।  ୬୪ ବର୍ଷରେ ପହଞ୍ଚିଲେଣି ଅନିଲ କପୁର । ତଥାପି ତାଙ୍କର ସେ ଅନ୍ଦାଜ ବଜାୟ ରହିଛି । ତାଙ୍କୁ ଦେଖିଲେ ଲାଗେ  ,  ସେ ବଲିଉଡର ଚିର ସବୁଜ ଆକ୍ଟର  ,  ଏବେବି ହିରୋ ହେବାକୁ ପୂରା ପରଫେକ୍ଟ । ତେବେ ନିକଟରେ ନିଜର ଫିଟନେସ୍ ରାଜ୍ କହିଥିଲେ ଅନିଲ  ।  ଅନିଲ କପୁର ସପ୍ତାହକୁ ୬ ଦିନ ବ୍ୟାୟାମ କରନ୍ତି  , ପ୍ରତିଦିନ ସେ ଜିମ୍‌ରେ ଦୁଇ ଘଣ୍ଟା ଏକ୍ସରସାଇଜ୍‌ କରନ୍ତି । ବ୍ୟାୟାମ କରିବା ସହ ଅନିଲ ନିଜ ଲାଇଫ୍‌ଷ୍ଟାଇଲ୍ ଏବଂ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥା’ନ୍ତି ।  ସେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରନ୍ତି । ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ଖୁସିରେ ବିତାଇବାକୁ ଭଲପାଆନ୍ତି , ପ୍ରତିଦିନ ଜଳଖିଆରେ ଅନିଲ କପୁର ଓଟ୍ସ, ଅଣ୍ଡା, ଅମ୍‌ଲେଟ୍‌ ଏବଂ ଫଳ ଖାଇବାକୁ ପସନ୍ଦ କରନ୍ତି ।