ଅଖଣ୍ଡ ବ୍ରହ୍ମଚାରୀ ଥିଲେ ଅଞ୍ଜନୀପୁତ୍ର ହେଲେ ପୁରାଣ କହେ ପୁତ୍ର କଥା .. କିଏ ଥିଲେ ହନୁମାନଙ୍କ ପୁଅ ?

Advertisment

ମହାବୀରଙ୍କୁ ପୂଜା କରୁଥିବା ଭକ୍ତ ମଧ୍ୟ ନିଜକୁ ବ୍ରହ୍ମଚାରୀ ବୋଲାନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଅଞ୍ଜନୀପୁତ୍ରଙ୍କ ଏକ ପୁତ୍ର ମଧ୍ୟ ଥିଲା । ଯେଉଁ ପୁତ୍ର ତାଙ୍କ ବୀର୍ଯ୍ୟରୁ ନୁହେଁ ଝାଳରୁ ଉତ୍ପତ୍ତି ହୋଇଥିଲା । ଏହା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି ।

ମହାବୀରଙ୍କୁ ପୂଜା କରୁଥିବା ଭକ୍ତ ମଧ୍ୟ ନିଜକୁ ବ୍ରହ୍ମଚାରୀ ବୋଲାନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଅଞ୍ଜନୀପୁତ୍ରଙ୍କ ଏକ ପୁତ୍ର ମଧ୍ୟ ଥିଲା । ଯେଉଁ ପୁତ୍ର ତାଙ୍କ ବୀର୍ଯ୍ୟରୁ ନୁହେଁ ଝାଳରୁ ଉତ୍ପତ୍ତି ହୋଇଥିଲା । ଏହା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି ।

Hanuman Son

Hanuman Son Photograph: (KanakNews)

କନକ ବ୍ୟୁରୋ : ଆମେ ସମସ୍ତେ ଜାଣିଛୁ ଯେ ବ୍ରହ୍ମଚାରୀ କହିଲେ ଅଞ୍ଜନୀପୁତ୍ର ହନୁମାନଙ୍କ ନାମ ସର୍ବାଗ୍ରେ ଆସେ । ମହାବୀରଙ୍କୁ ପୂଜା କରୁଥିବା ଭକ୍ତ ମଧ୍ୟ ନିଜକୁ ବ୍ରହ୍ମଚାରୀ ବୋଲାନ୍ତି । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଅଞ୍ଜନୀପୁତ୍ରଙ୍କ ଏକ ପୁତ୍ର ମଧ୍ୟ ଥିଲା । ଯେଉଁ ପୁତ୍ର ତାଙ୍କ ବୀର୍ଯ୍ୟରୁ ନୁହେଁ ଝାଳରୁ ଉତ୍ପତ୍ତି ହୋଇଥିଲା । ଏହା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି । ଯେତେବେଳେ ଶ୍ରୀରାମଭକ୍ତ ହନୁମାନ ମାତା ଜାନକୀଙ୍କୁ ଖୋଜି ଖୋଜି ଲଙ୍କାରେ ପହଞ୍ଚିଲେ ସେତେବେଳେ ତାଙ୍କୁ ରାବଣପୁତ୍ର ମେଘନାଦ ବନ୍ଦୀ କରି ନେଇଥିଲା l ବନ୍ଦୀ ହେବାପରେ ବଜରଙ୍ଗଙ୍କୁ ଦଶାନନଙ୍କ ଦରବାରରେ ହାଜର କରାଗଲା  l ଲଙ୍କାପତି ଦଣ୍ଡ ସ୍ୱରୂପ ପବନପୁତ୍ରଙ୍କ ଲାଞ୍ଜରେ ନିଆଁ ଲଗାଇବା ପାଇଁ ଆଦେଶ ଦେଲେ l ଏହାପରେ ରାବଣର ସୈନ୍ୟମାନେ ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇ ଦେଇଥିଲେ l ହନୁମାନ ସେହି ଜଳୁଥିବା ଲାଞ୍ଜରେ ପୂରା ସ୍ବର୍ଣ୍ଣଲଙ୍କାକୁ ପୋଡ଼ି ଦେଇଥିଲେ ଏବଂ ଜଳୁଥିବା ଲାଞ୍ଜର ନିଆଁକୁ ଲିଭାଇବା ପାଇଁ ସମୁଦ୍ର ଜଳରେ ବୁଡ଼ିଥିଲେ । 

ଆଗକୁ ପଢ଼ନ୍ତୁ : ଶନି ଏବଂ ରବି କାହିଁକି ନୁହେଁ ? କାହିଁକି ସୋମବାରକୁ ହିଁ ଶିବଙ୍କ ବାର ବୋଲି କୁହାଯାଏ ?

