କନକ ବ୍ୟୁରୋ:ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ଟି ଆସନ ପାଇଁ ୧୩୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ସେମାନଙ୍କ ରାୟ ରେକର୍ଡ କରୁଛନ୍ତି । ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ଆସିବ, କିନ୍ତୁ ଏହା ପୂର୍ବରୁ ଏକଜିଟ୍ ପୋଲ୍ର ଆକଳନ କିଛି ସମୟ ମଧ୍ୟରେ ଆସିବ ।
ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଅଛି । ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ, ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଥିବା ମେଣ୍ଟ ହିଁ ଜିତିଥିଲା । ୨୦୧୫ ନିର୍ବାଚନରେ ମହାମେଣ୍ଟ ଜିତିଥିଲା, ସେତେବେଳେ ନୀତୀଶ କୁମାରଙ୍କ ନେତୃତ୍ୱରେ ଥିବା ଜନତା ଦଳ (ୟୁନାଇଟେଡ୍) ମଧ୍ୟ ଏହାର ଅଂଶ ଥିଲା । ଏଥର ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ଶାସକ ଏନଡିଏ ଏବଂ ବିରୋଧୀ ମହାମେଣ୍ଟ ମଧ୍ୟରେ ବୋଲି ବିବେଚନା କରାଯାଉଛି ।
ଆହୁରି ପଢ଼ନ୍ତୁ... Bihar Election : ଅପରାହ୍ଣ ୩ଟା ସୁଦ୍ଧା ୬୦.୪୦% ମତଦାନ
ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ପାର୍ଟି ଜନ ସୁରାଜ, ଅସଦୁଦ୍ଦିନ ଓଓ୍ୱେସିଙ୍କ ଏଆଇଏମଆଇଏମ ନିର୍ବାଚନୀ ଲଢେଇକୁ ବହୁକୋଣୀୟ କରିବାକୁ ଚେଷ୍ଟା କରିଥିଲେ । ଏଥର ଏନଡିଏ ମହାମେଣ୍ଟ ସହିତ ପିକେଙ୍କ ପାର୍ଟିଠାରୁ ମଧ୍ୟ କଡା ଟକ୍କର ପାଉଛି । ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ଅଛି ଏବଂ ସେଥିମଧ୍ୟରୁ ୧୨୧ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ରେ ଭୋଟ୍ ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଏକଜିଟ୍ ପୋଲ୍ ନିର୍ବାଚନ ଫଳାଫଳର ଏକ ସମ୍ଭାବ୍ୟ ଚିତ୍ର ଦର୍ଶାଏ । ବାସ୍ତବରେ, ଏକଜିଟ୍ ପୋଲ୍ ଏକ ପ୍ରକାର ସର୍ଭେ। ଏଥିରେ ଭୋଟରମାନଙ୍କୁ ଅନେକ ପ୍ରଶ୍ନ ପଚରାଯାଏ । ସେମାନେ କାହାକୁ ଭୋଟ୍ ଦେଇ ଆସିଛନ୍ତି ତାହା ଜାଣିବାକୁ ଚେଷ୍ଟା କରାଯାଏ । ଏହି ସର୍ଭେଗୁଡ଼ିକ ଭୋଟ୍ ଦିନ ଭୋଟ୍ ଦେଇ ଫେରୁଥିବା ଲୋକଙ୍କଠାରୁ କରାଯାଏ, ତେଣୁ ଏହାକୁ ଏକଜିଟ୍ ପୋଲ୍ କୁହାଯାଏ ।
ସର୍ଭେ କରୁଥିବା ଏଜେନ୍ସିର ଟିମ୍ ମତଦାନ କେନ୍ଦ୍ର ବାହାରେ ଭୋଟ୍ ଦେଇ ଆସୁଥିବା ଭୋଟରମାନଙ୍କୁ ପ୍ରଶ୍ନ ପଚାରେ । ଭୋଟ୍ ଦେଇ ଆସିଥିବା ଭୋଟରଙ୍କ ମତାମତ ଜାଣିବା ପରେ ଏହାର ବିଶ୍ଳେଷଣ କରାଯାଏ । ବିଶ୍ଳେଷଣ ପରେ ଏହି ଆଧାରରେ ନିର୍ବାଚନ ଫଳାଫଳର ଆକଳନ କରାଯାଏ । ଭାରତରେ ଅନେକ ଏଜେନ୍ସି ଏକଜିଟ୍ ପୋଲ୍ କରନ୍ତି ।
ଆହୁରି ପଢ଼ନ୍ତୁ... Bihar Election : ବିହାରରେ ଭୋଟ୍ ଚାଲିଛି, ହଠାତ୍ ଜେଡିୟୁ ଅଫିସରେ ପହଞ୍ଚିଲେ ନୀତିଶ
ଏକଜିଟ୍ ପୋଲ୍ ପାଇଁ କିଛି ଗାଇଡଲାଇନ ମଧ୍ୟ ଅଛି । ଦେଶରେ ପ୍ରଥମ ଥର ପାଇଁ ୧୯୯୮ରେ ଏକଜିଟ୍ ପୋଲ୍ ପାଇଁ ଗାଇଡଲାଇନ ଜାରି କରାଯାଇଥିଲା। ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ରେ ମଧ୍ୟ ଏହି ବ୍ୟବସ୍ଥା ଅଛି ଯେ ଯେପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟର ଭୋଟ୍ ସମାପ୍ତ ନ ହୋଇଛି, ସେପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ଦେଖାଯାଇପାରିବ ନାହିଁ। ଶେଷ ପର୍ଯ୍ୟାୟ ଭୋଟିଂ ଶେଷ ହେବା ପରେ ମଧ୍ୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଏକଜିଟ୍ ପୋଲ୍ ଫଳାଫଳ ଦେଖାଇବା ଉପରେ ପ୍ରତିବନ୍ଧକ ଅଛି।
ଭାରତୀୟ ଆଇନରେ ଏହି ବ୍ୟବସ୍ଥା ମଧ୍ୟ ଅଛି ଯେ ନିର୍ବାଚନ ପ୍ରକ୍ରିୟା ସମୟରେ ଯଦି କେହି ଏକଜିଟ୍ ପୋଲ୍ କିମ୍ବା ନିର୍ବାଚନ ସମ୍ବନ୍ଧୀୟ ସର୍ଭେ ଦେଖାଏ, ନିର୍ବାଚନ ଆୟୋଗର ଗାଇଡଲାଇନ ଉଲ୍ଲଂଘନ କରେ, ତେବେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/11/11/exit-poll-2025-11-11-17-46-38.jpg)