କନକ ବ୍ୟୁରୋ : ସବୁଠାରୁ ଲୋକପ୍ରିୟ କ୍ରିକେଟର ତାଲିକାରେ ନିଶ୍ଚିତ ଭାବରେ ବିରାଟ କୋହଲି ଓ ରୋହିତ ଶର୍ମା ଟପ୍ରେ ରହିବେ । ଉଭୟ ଏବେ କେବଳ ଦିନିକିଆ ଫର୍ମାଟରେ ହିଁ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି, କିନ୍ତୁ ସେମାନଙ୍କ ପ୍ରତି ପ୍ରଶଂସକଙ୍କ କ୍ରେଜ୍ ବଢ଼ିବାରେ ଲାଗିଛି । ବିସିସିଆଇର ନୂଆ କଣ୍ଟ୍ରାକ୍ଟରେ ବିରାଟ ଓ ରୋହିତଙ୍କ ସମେତ ୪ ଜଣ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳୁଛି । ତେବେ ଖାଲି ଏହି ଦୁଇଜଣ ଖେଳାଳି ନୁହନ୍ତି… ଅନେକ ଖେଳାଳି ଅଛନ୍ତି ଯେଉଁମାନେ ୨୦୨୫ରେ ସବୁଠାରୁ ଅଧିକ ରୋଜଗାର କରିଥିବା ଭାରତର ଟପ୍-୫ କ୍ରିକେଟର ମଧ୍ୟରେ ସାମିଲ ଅଛନ୍ତି ।
ବିରାଟ କୋହଲି
କୋହଲି ବିସିସିଆଇ ଚୁକ୍ତିରୁ ବାର୍ଷିକ ୭ କୋଟି ଟଙ୍କା ରୋଜଗାର କରୁଥିବା ବେଳେ ଆଇପିଏଲ୍ରେ ଆରସିବି ପକ୍ଷରୁ ତାଙ୍କୁ ୨୧ କୋଟି ଟଙ୍କା ମିଳିଥାଏ । ଏହା ବ୍ୟତୀତ କୋହଲି ଅନେକ ବିଜ୍ଞାପନରୁ ମଧ୍ୟ ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି ଏବଂ ତାଙ୍କର ନିଜସ୍ୱ କମ୍ପାନି ଅଛି । ୨୦୨୫ରେ ତାଙ୍କର ମୋଟ ରୋଜଗାର ୨୫୦ରୁ ୩୦୦ କୋଟି ଟଙ୍କା ମଧ୍ୟରେ ରହିଛି ।
ରୋହିତ ଶର୍ମା
ରୋହିତ ଶର୍ମା ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି, ଯିଏ ୨୦୨୫ରେ ୧୫୦ ରୁ ୧୮୦ କୋଟି ଟଙ୍କା ରୋଜଗାର କରିଛନ୍ତି । ବିସିସିଆଇ କଣ୍ଟ୍ରାକ୍ଟରୁ ତାଙ୍କର ବାର୍ଷିକ ଦରମା ୭ କୋଟି ଟଙ୍କା । ଗତ ସିଜିନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧୬ କୋଟି ଟଙ୍କାରେ ରିଟେନ୍ କରିଥିଲା । ଏହା ବ୍ୟତୀତ ପ୍ରତି ମ୍ୟାଚ୍ ଫି ଏବଂ ବିଜ୍ଞାପନରୁ ରୋହିତ ମୋଟା ଅଙ୍କର ରୋଜଗାର କରନ୍ତି ।
ଅଧିକ ପଢ଼ନ୍ତୁ--ଟେଷ୍ଟ ଟିମର ଦାୟିତ୍ବରୁ ହଟିପାରନ୍ତି ଗମ୍ଭୀର; ପୂର୍ବ ଭାରତୀୟ ବ୍ୟାଟରଙ୍କୁ ବିସିସିଆଇର କଲ୍
ଋଷଭ ପନ୍ତ
ଋଷଭ ପନ୍ତଙ୍କୁ ଗତ ଆଇପିଏଲ୍ ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରେକର୍ଡ ପରିମାଣର ଟଙ୍କା ଦେଇ କିଣିଥିଲା । ଗୋଟିଏ ସଂସ୍କରଣ ପାଇଁ ୨୭ କୋଟି ଟଙ୍କା ମିଳିଥିଲା । ଏଥର ମଧ୍ୟ ଲକ୍ଷ୍ନୌ ତାଙ୍କୁ ରିଟେନ୍ କରିଛି । ପନ୍ତ ବିସିସିଆଇର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଲିଷ୍ଟରେ 'ଏ ଗ୍ରେଡ୍'ରେ ଅଛନ୍ତି, ବାର୍ଷିକ ଦରମା ୫ କୋଟି ଟଙ୍କା । ଏହା ବ୍ୟତୀତ ପନ୍ତ ବିଜ୍ଞାପନରୁ ମଧ୍ୟ ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି ।
ଜଶପ୍ରୀତ ବୁମ୍ରା
ଜଶପ୍ରୀତ ବୁମରା ମଧ୍ୟ କୋହଲି ଏବଂ ରୋହିତଙ୍କ ପରି ବିସିସିଆଇ କଣ୍ଟ୍ରାକ୍ଟରେ ଗ୍ରେଡ୍ ଏ+ ରେ ଅଛନ୍ତି, ବାର୍ଷିକ ଦରମା ୭ କୋଟି ଟଙ୍କା । ବୁମରା ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳନ୍ତି ଏବଂ ଏହି ବର୍ଷ ମୁମ୍ବାଇ ତାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରିଛି । ସେ MI ଟିମ୍ର ସବୁଠାରୁ ମହଙ୍ଗା ଖେଳାଳି । ୨୦୨୫ ବର୍ଷରେ ତାଙ୍କର ରୋଜଗାର ୯୦ରୁ ୧୧୦ କୋଟି ଟଙ୍କା ମଧ୍ୟରେ ଥିବା କୁହାଯାଉଛି ।
ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ 'ଏ ଗ୍ରେଡ୍'ରେ ଅଛନ୍ତି, ତାଙ୍କୁ ବାର୍ଷିକ ୫ କୋଟି ଟଙ୍କା ମିଳିଥାଏ । ହାର୍ଦ୍ଦିକ ୨୦୨୫ରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଭାରତର ପଞ୍ଚମ କ୍ରିକେଟର । ତାଙ୍କର ଆଇପିଏଲ୍ ଦରମା ୧୬.୩୫ କୋଟି ଟଙ୍କା । ଏହା ବ୍ୟତୀତ ହାର୍ଦ୍ଦିକ ଅନେକ କମ୍ପାନି ପାଇଁ ବିଜ୍ଞାପନ କରନ୍ତି, ଯେଉଁଥିରୁ ତାଙ୍କର ମୋଟା ଅଙ୍କର ଆୟ ହୋଇଥାଏ । ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ହାର୍ଦ୍ଦିକଙ୍କ ରୋଜଗାର ୮୦ ରୁ ୧୦୦ କୋଟି ଟଙ୍କା ମଧ୍ୟରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/29/2025-rich-cricketer-2025-12-29-17-05-58.jpg)