କନକ ବ୍ୟୁରୋ : ବିଜେଡିରେ ନେତୃତ୍ବକୁ ନେଇ ପଶ୍ଚିମ ଓଡ଼ିଶାରୁ ପଶ୍ଚିମା ପବନ ବହିବା ଆରମ୍ଭ ହୋଇଛି । କଳିକେଶଙ୍କୁ ନେତୃତ୍ବ ଦେବାକୁ ପୁଣି ଉଠିଛି ଦାବି । ଦିବ୍ୟଶଙ୍କରଙ୍କ ପରେ ଏହି ତାଲିକାରେ ଯୋଡି ହୋଇଛନ୍ତି ପଶ୍ଚିମ ଓଡ଼ିଶା ନେତା ଦେବେଶ ଆଚାର୍ଯ୍ୟ । ହେଲେ, ଉପକୂଳିଆ ନେତାଙ୍କ ଅସନ୍ତୋଷ ପରେ କଥା ଫେରାଇଛନ୍ତି କ୍ୟାପଟେନ। 

Advertisment

ବିଜେଡିରେ ନବୀନଙ୍କ ଉତ୍ତରାଧିକାରୀ କିଏ? ଏହାକୁ ନେଇ ଅସମ୍ଭବ ନୀରବତାର ଅବଲମ୍ବନ କରୁଛନ୍ତି ପାର୍ଟି ସୁପ୍ରିମୋ । ହେଲେ, ଦଳ ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା । ନବୀନଙ୍କ ପରେ କିଏ ନେବେ ନେତୃତ୍ବ। ପଶ୍ଚିମରୁ ଜୋର ଧରିଲାଣି ଏହି ସ୍ବର। କଳିକେଶ ନେତୃତ୍ବ ନିଅନ୍ତି ବୋଲି କଳହାଣ୍ଡିର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିବା ପରେ ପାଖ ଜିଲ୍ଲା ବରଗଡର ଦେବେଶ ଆଚାର୍ଯ୍ୟ  ସମାନ କଥା କହିଛନ୍ତି। ଭରା ଜନସଭାରେ କଳିକେଶଙ୍କ ନେତୃତ୍ବ ଉପରେ ମୋହର ମାରିଛନ୍ତି ଦେବେଶ। 

ଅଧିକ ପଢ଼ନ୍ତୁ :  ବିଜେଡି କ୍ୟାମ୍ପରେ ବଡ଼ ହଲ୍‌ଚଲ୍‌; ନବୀନ ନିବାସକୁ ନେତାଙ୍କୁ ଡାକରା

ବିଜେଡିରେ ନେତୃତ୍ବକୁ ନେଇ ୨ ଦିନର ବୟାନବାଜି ପରେ କଥା ଫେରାଇ ନେଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବୟାନକୁ ମୋଡି ମକଚି ଦିଆଯାଇଥିବା କହି ନିଜ ଉପରୁ ଦୋଷ ଝାଡିବାକୁ ଚାହିଛନ୍ତି ଦିବ୍ୟଶଙ୍କର। ନବୀନଙ୍କୁ ନିଜର ସର୍ବମାନ୍ୟ ନେତା ବୋଲି କହି ଦଳୀୟ ରୋଷରୁ ବର୍ତ୍ତିବାକୁ ଚାହିଛନ୍ତି ଦିବ୍ୟଶଙ୍କର।   ନବୀନଙ୍କ ଉତ୍ତରାଧିକାରୀକୁ ନେଇ ବିଜେଡି ନେତା ସ୍ବର ଉଠାଇବାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ରାଜନୀତି ସମୀକ୍ଷକ। 

ପ୍ରଶ୍ନ ଉଠୁଛି, ପଶ୍ଚିମ ଓଡ଼ିଶାରୁ କାହିଁକି ଉଠିଲାଣି ନେତୃତ୍ବ ଦାବି? ବିଜେଡିରେ ଅନ୍ୟ ନେତାଙ୍କୁ ଭରସି ପାରୁନାହାନ୍ତି କି ପଶ୍ଚିମ ଓଡ଼ିଶା ନେତା? ନା ଅନଙ୍ଗ ଓ ନବୀନଙ୍କ ଭେଟଘାଟ ପରେ ଦଳୀୟ ନେତାଙ୍କୁ ମିଳିଛି କି କିଛି ସଂକେତ? କାହିଁକି ଉତ୍ତରାଧିକାରୀ ଘୋଷଣା କରୁନାହାନ୍ତି ନବୀନ?