ସେହି ସମୟରେ ଅତ୍ୟଧିକ ଗରମ ହେତୁ ତାଙ୍କ ଶରୀରରୁ ପ୍ରବଳ ଝାଳ ବୋହିଲା ଏବଂ ସେହି ଝାଳର ଗୋଟିଏ ବୁନ୍ଦା ଯାଇ ଗୋଟିଏ ମାଛ ପାଟିରେ ପଡ଼ିଲା l ମାଛଟି ସେହି ଝାଳ ବୁନ୍ଦାକୁ ପିଇବା ଦ୍ୱାରା ଗର୍ଭବତୀ ହେବାର  ସୌଭାଗ୍ୟ ଅର୍ଜନ କଲା l ସେହି ମାଛ ଗର୍ଭରୁ ଏକ ପୁତ୍ର ଜନ୍ମ ନେଲା ଯାହାର ନାମ ମକରଧ୍ବଜ ବୋଲି ସାରା ସଂସାର ଜାଣିଲା l ହନୁମାନଙ୍କ ପୁତ୍ର ମକରଧ୍ବଜ ମଧ୍ୟ ତାଙ୍କ ଭଳି ପରାକ୍ରମୀ ଓ ତେଜସ୍ୱି ଥିଲେ l ତାଙ୍କୁ ଅହିରାବଣ ପାତାଳ ପୁରୀର ଦ୍ୱାରପାଳ ଭାବରେ ନିଯୁକ୍ତି ଦେଇଥିଲା l ଅହିରାବଣ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କୁ ହରଣ କରି ପାତାଳ ପୁରୀରେ ରଖିଥିଲା ଏବଂ ଅସୁର ଆରାଧ୍ୟା ମାୟାଦେବୀଙ୍କୁ ବଳି ଚଢ଼ାଇବାକୁ ଚାହୁଥିଲା l ସେତେବେଳେ ରାମ ଓ ଲକ୍ଷ୍ମଣଙ୍କ ବିଷୟରେ ବିଭୀଷଣଙ୍କ ପାଖରୁ ତଥ୍ୟ ପାଇବା ପରେ ହନୁମାନ ତାଙ୍କୁ ମୁକୁଳାଇବା ପାଇଁ ପାତାଳ ପୁରୀରେ ପହଞ୍ଚିଲେ l ସେଠାରେ ତାଙ୍କର  ସାକ୍ଷାତ ପୁତ୍ର ମକରଧ୍ବଜଙ୍କ ସହିତ ହେଲା l ମକରଧ୍ବଜ ତାଙ୍କ ପିତା ହନୁମାନଙ୍କୁ ନିଜର ଉତ୍ପତ୍ତି ବିଷୟରେ ଜଣାଇଲେ l ସମସ୍ତ କଥା ଶୁଣିବା ପରେ ହନୁମାନ ସ୍ଥିର କଲେ ଯେ ଦଶରଥ ନନ୍ଦନଙ୍କୁ ଉଦ୍ଧାର କରିବେ l ସେ ମକରଧ୍ବଜଙ୍କୁ କହିଲେ ପୁତ୍ର ତମେ ଯେପରି ଅହିରାବଣର ସେବକ ମୁଁ ସେପରି ମୋ ପ୍ରଭୁଙ୍କର ସେବକ l ତେଣୁ ମୁଁ ତୁମକୁ ଯେମିତି ହେଲେ ଯୁଦ୍ଧରେ ପରାସ୍ତ କରି ମୋ ପ୍ରଭୁଙ୍କୁ ଉଦ୍ଧାର କରିବି l ପିତାଙ୍କ ବଚନ ଶୁଣି ମକରଧ୍ବଜ କହିଲେ ପିତାଶ୍ରୀ ମୁଁ ମଧ୍ୟ କର୍ତ୍ତବ୍ୟରେ ବନ୍ଧା ତେଣୁ ଆପଣ ମତେ ଯୁଦ୍ଧରେ ପରାସ୍ତ କରି ପାରିଲେ ଭିତରକୁ ଯାଇ ପାରିବେ l ଏହା ପରେ ପିତା ଓ ପୁତ୍ରଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଲା l ଯୁଦ୍ଧରେ ମକରଧ୍ବଜଙ୍କୁ ପରାସ୍ତ କରି ହନୁମାନ ରାମ ଲକ୍ଷ୍ମଣଙ୍କୁ ଉଦ୍ଧାର କରିବା ପାଇଁ ଆଗକୁ ବଢ଼ିଲେ l ଅହିରାବଣ ସହିତ ହନୁମାନଙ୍କର ଘୋର ଯୁଦ୍ଧ ହେଲା l ସେହି ଯୁଦ୍ଧରେ ଅହିରାବଣଙ୍କୁ ବଧ କରି ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମୁକ୍ତ କରି ହନୁମାନ ଫେରିଲେ l ଫେରିଲା ବେଳକୁ ମକରଧ୍ବଜଙ୍କୁ ପାତାଳ ଲୋକର ଅଧିପତି ଭାବରେ ନିଯୁକ୍ତ କଲେ ଓ ଧର୍ମର ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେଲେ l


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe