କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା ଆଉ ବିରାଟ କୋହଲି । ଦୁଇ ଖେଳାଳି ଏବେ ଟେଷ୍ଟ ଆଉ ଟି-୨୦ରୁ ଅବସର ନେଇସାରିଛନ୍ତି । ହେଲେ ଟିମ୍ ଇଣ୍ଡିଆର ଏହି ଦୁଇ ଲିଜେଣ୍ଡ ଏବେ ବି ଓ୍ୱାନଡେ ଫର୍ମାଟରେ ଜଲଓ୍ୱା ଦେଖାଉଥିବାବେଳେ, ନିକଟରେ ସାଉଥ୍ ଆଫ୍ରିକା ବିପକ୍ଷରେ ରନ ବର୍ଷା କରିଥିଲେ । ହେଲେ ଆଗକୁ କିନ୍ତୁ ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କୁ ନେଇ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ । କମିବାକୁ ଯାଉଛି ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ଦରମା ।

Advertisment

ଆସନ୍ତା ଡିସେମ୍ବର ୨୨ ତାରିଖରେ ବସିବାକୁ ଯାଉଛି ବିସିସିଆଇର ବାର୍ଷିକ ବୈଠକ । ଏହି ବୈଠକରେ ବିରାଟ କୋହଲି ଆଉ ରୋହିତ ଶର୍ମାଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ ନିଷ୍ପତ୍ତି ନିଆଯାଇପାରେ । ବର୍ତ୍ତମାନ ସମୟରେ ଏହି ଦୁଇ ଖେଳାଳି ବିସିସିଆଇର ଏ+ କାଟାଗୋରିରେ ଆସୁଛନ୍ତି । ହେଲେ ଏବେ ଏହାକୁ କମେଇ ଏ ଗ୍ରେଡ୍ କରିବାକୁ ବିସିସିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ।

ରୋହିତ ଶର୍ମା ଆଉ ବିରାଟ କୋହଲି ଏବେ କେବଳ ଓ୍ୱାନଡେ ମ୍ୟାଚ୍ ଖେଳୁଛନ୍ତି । ହେଲେ ବିସିସିଆଇ କିନ୍ତୁ ଏହି ଦୁଇ ଖେଳାଳିଙ୍କୁ ଏ+ ଗ୍ରେଡରେ ରଖିଥିବାରୁ, ଦୁହେଁ ବର୍ଷକୁ ବିସିସିଆଇଠାରୁ ୭ କୋଟି ଟଙ୍କା ଦରମା ପାଉଛନ୍ତି । ହେଲେ ଦୁହିଁଙ୍କ ଦରମାକୁ କମାଇ ଏବେ ୫ କୋଟି କରିବାକୁ ବିସିସିଆଇ ନିଷ୍ପତ୍ତି ନେଇପାରେ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ : ୱାଟକୋ ଭୁଲ ପାଇଁ ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ଧାନ: କୁବେର ଭୁକ୍ତାଙ୍କ ଖଳାରୁ ଆସିଲା ସାଂଘାତିକ ଦୃଶ୍ୟ

ବିସିସିଆଇ ପୂର୍ବ ଲିଷ୍ଟରେ ଏ+ ଗ୍ରେଡରେ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି, ବୁମରା ଆଉ ରବୀନ୍ଦ୍ର ଜାଡେଜା ରହିଥିଲେ । ସେହିପରି ଏ ଗ୍ରେଡରେ ସିରାଜ, କେ ଏଲ ରାହୁଲ, ଶୁଭମନ୍ ଗିଲ୍, ପାଣ୍ଡ୍ୟା, ସାମି ଆଉ ପନ୍ତ ଥିଲେ । ହେଲେ ଖୁବଶୀଘ୍ର ଏହି ଲିଷ୍ଟରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ । ମିଳିଥିବା ସୂଚନା ଅନୁସାରେ, ଟିମ୍ ଇଣ୍ଡିଆର କ୍ୟାପଟେନ୍ ଶୁଭମନ୍ ଗିଲଙ୍କୁ ଏ+ ଗ୍ରେଡରେ ରଖାଯାଇପାରେ । ଆଉ ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କୁ ଏ+ ଗ୍ରେଡରୁ ଖସାଇ ଏ ଗ୍ରେଡରେ ରଖାଯାଇପାରେ ।

ଡିସେମ୍ବର ୨୨ ତାରିଖରେ ବିସିସିଆଇର ମିଟିଂ ବସିବାକୁ ଯାଉଛି । ଆଉ ଏହି ମିଟିଂରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । କୁହାଯାଉଛି, ଅମ୍ପାୟାର ଆଉ ମ୍ୟାଚ୍ ରେଫରିଙ୍କ ଦରମାକୁ ନେଇ ମଧ୍ୟ ବିସିସିଆଇ ବଡ଼ ଘୋଷଣା କରିପାରେ । ତେଣୁ ଦେଖିବାକୁ ବାକି ରହିଲା ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମାଙ୍କୁ ବିସିସିଆଇ କେଉଁ ଗ୍ରେଡରେ ରଖୁଛି, ଆଉ ତାଙ୍କୁ ବର୍ଷକୁ ଏବେ କେତେ ଟଙ୍କା ମିଳୁଛି ।