କିଏ ୧୭ ବର୍ଷୀୟ ଅଭିଜ୍ଞାନ କୁଣ୍ଡୁ ? ଅଣ୍ଡର-୧୯ ଏସିଆ କପ୍ ମାରିଲେ ଡବଲ ସେଞ୍ଚୁରି

Advertisment

ଅଭିଜ୍ଞାନ କୁଣ୍ଡୁ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁଙ୍କୁ ପଛରେ ପକାଇ ଭାରତୀୟ ଅଣ୍ଡର-୧୯ ଦିନିକିଆ କ୍ରିକେଟର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିଛନ୍ତି । ଏହା ସହିତ ସେ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଭାଙ୍ଗି ଅଣ୍ଡର-୧୯ ଏସିଆ କପର ମଧ୍ୟ ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର କରିଛନ୍ତି ।

ଅଭିଜ୍ଞାନ କୁଣ୍ଡୁ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁଙ୍କୁ ପଛରେ ପକାଇ ଭାରତୀୟ ଅଣ୍ଡର-୧୯ ଦିନିକିଆ କ୍ରିକେଟର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିଛନ୍ତି । ଏହା ସହିତ ସେ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଭାଙ୍ଗି ଅଣ୍ଡର-୧୯ ଏସିଆ କପର ମଧ୍ୟ ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର କରିଛନ୍ତି ।

KUNDU

KUNDU Photograph: (Kanak News)

କନକ ବ୍ୟୁରୋ: ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ ଅଭିଷେକ କୁଣ୍ଡୁ ଇତିହାସ ରଚିଛନ୍ତି । ଦୁବାଇର 'ଦ ସେଭେନ୍ସ' ଷ୍ଟାଡିୟମରେ ଖେଳାଯାଇଥିବା ଏସିସି ଅଣ୍ଡର-୧୯ ଏସିଆ କପ୍ ୨୦୨୫ର ଏକ ମ୍ୟାଚରେ ଅଭିଜ୍ଞାନ ମାଲେସିଆ ବିପକ୍ଷରେ ୧୨୫ ବଲରେ ଅପରାଜିତ ୨୦୯ ରନର ତୁଫାନୀ ପାଳି ଖେଳିଛନ୍ତି । କୁଣ୍ଡୁ ମାତ୍ର ୧୨୧ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ । ୟୁଥ୍‌ ଦିନିକିଆରେ କୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ଏହା ସବୁଠାରୁ ଦ୍ରୁତତମ ଦ୍ୱିଶତକ ଅଟେ । ନିଜର ଏହି ଚମତ୍କାର ପାଳିରେ କୁଣ୍ଡୁ ୯ଟି ଛକା ଏବଂ ୧୭ଟି ଚୌକା ମାରିଥିଲେ ।

ଯଦି ଦେଖାଯାଏ, ଅଭିଜ୍ଞାନ କୁଣ୍ଡୁ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁଙ୍କୁ ପଛରେ ପକାଇ ଭାରତୀୟ ଅଣ୍ଡର-୧୯ ଦିନିକିଆ କ୍ରିକେଟର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର କରିଛନ୍ତି । ଏହା ସହିତ ସେ ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ଭାଙ୍ଗି ଅଣ୍ଡର-୧୯ ଏସିଆ କପର ମଧ୍ୟ ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର କରିଛନ୍ତି ।

ୟୁଥ୍‌ ଦିନିକିଆରେ ସବୁଠାରୁ ଦ୍ରୁତ ଦ୍ୱିଶତକ ମାରିବା ମାମଲାରେ ଅଭିଜ୍ଞାନ କୁଣ୍ଡୁ ଦକ୍ଷିଣ ଆଫ୍ରିକାର ଜୋରିଚ ଭାନ ସ୍କାଲ୍କୱିକଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏକି ଚଳିତ ବର୍ଷ ଜୁଲାଇରେ ଜିମ୍ବାୱେ ଅଣ୍ଡର-୧୯ ବିପକ୍ଷରେ ୧୪୫ ବଲରେ ଦ୍ୱିଶତକ ହାସଲ କରିଥିଲେ ।

ଅଭିଜ୍ଞାନ କୁଣ୍ଡୁଙ୍କ ଚମତ୍କାର ପାଳି ବଳରେ ଭାରତ ଅଣ୍ଡର-୧୯ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୪୦୮ ରନର ବିଶାଳ ସ୍କୋର ଛିଡା କରିଥିଲା। ଅଭିଜ୍ଞାନ ଜଣେ ପ୍ରତିଭାଶାଳୀ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଅଟନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୨୨ ରନ୍ କରିଥିଲେ ଏବଂ ୱିକେଟ୍ ପଛରେ ଦୁଇଟି ଚମତ୍କାର କ୍ୟାଚ୍ ମଧ୍ୟ ଧରିଥିଲେ।

ଆହୁରି ପଢ଼ନ୍ତୁ... ଟିମ୍ ଇଣ୍ଡିଆ ଖେଳି ନାହାନ୍ତି ହେଲେ କୋଟି କୋଟି ଟଙ୍କାରେ ବିକ୍ରି ହେଲେ, ଚେନ୍ନାଇର ଫୋକସରେ ଅନକ୍ୟାପ୍ଡ ଖେଳାଳି

ଅଭିଜ୍ଞାନ କୁଣ୍ଡୁ ୩୦ ଏପ୍ରିଲ ୨୦୦୮ରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଘରୋଇ କ୍ରିକେଟରେ ମୁମ୍ବାଇର ଅଣ୍ଡର-୧୯ ସ୍ତରରେ ପ୍ରତିନିଧିତ୍ୱ କରନ୍ତି । ଅଭିଜ୍ଞାନଙ୍କ କ୍ରିକେଟ୍ ଯାତ୍ରା କୌଣସି ପ୍ରେରଣାଦାୟକ କାହାଣୀଠାରୁ କମ୍ ନୁହେଁ । ସେ ୨୦୨୪ ମସିହାରେ ମାତ୍ର ୧୬ ବର୍ଷ ବୟସରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ଭାରତ ଅଣ୍ଡର-୧୯ ଦଳ ପାଇଁ ଡେବ୍ୟୁ କରିଥିଲେ । ସେବେଠାରୁ ସେ କ୍ରମାଗତ ଭାବେ ଦଳର ଅଂଶ ରହିଆସିଛନ୍ତି । ଅଭିଜ୍ଞାନ ଆଗାମୀ ଆଇସିସି ପୁରୁଷ ଅଣ୍ଡର-୧୯ ବିଶ୍ୱକପ୍ ୨୦୨୫ ପାଇଁ ଭାରତୀୟ ଦଳର ପ୍ରଥମ ପସନ୍ଦର ୱିକେଟକିପର ହୋଇପାରନ୍ତି।

ମୁମ୍ବାଇରେ ବଢିଥିବା ଅଭିଜ୍ଞାନ କୁଣ୍ଡୁ ସହରର କଠିନ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପଡିଆରେ ନିଜ ପ୍ରତିଭାକୁ ନିଖାରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ତାଙ୍କୁ ଅବିନାଶ ସାଲଭି ଫାଉଣ୍ଡେସନର ସମର୍ଥନ ମିଳିଥିଲା । ମାତ୍ର ୧୩ ବର୍ଷ ବୟସରେ ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ୟୁଥ୍ କ୍ରିକେଟରେ ୨୪,୦୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୮୦ରୁ ଅଧିକ ଶତକ ସାମିଲ ଅଛି । ଏହି ଉପଲବ୍ଧି ସହିତ ସେ 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ'ରେ ମଧ୍ୟ ନିଜ ନାମ ଦର୍ଜ କରାଇଥିଲେ ।

ଅଭିଜ୍ଞାନ କୁଣ୍ଡୁ ଉଚ୍ଚତାରେ ଛୋଟ ହୋଇପାରନ୍ତି, କିନ୍ତୁ ଶାନ୍ତ ସ୍ୱଭାବ, ଉତ୍ତମ ଟାଇମିଂ ଏବଂ ଷ୍ଟ୍ରୋକ୍-ପ୍ଲେ ତାଙ୍କୁ ମୁମ୍ବାଇର କ୍ରିକେଟ୍ ସର୍କିଟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ବିଦେଶ ମାଟିରେ ତାଙ୍କର ପ୍ରଥମ ବଡ ପ୍ରଦର୍ଶନ ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ରନ୍ ଚେଜ୍ କରିବା ସମୟରେ ୭୪ ବଲରେ ଅପରାଜିତ ୮୭ ରନର ଚମତ୍କାର ପାଳି ଖେଳିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe