କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ? କିଏ ନେବ ବିଜେପିର ନେତୃତ୍ୱ? କିଏ ସାଜିବ ଚେହେରା? ଏହି ପ୍ରଶ୍ନ ଅନେକ ସମୟରେ ବିଜେପି ନେତାଙ୍କ ପଚରାଯାଏ । ହେଲେ ଏବେ ମୋହନ ଭାଗବତ ଦେଇଛନ୍ତି ଏହି ପ୍ରଶ୍ନର ଉତ୍ତର ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସମ୍ପର୍କରେ ବିଚାରବିମର୍ଶ ଏବଂ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ଭର କରିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ କିଏ ଆସିବେ ବୋଲି ପଚରାଯିବାରୁ ମୋହନ ଭାଗବତ କହିଥିଲେ, କିଛି ପ୍ରଶ୍ନ ମୋ ଦୃଷ୍ଟିକୋଣରୁ ବାହାରେ । ତେଣୁ, ଏ ବିଷୟରେ ମୋର କିଛି ବି କହିବାର ନାହିଁ। ମୁଁ କେବଳ ତାଙ୍କୁ ଶୁଭକାମନା ଜଣାଇପାରିବି, ଆଉ କିଛି ନୁହେଁ । ମୋଦୀଙ୍କ ପରେ କିଏ ଆସିବେ ସେନେଇ ମୋଦୀ ଏବଂ ବିଜେପି ନିଷ୍ପତ୍ତି ନେବା ଉଚିତ।"

ଆହୁରି ପଢ଼ନ୍ତୁ : କୋହଲି, ରୋହିତଙ୍କ କଟିବ ଦରମା! ଏଣିକି କମ ଟଙ୍କା ପାଇବେ ରୋ-କୋ ଯୋଡ଼ି !

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଚେନ୍ନାଇରେ ଥିବା ଭାଗବତ ଡିସେମ୍ବର ୯ ତାରିଖରେ ଏହି ବୟାନ ଦେଇଛନ୍ତି , ଯାହାକି ଖୋଲା ସଙ୍କେତ ଦେଉଛି ଯେ, ବିଜେପି ଭିତରେ ଉତ୍ତରାଧିକାରୀ ବିତର୍କରେ ସାମିଲ ହେବାର ସଂଘର କୌଣସି ଉଦ୍ଦେଶ୍ୟ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଭାରତକୁ "ବିଶ୍ୱଗୁରୁ" ଭାବରେ ଉଭା ହେବାକୁ ହୁଏ, ତେବେ ଜାତିଭିତ୍ତିକ ଏବଂ ଭାଷାଗତ ବିଭାଜନକୁ ଦୂର କରିବାକୁ ପଡିବ। ଆମକୁ ଆମ ଦେଶରେ ଜାତି ଏବଂ ଭାଷାଗତ ବିଭାଜନକୁ ଦୂର କରିବାକୁ ପଡ଼ିବ ବୋଲି କହିଛନ୍ତି ଭାଗବତ ।