ଅକ୍ଷର ପଟେଲଙ୍କୁ କାହିଁକି ଖେଳାଯାଉନାହିଁ? ଟିମ୍ ମ୍ୟାନେଜମେଣ୍ଟଙ୍କୁ ଶ୍ରୀକାନ୍ତଙ୍କ ପ୍ରଶ୍ନ

Advertisment

ଭାରତୀୟ ଦଳର ପୂର୍ବତନ ଓପନର କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି ଯେ ବର୍ତ୍ତମାନର ଭାରତୀୟ ଦଳରେ ସନ୍ତୁଳନ ନାହିଁ । ଦଳରେ ଜଣେ ଭରସାଯୋଗ୍ୟ ୬ଷ୍ଠ ବୋଲର ନାହାନ୍ତି । ଦଳର ଜଣେ ଭଲ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ କାହିଁକି ବିଶ୍ରାମ ଦିଆଯାଇଛି, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

Srikanth

Srikanth Photograph: (Kanak News)

କନକ ବ୍ୟୁରୋ: ରାଜକୋଟରେ ନ୍ୟୁଜିଲାଣ୍ଡଠାରୁ ଭାରତର ପରାଜୟ ପରେ ଦଳ ଚୟନ ନେଇ ପ୍ରଶ୍ନ ଉଠିଛି । ଦଳରେ ସନ୍ତୁଳନ ନଥିବା ଅଭିଯୋଗ କରାଯାଉଛି । ଏପରିକି କେତେକ ପୂର୍ବତନ ଖେଳାଳି ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ।

ଭାରତୀୟ ଦଳର ପୂର୍ବତନ ଓପନର କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି ଯେ ବର୍ତ୍ତମାନର ଭାରତୀୟ ଦଳରେ ସନ୍ତୁଳନ ନାହିଁ । ଦଳରେ ଜଣେ ଭରସାଯୋଗ୍ୟ ୬ଷ୍ଠ ବୋଲର ନାହାନ୍ତି । ଦଳର ଜଣେ ଭଲ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ କାହିଁକି ବିଶ୍ରାମ ଦିଆଯାଇଛି, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଦଳରୁ ଓ୍ବାସିଂଟନ ସୁନ୍ଦର ବାଦ ପଡ଼ିବା ପରେ ଅଲରାଉଣ୍ଡର ହିସାବରେ ସମସ୍ତ ଚାପ ରବୀନ୍ଦ୍ର ଜାଦେଜାଙ୍କ ଉପରକୁ ଆସିଯାଇଛି। କିନ୍ତୁ ସେ ଏବେ ଭଲ ଫର୍ମରେ ନାହାନ୍ତି। ଏହାର କୁଫଳ ଭାରତୀୟ ଦଳ ଭୋଗୁଛି। ଶ୍ରୀକାନ୍ତ କହିଛନ୍ତି ଯେ ଜାଦେଜା ତାଙ୍କର ଜଣେ ପ୍ରିୟ ଅଲରାଉଣ୍ଡର। କିନ୍ତୁ ସେ ଏବେ ଦ୍ବିଧାରେ ପଡ଼ିଯାଇଛନ୍ତି। ସେ ଆକ୍ରାମକ ବୋଲିଂ କରିବେ ଅଥବା ଫ୍ଲାଇଟ ବଲ ପକାଇବେ ତାହା ସେ ଜାଣିପାରୁନାହାନ୍ତି ।

ଆହୁରି ପଢ଼ନ୍ତୁ... ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରୁ ବାଦ୍ ପଡ଼ିଲେ ଓ୍ବାସିଂଟନ ସୁନ୍ଦର

ସେ କହିଛନ୍ତି, "ଅକ୍ଷରଙ୍କୁ କାହିଁକି ଖେଳାଯାଉନାହିଁ? ଏମିତି କିଛି ନିୟମ ଅଛିକି ଦଳରେ କେବଳ ପେସ ବୋଲିଂ କରୁଥିବା ଅଲରାଉଣ୍ଡର ଦରକାର? ଦଳ ୩ ପେସର ଓ ୩ ସ୍ପିନର ନେଇ କାହିଁକି ଖେଳୁନାହିଁ?"

ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଭାରତକୁ ୩ ଓ୍ବିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଡାରେଲ ମିଚେଲ ୧୩୧ରନର ଏକ ପାଳି ଖେଳିଥିଲେ। ଏହି ପରାଜୟ ପରେ ଦଳର ବୋଲିଂ ଆକ୍ରମଣକୁ ନେଇ ପ୍ରଶ୍ନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe