କନକ ବ୍ୟୁରୋ : ଖୁବଶୀଘ୍ର ବଦଳିବ ଭଦ୍ରକ ସହରର ରୂପରେଖ । ଚଉଡ଼ା ହେବ ସହରର ସମସ୍ତ ରାସ୍ତା। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ସାତ ମିଟର ଓସାର ସହ ମଝିରେ ହେଵ ଡିଭାଇଡର । ରାସ୍ତାର ଦୁଇ ପଟେ ଗଛ ସହ ରଙ୍ଗିନ ଆଲୁଅ ଲଗାଯିବ । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ବର୍ଷ ତଳୁ ସ୍ମାର୍ଟ ରୋଡ ପରିକଳ୍ପନା କରାଯାଇଛି । କିନ୍ତୁ ଏଯାଏ ରାସ୍ତାରେ ମୁଠାଏ ପଡ଼ିନାହିଁ । ସେପଟେ ଦୋକାନୀଙ୍କୁ ଉଚ୍ଛେଦ କରି, ଥଇଥାନ ନକରିବା ଘଟଣାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ବ୍ୟବସାୟୀ ।
ଅଧିକ ପଢ଼ନ୍ତୁ : ଭଦ୍ରକରେ ଭୁଶୁଡ଼ୁଛି ବିଜେଡି ଗଡ଼, ନୂଆବର୍ଷରେ ବିଜେପିରେ ମିଶିପାରନ୍ତି ମଣ୍ଡଳ ଦମ୍ପତି
ସହରରେ ବୁଲିଲା ବୁଲଡୋଜର । ଭାଙ୍ଗି ପକାଇଲା ଘର । ସରକାରୀ ଜାଗାରେ ଥିବା ଦୋକାନ ଧୂଳିସାତ୍ ହୋଇଗଲା । ଭଦ୍ରକ ମହତାବ ଛକ ନିକଟରୁ ଉଛେଦ ଅଭିଯାନ ଆରମ୍ଭ ହୋଇ କଚେରୀ ବଜାର, ନୂଆବଜାର, ରାଜଘାଟ ବାଇପାସ୍ ସହ ଚରମ୍ପା ରାସ୍ତାର ଦୁଇ ପଟେ ଥିବା ବେଆଇନ ନିର୍ମାଣକୁ ମାଟିରେ ମିଶାଇ ଦିଆଯାଇଛି । ହେଲେ ଯେଉଁଥି ପାଇଁ ଏହି ଉଚ୍ଛେଦ ହୋଇଛି, ୨ ବର୍ଷ ହେବ ତାହା ଆରମ୍ଭ ହୋଇନି ।
ଅଧିକ ପଢ଼ନ୍ତୁ : ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତି ଗାଁ; ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଉପକୂଳକୁ ମାଡ଼ି ଆସିଛି ସମୁଦ୍ର
୧୯୯୩ରୁ ଜିଲ୍ଲା ମାନ୍ୟତା ପାଇଥିବା ଭଦ୍ରକର ରୂପ ବଦଳିବ । ରାସ୍ତାର ହେବ ପ୍ରଶସ୍ତିକରଣ । ସାତ ମିଟର ଓସାର ସହ ମଝିରେ ହେଵ ଡିଭାଇଡର । ସେଥିପାଇଁ ପ୍ରସ୍ତୁତ ହୋଇସାରିଛି ମାଷ୍ଟରପ୍ଲାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥା ଦ୍ୱାରା ସର୍ଭେ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୭ କୋଟି ଖର୍ଚ୍ଚରେ ଭଦ୍ରକ ମହତାବ ଛକ ନିକଟରୁ ଶନିମନ୍ଦିର ପର୍ୟ୍ୟନ୍ତ ରାସ୍ତା ୭ ମିଟର ଓସାର ହେବ । ଏଥିପାଇଁ ୨ ବର୍ଷ ତଳୁ ଉଚ୍ଛେଦ ପ୍ରକ୍ରିୟା ଚାଲିଛି, କିନ୍ତୁ ରାସ୍ତାରେ ଏଯାଏଁ ବାଲି ମୁଠାଏ ପଡ଼ିନାହିଁ । ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଭିତରେ ତାଳମେଳ ରହୁ ନଥିବାରୁ ବିକାଶରେ ବାଧା ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ : ଭଦ୍ରକ ଚାନ୍ଦବାଲି ବିଫଳ ଗ୍ରାମାଞ୍ଚଳ ବିକାଶ, ଆଜି ବି ସବୁ ସ୍ଥାନକୁ ନାହିଁ ଗମନାଗମନ ସୁବିଧା
ସେପଟେ ଯେଉଁମାନଙ୍କ ଦୋକାନ ଭଙ୍ଗା ଯାଇଛି, ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇନାହିଁ । ପେଟପାଟଣା ପାଇଁ ଉଠାଦୋକାନୀ ରାସ୍ତା କଡ଼ରେ ବସୁଛନ୍ତି । ଯାହା ବର୍ତ୍ତମାନ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି । ଆଗକୁ ଆରଏମସି ପରିସରରେ ଦୋକାନୀଙ୍କୁ ଥଇଥାନ କରାଯିବ । ସଂପୂର୍ଣ୍ଣ ସ୍ଥିତିକୁ ଦେଖି ପ୍ରଶ୍ନ କରିବା ଆରମ୍ଭ କଲେଣି ସ୍ଥାନୀୟ ବାସିନ୍ଦା। କାହିଁକି ଆଉ କେଉଁଠି ଅଟକିଛି ସହର ସୌନ୍ଦର୍ଯୀକରଣ କାମ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/23/bhadrak-2025-12-23-16-05-05.jpg)