ଜିଭ ଦେଖାଇବାକୁ କାହିଁକି କୁହନ୍ତି ଡାକ୍ତର?  ଜିଭ କୁହେ ସ୍ବାସ୍ଥ୍ୟର ସତ କଥା

Advertisment

ଡାକ୍ତରଙ୍କ ପାଖକୁ ଗଲେ ସେ ପ୍ରଥମେ ଆମର ଆଖି ଏବଂ ଜିଭ ଯାଞ୍ଚ କରନ୍ତି । ଅନେକ ଲୋକ ଭାବନ୍ତି ଯେ ଏହା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଏହା ପଛରେ ଗଭୀର ବିଜ୍ଞାନ ଏବଂ ଆୟୁର୍ବେଦିକ ଜ୍ଞାନ ଲୁଚି ରହିଛି ।

ଡାକ୍ତରଙ୍କ ପାଖକୁ ଗଲେ ସେ ପ୍ରଥମେ ଆମର ଆଖି ଏବଂ ଜିଭ ଯାଞ୍ଚ କରନ୍ତି । ଅନେକ ଲୋକ ଭାବନ୍ତି ଯେ ଏହା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଏହା ପଛରେ ଗଭୀର ବିଜ୍ଞାନ ଏବଂ ଆୟୁର୍ବେଦିକ ଜ୍ଞାନ ଲୁଚି ରହିଛି ।

tongue test

କନକ ବ୍ୟୁରୋ: ଯେତେବେଳେ ଆମେ ଭାଇରାଲ୍, ଜ୍ୱର କିମ୍ବା ଅନ୍ୟ କୌଣସି ରୋଗ ପାଇଁ ଡାକ୍ତରଙ୍କ ପାଖକୁ ଯାଉ, ସେ ପ୍ରଥମେ ଆମର ଆଖି ଏବଂ ଜିଭ ଯାଞ୍ଚ କରନ୍ତି । ଅନେକ ଲୋକ ଭାବନ୍ତି ଯେ ଏହା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଏହା ପଛରେ ଗଭୀର ବିଜ୍ଞାନ ଏବଂ ଆୟୁର୍ବେଦିକ ଜ୍ଞାନ ଲୁଚି ରହିଛି । ଆଖି ଶରୀରର ଥକାପଣ ଏବଂ ରକ୍ତର ଅବସ୍ଥାକୁ ସୂଚାଇଥାଏ, ଯେତେବେଳେ ଜିଭ ସିଧାସଳଖ ଆମର ପାଚନ ପ୍ରଣାଳୀ , ଯକୃତ, ରକ୍ତ ଏବଂ ଦୋଷ (ବାତ, ପିତ୍ତ, କଫ) ର ଅବସ୍ଥାକୁ ସୂଚାଇଥାଏ । ଆୟୁର୍ବେଦ ଅନୁସାରେ, ଜିଭ ଶରୀର ଭିତରେ ଚାଲିଥିବା କାର୍ଯ୍ୟକଳାପର ଏକ ଦର୍ପଣ । ଜିଭର ରଙ୍ଗ, ଗଠନ ଏବଂ ଆର୍ଦ୍ରତା କହିଥାଏ ଯେ ଶରୀର ଭିତରେ ସବୁକିଛି ସନ୍ତୁଳିତ ଅଛି କି ନାହିଁ ।

ଅଧିକ ପଢ଼ନ୍ତୁ : ପିଠି ଦରଜ ହେଉଛି କି ? ତେବେ ଏହି ଯୋଗାସନ ଆପଣଙ୍କୁ ଦେବ ଅନେକ ଲାଭ ...

ଛେତା ଜିଭ : ଯଦି ଜିଭରେ ମୋଟା ଓ ଧଳା ପରସ୍ତ ଜମା ହେଲା ଭଳି ଦେଖାଯାଏ ଏଥିରୁ ଜାଣିବେ ଶରୀରରେ କଫ ଓ ’ଆମ ଦୋଷ’ ବଢ଼ିବାର ସଙ୍କେତ । ଏଭଳି ସ୍ଥିତି ସେତେବେଳେ ହୁଏ ଯେବେ ଖାଦ୍ୟ ଠିକସେ ହଜମ ହୁଏନାହିଁ । ଫଳରେ ଶରୀରରେ ଆମ ଦୋଷ ବଢ଼ି ଜିଭରେ ଧଳା ପରସ୍ତ ଜମାହୁଏ । 

ଲକ୍ଷଣ :
ଦେହ ଭାରି ଭାରି ଲାଗିବା 
•    ବାରମ୍ବାର ଥଣ୍ଡା ହେବା
•    ପେଟରେ ଗ୍ୟାସ ଏବଂ ଫୁଲିବା
•    ପାଟି ଦୁର୍ଗନ୍ଧ 

କରିବେ କ’ଣ?
ହାଲକା , ସାମାନ୍ୟ ଭୋଜନ କରନ୍ତୁ
ସକାଳୁ ନଖ ଉଷୁମ ପାଣି ପିଅନ୍ତୁ
ସକାଳ , ରାତିରେ ଜିଭ ସଫା କରନ୍ତୁ
ତେଲଭାଜି, ଓ ମିଠା ଖାଇବା କମାନ୍ତୁ

୨.ଲାଲ ବା ଗୋଲାପୀ ଜିଭ :
ସାମାନ୍ୟ ଜିଭ ହାଳକା ଗୋଲାପୀ ରଙ୍ଗର ହୋଇଥାଏ । କିନ୍ତୁ ଯଦି ଜିଭ ଅଧିକ ଲାଲ  ଦେଖାଯାଏ ଏହା ଶରୀରରେ ପିତ୍ତ ଦୋଷ ବଢ଼ିବାର ଲକ୍ଷଣ । ଯେତେବେ ଶରୀରରେ ପିତ୍ତ ଦୋଷ ବଢ଼େ, ପେଟରେ ଗ୍ୟାସ ସମସ୍ୟା ହୁଏ । ଏହା ଭିଟାମିନ୍ ବି ୧୨ ଅଭାବର ଲକ୍ଷଣ ମଧ୍ୟ ।

ଲକ୍ଷଣ : 
ପାଟିରେ ଜ୍ବଳନ
ଏସିଡିଟି
ହାଲିଆ ଲାଗିବା
ଚିଡ଼ଚିଡ଼ା ଲାଗିବା

୩. ହଳଦି ଜିଭ : ଟିକିଏ ହଳଦିଆ ଜିଭ ଶରୀରରେ ପିତ୍ତ ଏବଂ ଆମା ଉଭୟର ବୃଦ୍ଧିକୁ ସୂଚିତ କରେ। ଏହା ମୁଖ୍ୟତଃ ଅନ୍ତନଳୀ ଏବଂ ଯକୃତକୁ ପ୍ରଭାବିତ କରେ। ଯେତେବେଳେ ଯକୃତ ଠିକ୍ ଭାବରେ କାର୍ଯ୍ୟ କରେ ନାହିଁ, ସେତେବେଳେ ହରମୋନ ଅସନ୍ତୁଳନ ମଧ୍ୟ ବାଧାପ୍ରାପ୍ତ ହୋଇପାରେ, ଯାହା ଜିଭର ରଙ୍ଗରେ ପ୍ରତିଫଳିତ ହୁଏ।
ଲକ୍ଷଣ :
•    ପାଟିରେ ତିକ୍ତ ସ୍ୱାଦ
•    କ୍ଳାନ୍ତି
•    ଭୋକ ନ ଲାଗିବା
•    ପାଚନ ପ୍ରକ୍ରିୟାରେ ବ୍ୟାଘାତ

କ’ଣ କରିବେ?
•    ଲେମ୍ବୁ ପାଣି ଏବଂ ତ୍ରିଫଳା ସେବନ 
•    ତେଲଯୁକ୍ତ ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ
•    ନିୟମିତ ବ୍ୟାୟାମ

୪. ଶୁଖିଲା ଜିଭ - 
ଯଦି ଜିଭ ବାରମ୍ବାର ଶୁଖିଯାଏ, ତେବେ ଏହା ବାତ ଦୋଷ ବୃଦ୍ଧି ପାଇବାର ଏକ ଲକ୍ଷଣ ହୋଇପାରେ । ଏପରି ପରିସ୍ଥିତିରେ, ବ୍ୟକ୍ତିକୁ ବାରମ୍ବାର ଶୋଷ ଲାଗେ, କିନ୍ତୁ ପାଣି ପିଇବା ପରେ ମଧ୍ୟ ଶୁଷ୍କତା ସମ୍ପୂର୍ଣ୍ଣ ଭାବରେ କମିଯାଏ ନାହିଁ। ଆୟୁର୍ବେଦ ଅନୁସାରେ, ଏହା ରସ ଧାତୁର ଅଭାବକୁ ମଧ୍ୟ ସୂଚାଇଥାଏ।
 

ଲକ୍ଷଣ:
•    ଚର୍ମ ଶୁଷ୍କତା
•    କୋଷ୍ଠକାଠିନ୍ୟ
•    ଦୁର୍ବଳତା

କ’ଣ କରିବେ?
•    ପର୍ଯ୍ୟାପ୍ତ ପାଣି ପିଅନ୍ତୁ
•    ତେଲଭାଜି ଖାଦ୍ୟରୁ ଦୂରେଇ ରୁହନ୍ତୁ 

ଜିଭର ରଙ୍ଗ ଶରୀରର ଅବସ୍ଥା ଅନୁସାରେ ହୁଏ ।  ଜିଭ ଯଦି ସାମାନ୍ୟ ରଙ୍ଗଠାରୁ କିଛି ଭିନ୍ନ ଦେଖାଯାଏ ତାହେଲେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe