କନକ ବ୍ୟୁରୋ:ଭାରତୀୟ ଦଳର ଅଭିଜ୍ଞ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଆଗକୁ ବିଶ୍ବକପ୍ ଥିବାବେଳେ ଏହା ଦଳ ପାଇଁ ଏକ ଝଟକା ସଦୃଶ ହୋଇଛି । କାରଣ ତାଙ୍କ ଉପସ୍ଥିତି ଦଳକୁ ଏକ ସନ୍ତୁଳନ ପ୍ରଦାନ କରୁଥିଲା ।

Advertisment

ଆହୁରି ପଢ଼ନ୍ତୁ... ବାଂଲାଦେଶ କ୍ରିକେଟରେ ବିଦ୍ରୋହ! ବୟକଟ୍ ଧମକ ଦେଲେ ଖେଳାଳି

ଜାନୁଆରି ୧୧ ତାରିଖରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସୁନ୍ଦର ୫ ଓଭର ବୋଲିଂ କରି ୨୭ ରନ ଦେଇଥିଲେ । ଏହା ପରେ ତାଙ୍କ ବାମ ପଟ ପେଟରେ ଯନ୍ତ୍ରଣା ହେବାରୁ ସେ ପଡ଼ିଆ ଛାଡ଼ିଥିଲେ । ତେବେ ଯନ୍ତ୍ରଣା ସତ୍ତ୍ବେ ସେ ଭାରତ ପକ୍ଷରୁ ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଆହତ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ଏକ ଡାକ୍ତରୀ ଦଳ ନଜର ରଖିଛନ୍ତି । ତେବେ ରିପୋର୍ଟ ଅନୁସାରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ସିରିଜ ପୂର୍ବରୁ ସେ ଆରୋଗ୍ୟ ହେବାର ସମ୍ଭାବନା କମ ରହିଛି । ଦଳରୁ ସୁନ୍ଦର ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଆୟୁଷ ବଦୋନିଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କୁ ସାମିଲ କରାଯିବାକୁ ନେଇ କେତେକ ମହଲରେ ପ୍ରଶ୍ନ ଉଠାଯାଇଥିଲା।