କନକ ବ୍ୟୁରୋ : ସୋନମ ରଘୁବଂଶୀ ରାଜ୍ କୁଶବାହ ନାମକ ଯୁବକଙ୍କ ସହ ପ୍ରେମ ସଂପର୍କରେ ଥିବା ସତ୍ତ୍ବେ କାହିଁକି ରାଜା ରଘୁବଂଶୀଙ୍କ ସହ ବିବାହ କରିବାକୁ ରାଜି ହେଲେ? ଏହି ପ୍ରଶ୍ନ ସାରା ଦେଶ ଗତ ୨ ଦିନ ହେଲେ ପଚାରି ଆସୁଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସୋନମଙ୍କୁ ୟୁଜର୍ସ ଥୁ ଥୁ କରୁଛନ୍ତି । ଏନେଇ ସୋନମଙ୍କ ଶାଶୁ ତଥା ରାଜାଙ୍କ ମା’ ଉମା ମୁହଁ ଖୋଲିଛନ୍ତି । ସୋନମଙ୍କ ଗିରଫ ପରେ ରାଜାଙ୍କ ମା’ ପ୍ରତିକ୍ରିୟା ଦେଇ କହିଛନ୍ତି ‘ସୋନମଙ୍କ ମଙ୍ଗଳ ଦୋଷ ଥିଲା । ଯେଉଁ କାରଣରୁ ସେ ମୋ ପୁଅ ସହ ବିବାହ କରିଥିଲା । ପ୍ରଥମ ସ୍ବାମୀକୁ ମାରି ଦ୍ବିତୀୟ ଥର ବିବାହ କରିବାକୁ ବୋଧହୁଏ ପ୍ଲାନ୍ କରିଥିଲା ସୋନମ । ସେଥିପାଇଁ ମୋ ପୁଅକୁ ବାଟରୁ ହଟାଇଦେଲା ।’ ଉମାଙ୍କ କହିବା ମୁତାବକ ‘ସୋନମକୁ ଯଦି ଟଙ୍କା ଦରକାର ଥିଲା କିମ୍ବା ରାଜ ସହ ବିବାହ କରିବାକୁ ଚାହୁଥିଲା ତାହେଲେ ଆମକୁ କହିବାର ଥିଲା । ଆମେ ସୋନମର ବାହାଘର ରାଜ ସହ କରିବା ପାଇଁ ତାଙ୍କ ଘର ଲୋକଙ୍କ ସହ କଥା ହୋଇଥା’ନ୍ତୁ । କିନ୍ତୁ ସେ ଆମକୁ ଏ ବିଷୟରେ କିଛି ମଧ୍ୟ ଜଣାଇ ନଥିଲା । ମୋ ପୁଅକୁ ମାରିବା ପଛରେ ଯାହାର ବି ହାତ ଅଛି ସମସ୍ତଙ୍କୁ ଫାଶୀ ଦିଆଯାଉ ।’
/kanak/media/media_files/2025/06/10/lbjWauBVSxJiGh5zedkp.jpg)
ରାଜା ଏବଂ ସୋନମଙ୍କ ବିବାହ ଦୁଇ ପରିବାରର ସହମତିରେ ହୋଇଥିଲା । ସୋନମଙ୍କ ମା’ ସଙ୍ଗୀତା କହିଥିଲେ ଯେ ବିବାହ ପୂର୍ବରୁ ୨ ପରିବାର ଅନେକଥର ଦେଖାସାକ୍ଷାତ ହୋଇଛନ୍ତି । ରାଜା ସହ ବିବାହ କରିବା ପାଇଁ ସୋନମ ଉପରେ କୌଣସି ଚାପ ପ୍ରୟୋଗ କରାଯାଇନଥିଲା । ତେବେ ଏନେଇ ରାଜାଙ୍କ ମା’ କୁହନ୍ତି ‘ସୋନମ ମାଙ୍ଗଳିକ ଥିଲେ ଏବଂ ରାଜା ମାଙ୍ଗଳିକ ନଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଙ୍ଗଳିକ ଏବଂ ମାଙ୍ଗଳିକ ନଥିବା ଲୋକ ବିବାହ ବନ୍ଧନରେ ବାନ୍ଧି ହେଲେ ଅନେକ ସମସ୍ୟା ଦେଇ ଗତି କରିବେ । ଜାତକ ମିଳାଇବା ପରେ ହିଁ ଦୁହିଁଙ୍କ ବିବାହ ହୋଇଥିଲା ।