ମା’ ପାର୍ବତୀଙ୍କ ଏକମାତ୍ର ବିଧବା ରୂପ : କାଳରାତ୍ରୀଙ୍କଠାରୁ ଅଧିକ ଭୟଙ୍କର

Advertisment

ହିନ୍ଦୁ ପୌରାଣିକ କଥା ଅନୁସାରେ ଏକଦା ମାତା ପାର୍ବତୀଙ୍କୁ ବହୁତ ଭୋକ ହେଉଥିଲା । ଖାଇବା ସତ୍ତ୍ବେ ମଧ୍ୟ ତାଙ୍କ କ୍ଷୁଧା ଶାନ୍ତ ହେବାର ନାଁ ନେଉନଥିଲା ତେଣୁ ସେ ସ୍ବାମୀ ଅର୍ଥାତ ଭଗବାନ ଶିବଙ୍କୁ ମଧ୍ୟ ଖାଇ ଦେଇଥିଲେ । କିନ୍ତୁ ଦେବାଧିଦେବ ମହାଦେବଙ୍କ ନିବେଦନ ପରେ ମା’ ଶାନ୍ତ ହୋଇ ସ୍ବାମୀଙ୍କୁ ପେଟ ଭିତରୁ ବାହାରକୁ ଆଣିଥିଲେ ।

ହିନ୍ଦୁ ପୌରାଣିକ କଥା ଅନୁସାରେ ଏକଦା ମାତା ପାର୍ବତୀଙ୍କୁ ବହୁତ ଭୋକ ହେଉଥିଲା । ଖାଇବା ସତ୍ତ୍ବେ ମଧ୍ୟ ତାଙ୍କ କ୍ଷୁଧା ଶାନ୍ତ ହେବାର ନାଁ ନେଉନଥିଲା ତେଣୁ ସେ ସ୍ବାମୀ ଅର୍ଥାତ ଭଗବାନ ଶିବଙ୍କୁ ମଧ୍ୟ ଖାଇ ଦେଇଥିଲେ । କିନ୍ତୁ ଦେବାଧିଦେବ ମହାଦେବଙ୍କ ନିବେଦନ ପରେ ମା’ ଶାନ୍ତ ହୋଇ ସ୍ବାମୀଙ୍କୁ ପେଟ ଭିତରୁ ବାହାରକୁ ଆଣିଥିଲେ ।

Maa Dhumabati

Maa Dhumabati Photograph: (KanakNews)

କନକ ବ୍ୟୁରୋ : ୧୦ ମହାବିଦ୍ୟାମାନଙ୍କ ମଧ୍ୟରୁ ସପ୍ତମ ମହାବିଦ୍ୟା ହେଉଛନ୍ତି ମା’ଧୂମାବତୀ । ଯିଏ ତ୍ୟାଗ ,ବୈରାଗ,ମୋହମାୟା ତ୍ୟାଗର ଦେବୀ । ମା’ଙ୍କୁ ଅଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ । ମାନ୍ୟତା ରହିଛି ମା’ଙ୍କ ପୂଜା ଦ୍ବାରା ଜୀବନର ସବୁ କଷ୍ଟ ,ଦୁଃଖର ଅନ୍ତ ହୁଏ । ମାତାଙ୍କୁ ବିଭିନ୍ନ ଦେବାଳୟମାନଙ୍କରେ ବିଧି ବିଧାନ ସହିତ ପୂଜା କରାଯାଏ । ତେବେ ଦେବୀ ଧୂମାବତୀଙ୍କ ଆବିର୍ଭାବ କେମିତି ହୋଇଥିଲା ଆସନ୍ତୁ ଜାଣିବା ।

ଆଗକୁ ପଢ଼ନ୍ତୁ : ମା’ ପାର୍ବତୀଙ୍କ ପ୍ରଚଣ୍ଡ ଉଗ୍ର ଅବତାର : ଅନ୍ୟ ପାଇଁ କାଟିଥିଲେ ନିଜ ଶିର ?

