ଚୌଦ୍ବାର ଘଟଣା ଚାପିବାକୁ କାହାର ଚାପ?  ତିନି ମାସ ପରେ ବି କାହିଁକି ଚୁପ୍ ଜେଲ୍‌ ବିଭାଗ?

Advertisment

କଳିରେ ମାତିଛନ୍ତି ଚୌଦ୍ବାର ଜେଲର ଓ ସୁପରିଟେଣ୍ଡେଣ୍ଟ । ନିରବଦ୍ରଷ୍ଟା ସାଜିଛନ୍ତି ଜେଲ ଡିଜି ଓ ସରକାର ।

କଳିରେ ମାତିଛନ୍ତି ଚୌଦ୍ବାର ଜେଲର ଓ ସୁପରିଟେଣ୍ଡେଣ୍ଟ । ନିରବଦ୍ରଷ୍ଟା ସାଜିଛନ୍ତି ଜେଲ ଡିଜି ଓ ସରକାର ।

Choudwar jail

Choudwar jail Photograph: (KanakNews)

କନକ ବ୍ୟୁରୋ; ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର । ଏହି ଦୁଇ କୁଖ୍ୟାତ ଅପରାଧୀଙ୍କୁ ଖୋଜି ଖୋଜି ନାକରେ ପାଣି ପିଇଲାଣି ପୁଲିସ । ଏମାନଙ୍କୁ ଧରିବାକୁ ପୁଲିସ ଦିନରାତି ଏକ କରି ଦେଇଥିଲା । ହେଲେ ରାତାରାତି ଚୌଦ୍ବାର ମଣ୍ଡଳ କାରାଗାରରୁ ଛୁ ମାରି ଦେଲେ । ସିନେମାର ଦୃଶ୍ୟ ଭଳି, ହାଇ ସିକ୍ୟୁରିଟି ସେଲ୍ କାଟି କମ୍ବଳରେ ଦଉଡ଼ି ତିଆରି କରିଲେ । ସିସିଟିଭିକୁ ଭାଙ୍ଗି ମହିଳା ୱାର୍ଡ ଦେଇ ମାତ୍ର କେଇ ଘଣ୍ଟା ଭିତରେ ଉଭାନ ହୋଇଗଲେ ।

ଘଟଣାକୁ ତିନି ମାସ ବିତିଯାଇ ଥିଲେ ବି, ଏଯାବତ ସତ ସାମ୍ନାକୁ ଆସି ପାରିଲାନି । ଜେଲ ଭିତରର ଘଟଣାକୁ ନିଜେ ଜେଲ ବିଭାଗ ତଦନ୍ତ କରି, ତଦନ୍ତ ରିପୋର୍ଟ ସାର୍ବଜନିନ କଲାନି। ଯାହା ପୂରା ଘଟଣାକୁ ଆହୁରି ରହସ୍ୟ ଘେରକୁ ଟାଣିଲା । ଏବେ ଚାରିଆଡ଼େ ଚର୍ଚ୍ଚା, କଟକ ଭସାଣ ଯାତ୍ରାରେ କଟକ ପୁଲିସ ପ୍ରସ୍ତୁତ ହେଉଥିବା ବେଳେ, ଜାଣିଶୁଣି ଦୁଇ ବିହାରୀଙ୍କୁ ଖସାଇବା ପାଇଁ କୁଆଡ଼େ କିଛି ଅସାଧୁ ଜେଲ ଭିତରୁ ହିଁ ଷଡ଼୍‌ଯନ୍ତ୍ରର ନକ୍ସା ତିଆରି କରିଥିଲେ । 

ଅଧିକ ପଢନ୍ତୁ:  କୁଆଡ଼େ ଗଲେ ଚୌଦ୍ବାର ଜେଲ୍‌ରୁ ଫେରାର୍‌ କଏଦୀ ରାଜା ଓ ମଧୁକାନ୍ତ : ଏବେ ବି ପୁଲିସ୍ ହାତ ଖାଲି

ସେପଟେ ଚୌଦ୍ବାର ଜେଲ୍‌ କଳି ବଢ଼ିବାରେ ଲାଗିଛି। ଜେଲର ସନ୍ତୋଷିନୀ ଦାଶ ଓ ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କ ଆରୋପ ପ୍ରତ୍ୟାରୋପ ସାମ୍ନାକୁ ଆସିଛି। ଡିଆଇଜିଙ୍କ ତଦନ୍ତ ରିପୋର୍ଟ ବି ଏକ ପାଖିଆ ହୋଇଥିବା ସନ୍ଦେହ ଘେରକୁ ଆସିଛି। ଏହି ଜେଲ୍ କଳି ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଥିବା ବେଳେ, ମୁହଁ ଖୋଲୁ ନାହାଁନ୍ତି ଜେଲ ଡିଜି । ଏତେବଡ଼ ଘଟଣାକୁ ଚାପି ଦେବା ପାଇଁ କିଏ ଓ କେଉଁ ଉଦ୍ଦେଶ୍ୟ ରଖି, ଆଉ କାହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି, ତାହା ଏବେବି ସନ୍ଦେହ ଘେରରେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe