କନକ ବ୍ୟୁରୋ: ଗୁଜରାଟରେ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାର ଦୁଇ ବର୍ଷ ପୂର୍ବରୁ ସରକାରର ସର୍ଜରି କରିଛି ଭାରତୀୟ ଜନତା ପାର୍ଟି । ଗୁରୁବାର ଭୁପେନ୍ଦ୍ର ପଟେଲ ସରକାରର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ, ଶୁକ୍ରବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି । ଯେଉଁଥିରେ କି ମୋଟ ୨୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହର୍ଷ ସାଙ୍ଘବୀଙ୍କୁ ଏହି ନୂଆ ମନ୍ତ୍ରିମଣ୍ଡଳରେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି ।

Advertisment

୪୦ ହର୍ଷ ସାଙ୍ଘବୀ ଜୈନ ସମୁଦାୟର ଆସୁଛନ୍ତି, ଯାହାକି ସାଧାରଣତଃ ବ୍ୟବସାୟୀ ବର୍ଗ ବୋଲି ଧରିନିଆଯାଏ । ତେଣୁ ଏହି ବର୍ଗର ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ବିଜେପି ହର୍ଷ ସାଙ୍ଘବୀଙ୍କୁ ଏମିତି କିଛି ବଡ଼ ଦାୟିତ୍ୱ ଦେଇଛି ବୋଲି ଚର୍ଚ୍ଚା ହେଉଛି ।

ହର୍ଷ ସାଙ୍ଘବୀ କିଏ?

ହର୍ଷ ସାଙ୍ଘବୀ ୧୯୮୫ ମସିହା ଜାନୁଆରି ୮ ତାରିଖରେ ସୁରଟର ଏକ ହୀରା ବ୍ୟବସାୟୀଙ୍କ ଘରେ ଜନ୍ମ ନେଇଥିଲେ । ମାତ୍ର ୧୫ ବର୍ଷ ବୟସରୁ ସେ ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ୧୫ ବର୍ଷ ବୟସରେ ସେ ବିଜେପି ୟୁଥ୍ ଓ୍ୱିଙ୍ଗ୍ ସହ ଯୋଡ଼ି ହୋଇଥିଲେ । ଆଉ ପରେ ପରେ ବିଭିନ୍ନ ପଦ ପଦବୀରେ ରହିଥିଲେ । ସଙ୍ଗଠନରେ ତାଙ୍କର ପରିଶ୍ରମ ସଫଳ ହେଇଥଲା ଆଉ ଯାହାର ଫଳସ୍ୱରୂପ ୨୦୧୦ରେ ବିଜେଓ୍ୱାଇଏମ୍ ଅର୍ଥାତ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସେ ହୋଇଥିଲେ ପ୍ରଦେଶ ମହାମନ୍ତ୍ରୀ । ୨୦୨୦ରେ ଯୁବ ମୋର୍ଚ୍ଚାର ଜାତୀୟ ସଭାପତି ହେବା ରେସରେ ମଧ୍ୟ ସେ ଥିଲେ । ହେଲେ ଶେଷରେ କିନ୍ତୁ ତେଜସ୍ୱୀ ସୂର୍ୟ୍ୟା ଏଥିରେ ବାଜି ମାରିନେଇଥିଲେ ।

ସବୁଠୁ କମ ବୟସ୍କ ଗୃହମନ୍ତ୍ରୀ

ହର୍ଷ ସାଙ୍ଘବୀ ୨୦୧୨ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆଉ ମାତ୍ର ୨୭ ବର୍ଷ ବୟସରେ ସେ ହୋଇଥିଲେ ଗୁଜରାଟ ଭଳି ରାଜ୍ୟର ଗୃହମନ୍ତ୍ରୀ । ଆଉ ଏବେ ଭୁପେନ୍ଦ୍ର ପଟେଲ ସରକାରରେ ତାଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଉପ-ମୁଖ୍ୟମନ୍ତ୍ରୀ ପଦ । ତେବେ ଜାଣିରଖନ୍ତୁ କାହିଁକି ହର୍ଷ ସାଙ୍ଘବୀଙ୍କୁ ଦଳ ଦେଲେ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ?

ଯୁବ ଚେହେରା, ଭବିଷ୍ୟ ଉପରେ ନଜର

ହର୍ଷ ସାଙ୍ଘବୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇ ଦଳ ଯୁବବର୍ଗଙ୍କୁ ଆଗକୁ ଆଣୁଥିବା ସନ୍ଦେଶ ଦେଇଛି । ଖାସ୍ କରି ଭୁପେନ୍ଦ୍ର ପଟେଲ ସରକାରରେ ହର୍ଷ ସାଙ୍ଘବୀଙ୍କୁ ନମ୍ବର-୨ ମନ୍ତ୍ରୀ କରିବା ପଛରେ ଆଗାମୀ ୨୦୨୭ ବିଧାନସଭା ନିର୍ବାଚନ ହିଁ କାରଣ ବୋଲି ଚର୍ଚ୍ଚା ହେଉଛି ।  ଏହାସହିତ ଆଗାମୀ ଦିନରେ ସେ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିପାରନ୍ତି ଆଉ ବିକଳ୍ପ ମଧ୍ୟ ହୋଇପାରନ୍ତି ।

ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠିତ; ୨୬ ଜଣିଆ କ୍ୟାବିନେଟ୍ ଗଠନ କଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ଅଳ୍ପ ସଂଖ୍ୟକଙ୍କ ଉପରେ ନଜର

ହର୍ଷ ସାଙ୍ଘବୀ ଜୈନ ସମୁଦାୟରୁ ଆସୁଛନ୍ତି, ଯାହାକି ଅଳ୍ପସଂଖ୍ୟକ ବର୍ଗରେ ଆସିଥାଏ । ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଜୈନ ସମୁଦାୟରୁ ଆସୁଥିଲେ, ହେଲେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସେ ଆଖି ବୁଜିବା ପରେ ଏବେ ହର୍ଷ ସିଙ୍ଘବୀଙ୍କୁ ଦଳ ଜୈନ ସମୁଦାୟର ନେତା ଭାବେ ସାମ୍ନାକୁ ଆଣିଛି ।

ନୂଆପଡ଼ାରେ ପ୍ରଚାର କରିବେ ନବୀନ; ବିଜେଡି ଘୋଷଣା କଲା ୪୦ ଜଣ ଷ୍ଟାର ପ୍ରଚାରକ

ହିନ୍ଦୁତ୍ୱ ଚେହେରା

ହର୍ଷ ସାଙ୍ଘବୀ ହିନ୍ଦୁତ୍ୱ ଏବଂ ଲଭ୍ ଜିହାଦକୁ ନେଇ ଅନେକ ସମୟରେ ପ୍ରତିକ୍ରିୟା ରଖିଥାନ୍ତି । ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅତି ନିକଟତର ଲୋକ ବୋଲି ମଧ୍ୟ କୁହାଯାଏ । ଆଉ ଏହାରି ଭିତରେ ହର୍ଷ ସିଙ୍ଘବୀଙ୍କୁ ବିଜେପି ଦେଇଛି ବଡ଼ ଦାୟିତ୍ୱ ।