ହିନ୍ଦୁ ପୌରାଣିକ କଥା ଅନୁସାରେ ଏକଦା ମାତା ପାର୍ବତୀଙ୍କୁ ବହୁତ ଭୋକ ହେଉଥିଲା । ଖାଇବା ସତ୍ତ୍ବେ ମଧ୍ୟ ତାଙ୍କ କ୍ଷୁଧା ଶାନ୍ତ ହେବାର ନାଁ ନେଉନଥିଲା ତେଣୁ ସେ ସ୍ବାମୀ ଅର୍ଥାତ ଭଗବାନ ଶିବଙ୍କୁ ମଧ୍ୟ ଖାଇ ଦେଇଥିଲେ । କିନ୍ତୁ ଦେବାଧିଦେବ ମହାଦେବଙ୍କ ନିବେଦନ ପରେ ମା’ ଶାନ୍ତ ହୋଇ ସ୍ବାମୀଙ୍କୁ ପେଟ ଭିତରୁ ବାହାରକୁ ଆଣିଥିଲେ । ଏହାପରେ ଶିବଶମ୍ଭୁ ପତ୍ନୀଙ୍କ ଏଭଳି କାମରେ ରୋଷ ହୋଇ ତାଙ୍କୁ ଗ୍ରହଣ କରିବାକୁ ଅସ୍ବୀକାର କରିବା ସହ ବିଧବା ରୂପ ଧାରଣ କରିବା ପାଇଁ ଅଭିଶାପ ଦେଇଥିଲେ । ଆଉ ଏକ ପୌରାଣିକ କଥାନୁସାରେ ଯେତେବେଳେ ମା’ ସତୀ ପିତା ଦକ୍ଷଙ୍କ କଟୁବାକ୍ୟରେ ଅତିଷ୍ଟ ହୋଇ ସ୍ବୟଂକୁ ଭସ୍ମିଭୂତ କରିଥିଲେ ସେତେବେଳେ ଦେବୀଙ୍କ ଶରୀରରୁ ଯେଉଁ ଧୁମ (ଧୂଆଁ) ବାହାରିଥିଲା ସେଥିରୁ ଜନ୍ମ ହୋଇଥିଲେ ମା’ ଧୂମାବତୀ । ଯେଉଁଥିପାଇଁ ମା’ ଉମାଙ୍କ ଏହି ଭୟଙ୍କର ରୂପକୁ ‘ବିଧବା ଦେବୀ’ ବୋଲି ମଧ୍ୟ କୁହାଗଲା । ମା’ଙ୍କ ସ୍ବରୂପ ପ୍ରଚଣ୍ଡ ଉଗ୍ର , ବୃଦ୍ଧା ଏବଂ ବିଧବା ସ୍ତ୍ରୀ ରୂପେ ସେ ପୂଜା ପାଇଥା’ନ୍ତି । ଶ୍ବେତବସ୍ତ୍ର ଧାରଣ କରିଥିବା ମା’ ଙ୍କ ମୁକୁଳା କେଶ ଏବଂ ବିନା ଶୃଙ୍ଗାର ମା’ କାଳରାତ୍ରୀଙ୍କ ଠାରୁ ବି ଆହୁରି ଭୟଙ୍କର । ଗୋଟିଏ ହସ୍ତରେ ମା’ ଆଶିର୍ବାଦ ମୁଦ୍ରା ଦେଉଥିବା ବେଳେ ଅନ୍ୟ ଏକ ହାତରେ କୁଲା ଧରିଥିବା ନଜର ଆସନ୍ତି । ଦେବୀଙ୍କ ବାହନ କାଉ । ମାନ୍ୟତା ରହିଛି ମା’ଧୂମାବତୀଙ୍କ ପୂଜା ହିନ୍ଦୁ ସଧବା ମହିଳାମାନେ କରିବା ଉଚିତ ନୁହେଁ । କାରଣ ମା’ଙ୍କୁ ତନ୍ତ୍ରସାଧନା ବେଳେ ପୂଜା କରାଯାଏ । 

ଉଗ୍ର ରୂପ ହେବା ସତ୍ତ୍ବେ ମା’ ନିଜ ଭକ୍ତଙ୍କ ପାଇଁ ସବୁବେଳେ ତତ୍ପର । ଭକ୍ତଙ୍କ ଜୀବନରୁ ସବୁ ଦୁଃଖ,କଷ୍ଟ, ସଂକଟ,ନିରାଶା ଏବଂ ମାନସିକ ପୀଡ଼ା ଦୂରେଇବାରେ ମା’ ସିଦ୍ଧହସ୍ତ । ମନ୍ଦିରରେ ପୂଜା ପାଉଥିବା ମା’ଙ୍କୁ ପ୍ରସନ୍ନ କରି ତାଙ୍କ କୃପା ପ୍ରାପ୍ତ କରିବା ପାଇଁ ଭକ୍ତ ସୂର୍ଯ୍ୟୋଦୟ ପୂର୍ବରୁ ନିତ୍ୟକର୍ମ ସାରି ବିଧି ଅନୁସାରେ ଭାବପୂର୍ବକ ମା’ଙ୍କ ପୂଜା କରନ୍ତି । ଏହା ସହ ମା’ଙ୍କ ପୂଜା ବେଳେ  ତାମସିକ ଦ୍ରବ୍ୟଠାରୁ ମଧ୍ୟ ଦୂରେଇ ରହିବାକୁ ପଡ଼େ । ଅନ୍ୟ ଦେବୀଙ୍କ ମଧ୍ୟରୁ ମା’ଧୂମାବତୀ ଭିନ୍ନ କାରଣ ସେ ଶୂନ୍ୟତା , ତ୍ୟାଗର ପ୍ରତିନିଧିତ୍ବ କରନ୍ତି ଯାହା ସବୁକିଛି ଚାଲିଯିବା ପରେ ଜୀବନକୁ ଆସିଥାଏ । ଦେବୀ ଧୂମାବତୀଙ୍କ ଆରାଧନା ସେତେବେଳେ ହୁଏ ଯେତେବେଳେ ଜୀବନରେ ମାରାତ୍ମକ ରୋଗ,ଶତ୍ରୁ ବାଧା,ଦରିଦ୍ରତା ଏବଂ ଋଣ ଭଳି ସଂକଟର ଆଗମନ ହୁଏ । ସଂସାର ମାୟାରୁ ଉର୍ଦ୍ଧ୍ବରେ ଉଠି ଆତ୍ମଜ୍ଞାନ ଏବଂ ମୋକ୍ଷ ଆଡ଼କୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଥିବା ମା’ ତନ୍ତ୍ରସାଧକଙ୍କ ପାଇଁ ଜନନୀ ତୁଲ୍ୟ ହୋଇଥା’ନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe