ଅସ୍ତରଙ୍ଗ ଓ କାକଟପୁରରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ, ବାରହା ଓ ହରିଣ କରୁଛନ୍ତି ନାକେଦମ୍

Advertisment

ଅସ୍ତରଙ୍ଗ ଓ କାକଟପୁରରେ ଚାଷୀର ନିଦ ହଜାଇଛନ୍ତି ଜଙ୍ଗଲୀ ହରିଣ ଓ ବାରହା। ଦିନକୁ ଦିନ ଏମାନଙ୍କ ଉତ୍ପାତ ବଢ଼ୁଛି । ଦିନ ରାତି କିଛି ମାନୁନାହାନ୍ତି । ପନିପରିବା ହେଉ କି ରବି ଚାଷ କିମ୍ବା ଧାନ ଫସଲ, ଯାହା ଦେଖୁଛନ୍ତି ନଷ୍ଟ କରୁଛନ୍ତି । ଯାହାକୁ ନେଇ ଅତିଷ୍ଠ ୧୪ଟି ଗାଁର ଚାଷୀ । ଚାଷୀ ନିଜ ଫସଲ ବଞ୍ଚାଇବାକୁ କେଉଁଠି କ୍ଷେତରେ ମଞ୍ଚା ବାନ୍ଧି ଜଗୁଛି । ତ’ ଆଉ କେଉଁଠି ବାଜା ବଜାଇ, ନିଆଁ ହୁଳା ଧରି ରାତି ସାରା ବୁଲୁଛି । ହେଲେ କିଛି ମାନୁନାହାନ୍ତି ଏମାନେ ।  

astaranga

କନକ ବ୍ୟୁରୋ :  କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର । ଏ ଉକ୍ତିଟି ଏବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଚାଷୀ ଭାଇଙ୍କ କ୍ଷେତ୍ରରେ ଭୁଲ ପ୍ରମାଣିତ ହୋଇଛି । କାରଣ ରାତି ହେଲେ କ୍ଷେତକୁ ଚାଲିଆସୁଛନ୍ତି ଦଳ ଦଳ ଜଙ୍ଗଲି ହରିଣ ଓ ବାର୍‌ହା । ଆଉ ବ୍ୟାପକ ଭାବରେ ଫସଲ ନଷ୍ଟ କରୁଛନ୍ତି । ଫସଲକୁ ବଞ୍ଚାଇବା ପାଇଁ ଚାଷୀ ଅନେକ ଉଦ୍ୟମ କରୁଛି । ହେଲେ ସବୁ ବିଫଳ ହୋଇଛି ।

ଅଧିକ ପଢ଼ନ୍ତୁ :  ସରକାରୀ ନିୟମକୁ ମାନୁନାହାନ୍ତି ଅଧିକାରୀ, ରାସ୍ତା ସମ୍ପ୍ରସାରଣ ପାଇଁ କାଟି ପକାଇଲେ ଗଛ

ଅସ୍ତରଙ୍ଗ ଓ କାକଟପୁରରେ ଚାଷୀର ନିଦ ହଜାଇଛନ୍ତି ଜଙ୍ଗଲୀ ହରିଣ ଓ ବାରହା। ଦିନକୁ ଦିନ ଏମାନଙ୍କ ଉତ୍ପାତ ବଢ଼ୁଛି । ଦିନ ରାତି କିଛି ମାନୁନାହାନ୍ତି । ପନିପରିବା ହେଉ କି ରବି ଚାଷ କିମ୍ବା ଧାନ ଫସଲ, ଯାହା ଦେଖୁଛନ୍ତି ନଷ୍ଟ କରୁଛନ୍ତି । ଯାହାକୁ ନେଇ ଅତିଷ୍ଠ ୧୪ଟି ଗାଁର ଚାଷୀ । ଚାଷୀ ନିଜ ଫସଲ ବଞ୍ଚାଇବାକୁ କେଉଁଠି କ୍ଷେତରେ ମଞ୍ଚା ବାନ୍ଧି ଜଗୁଛି । ତ’ ଆଉ କେଉଁଠି ବାଜା ବଜାଇ, ନିଆଁ ହୁଳା ଧରି ରାତି ସାରା ବୁଲୁଛି । ହେଲେ କିଛି ମାନୁନାହାନ୍ତି ଏମାନେ ।  

ଅଧିକ ପଢ଼ନ୍ତୁ :  ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକଙ୍କ ବିକାଶ ପାଇଁ ୧୬୭୩ କୋଟି

ବର୍ଷ ବର୍ଷ ଧରି ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଅଞ୍ଚଳର ଚାଷୀ କ୍ଷତି ସହୁଛି । ହେଲେ ବନ ବିଭାଗ ପକ୍ଷରୁ କୌଣସି ସହାୟତା ରାଶି ମିଳୁନଥିବା ଅଭିଯୋଗ ଆସିଛି । ଅନ୍ୟପଟେ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ପଚାରିବାରୁ ସେ କହୁଛନ୍ତି, ବନ ବିଭାଗର ପୋର୍ଟାଲରେ ଚାଷୀ କ୍ଷତିପୂରଣ ପାଇଁ ଆବେଦନ କଲେ ଟଙ୍କା ମିଳିବ ।

ଅଧିକ ପଢ଼ନ୍ତୁ :  ମାଓବାଦୀ ହଟିବା ପରେ ବି ହଟିଲାନି ଅନ୍ଧାର, ଡାଇନିଚୁଆରୁ ଆସିଲା ଉପାନ୍ତ ଲୋକଙ୍କ ସଂଘର୍ଷର ଚିତ୍ର

ଚାଷୀ ଋଣ, ହାତ ଉଧାରି କରି ଚାଷ କରୁଛି। ହେଲେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ପାଇଁ ପ୍ରତିବର୍ଷ ଚାଷୀ କ୍ଷତି ସହୁଛି। ଅନ୍ୟପଟେ ବନବିଭାଗ ତରଫରୁ ମିଳୁଥିବା କ୍ଷତିପୂରଣ ରାଶି ବି ଫସଲ ମୂଲ୍ୟ ଠାରୁ ଯଥେଷ୍ଟ କମ୍‌! ବୋଲି ଅଭିଯୋଗ ଆସିଛି। ଏପରି ପରିସ୍ଥିତିରେ ପରିବାର ଚଳାଇବା ଅସମ୍ଭବ ହୋଇପଡ଼ିଛି। ସେଥିପାଇଁ ଚାଷୀ ଚାଷ ଛାଡ଼ି ଦାଦନ ମୁହାଁ ହେଲେଣି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe